ଅଟୋରେ ଡ୍ରାଇଭରଙ୍କ ଘରକୁ ଖାଇବାକୁ ଗଲେ କେଜ୍ରିୱାଲ, ପୁଲିସକୁ ଫେରାଇ ଦେଲେ

ଅହମ୍ମଦାବାଦ: କଥା ଦେଇ କଥା ରଖିଲେ କେଜ୍ରିୱାଲ। ଅଟୋ ଡ୍ରାଇଭରଙ୍କ ଘରକୁ ଡିନର ପାଇଁ ପ୍ରତିଶ୍ରୁତି ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ପାଳନ କରିଛନ୍ତି। ଆଜି ଅହମ୍ମଦାବାଦରେ ଜଣେ ଅଟୋ ଡ୍ରାଇଭରଙ୍କ ଘରକୁ ଡିନର ପାଇଁ ଯାଉଥିବା ବେଳେ ପୁଲିସ ସହ ଯୁକ୍ତି ତର୍କ ହୋଇଛି। ଆଜି ସନ୍ଧ୍ୟାରେ ଅହମ୍ମଦାବାଦରେ ଏକ ଅଟୋ ଯୋଗେ କେଜ୍ରିୱାଲ ଯାଉଥିବା ବେଳେ ତାଙ୍କୁ ବାଟରେ ପୁଲିସ ଅଟକାଇଥିଲା। ସୁରକ୍ଷା ପ୍ରସଙ୍ଗ କହି ପୁଲିସ ତାଙ୍କୁ […]

auto

auto

Tapas Behera
  • Published: Monday, 12 September 2022
  • Updated: 12 September 2022, 10:30 PM IST

Sports

Latest News

ଅହମ୍ମଦାବାଦ: କଥା ଦେଇ କଥା ରଖିଲେ କେଜ୍ରିୱାଲ। ଅଟୋ ଡ୍ରାଇଭରଙ୍କ ଘରକୁ ଡିନର ପାଇଁ ପ୍ରତିଶ୍ରୁତି ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ପାଳନ କରିଛନ୍ତି। ଆଜି ଅହମ୍ମଦାବାଦରେ ଜଣେ ଅଟୋ ଡ୍ରାଇଭରଙ୍କ ଘରକୁ ଡିନର ପାଇଁ ଯାଉଥିବା ବେଳେ ପୁଲିସ ସହ ଯୁକ୍ତି ତର୍କ ହୋଇଛି। ଆଜି ସନ୍ଧ୍ୟାରେ ଅହମ୍ମଦାବାଦରେ ଏକ ଅଟୋ ଯୋଗେ କେଜ୍ରିୱାଲ ଯାଉଥିବା ବେଳେ ତାଙ୍କୁ ବାଟରେ ପୁଲିସ ଅଟକାଇଥିଲା। ସୁରକ୍ଷା ପ୍ରସଙ୍ଗ କହି ପୁଲିସ ତାଙ୍କୁ ଅଟକାଇଥିବା ବେଳେ କେଜ୍ରିୱାଲଙ୍କ ସହ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ଏହି ସମୟରେ କେଜ୍ରିୱାଲ ଅହମ୍ମଦାବାଦ ପୁଲିସକୁ କହିଥିଲେ ଯେ, ମୋର ସୁରକ୍ଷା ଆବଶ୍ୟକ ନାହିଁ। ଆପଣ ସୁରକ୍ଷା ବ୍ୟବସ୍ଥା ହଟାଇ ନିଅନ୍ତୁ। ମୋର ଜନତାଙ୍କ ସହ ଯିବାର ଅଛି। ତାଙ୍କ ସହ ରହିବାର ଅଛି। ପୁଲିସ ସହ ଯୁକ୍ତିତର୍କ ବେଳର ଭିଡିଓ ଆପ ପକ୍ଷରୁ ଟ୍ୱିଟ୍‌ କରାଯାଇଛି।
https://twitter.com/AAPGujarat/status/1569335807617679361?s=20&t=5eZqY2YSm2Pmxz_grt8pkA

କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଏଥିପାଇଁ ଗୁଜରାଟ ଲୋକେ ନାଖୁସ ଅଛନ୍ତି। ଜନତାଙ୍କ ପାଖକୁ ଯିବାକୁ ମୋତେ ଆପଣ ଅଟକାଉଛନ୍ତି। ପ୍ରୋଟୋକଲ ବାହାନା କରି ନେତାମାନେ ଜନତାଙ୍କ ପାଖକୁ ଯାଉ ନାହାନ୍ତି। ଆପଣଙ୍କ ନେତାଙ୍କୁ କୁହନ୍ତୁ ପ୍ରୋଟୋକଲ ଭାଙ୍ଗି ଜନତାଙ୍କୁ ଭେଟିବେ।  ଆମେ ଆପଣଙ୍କ ସୁରକ୍ଷା ଚାହୁଁ ନାହୁଁ।  ଆପଣ କାହିଁକି ଆମ ଉପରେ ଫୋକସ କରୁଛନ୍ତି ।  ଅନ୍ୟପଟେ ଜଣେ ପୁଲିସ ଅଫିସର କହୁଛନ୍ତି ଯେ, ଆପଣଙ୍କ ସୁରକ୍ଷା ପାଇଁ ସରକାରୀଭାବେ ଅବଗତ କରାଯାଇଛି। ତେବେ ଜବାବରେ କେଜ୍ରିୱାଲ କହିଛନ୍ତି ଯେ, ଅପାଣ ମୋତେ ଗିରଫ କରିବାକୁ ଚାହୁଁଛନ୍ତି। ଆପଣ ମୋତେ ଗିରଫ କରିପାରିବେନି। ଏହି ଘଟଣାକୁ ନେଇ ବିଜେପି କଡ଼ା ପ୍ରତିକ୍ରିୟା ରଖିଛି। ଦଳ କେଜ୍ରିୱାଲଙ୍କୁ ଏହି ଆଚରଣ ପାଇଁ କଡ଼ା ସମାଲୋଚନା କରିଛି।

ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଥିବାରୁ ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଏଠାକୁ ଘନ ଘନ ଗସ୍ତ କରୁଛନ୍ତି। ଆଜି ଅହମ୍ମଦାବାଦରେ କେଜ୍ରିୱାଲ ଅଟୋ ଡ୍ରାଇଭରଙ୍କ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ଜଣେ ଅଟୋ ଡ୍ରାଇଭର କେଜ୍ରିୱାଲଙ୍କୁ ତାଙ୍କ ଘରକୁ ଡିନର ପାଇଁ ନିମନ୍ତ୍ରଣ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କ ନିମନ୍ତ୍ରଣକୁ ହଁ ଭରିଥିଲେ କେଜ୍ରିୱାଲ। ଅଟୋ ଡ୍ରାଭର ଜଣକ କେଜ୍ରିୱାଲଙ୍କ ବଡ଼ ଫ୍ୟାନ ବୋଲି କହିଥିଲେ।

ସେ କହିଥିଲେ ଯେ, ପଞ୍ଜାବରେ ଆପଣ ଜଣେ ଅଟୋ ଡ୍ରାଇଭରଙ୍କ ଘରେ ଡିନର କରୁଥିବା ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଆପଣ ମୋ ଘରକୁ ଡିନର ପାଇଁ ଆସିବେ କି କହି ପ୍ରେମଭରା ନିମନ୍ତ୍ରଣ କରିଥିଲେ। ବିକ୍ରମ ଲଲତାନି ନାମକ ଜଣେ ଅଟୋ ଡ୍ରାଇଭର କେଜ୍ରିୱାଲଙ୍କୁ ଏଭଳି କହି ନିମନ୍ତ୍ରଣ କରିଥିଲେ। ପ୍ରତିଉତ୍ତରରେ କେଜ୍ରିୱାଲ ‘ଜରୁରୁ ଆୟେଙ୍ଗେ ବୋଲି କହିଥିଲେ। ମୁଁ ନିଶ୍ଚୟ ଆସିବି। କେଜ୍ରିୱାଲ କହିଥିଲେ ଯେ, ପଞ୍ଜାବରେ ମୁଁ ୨ ଜଣ ଅଟୋ ଡ୍ରାଇଭରଙ୍କର ଘରକୁ ଯାଇଥିଲି। ପଞ୍ଜାବର ଅଟୋ ଡ୍ରାଇଭର ମୋତେ ଭଲ ପାଆନ୍ତି। ସ୍ନେହ ଆଦର କରନ୍ତି। ଗୁଜରାଟରେ ଅଟୋ ଡ୍ରାଇଭର ମଧ୍ୟ ସମାନ ଢଙ୍ଗରେ ଆଦର କରନ୍ତି। ଆଜି ରାତିରେ ନିଶ୍ଚିତ ଡିନର କରିବି ବୋଲି କେଜ୍ରିୱାଲ କହିଥିଲେ। ଏହି ବାର୍ତ୍ତାଳାପ ମଧ୍ୟରେ ସନ୍ଧ୍ୟା ୮ଟାରେ ଭେଟଘାଟ ପାଇଁ ସ୍ଥିର ହୋଇଥିଲା।  କଥାବାର୍ତ୍ତା ଛଳରେ ମୋତେ ହୋଟେଲରୁ ତୁମ ଅଟୋରେ ପିକ୍ କରିବ କି  କେଜ୍ରିୱାଲ ବିକ୍ରମଙ୍କୁ ପ୍ରଶ୍ନ କରିଥିଲେ। ଏଥିରେ ବିକ୍ରମ ଅତି ଖୁସିରେ ହଁ ଭରିଥିଲେ। କେଜ୍ରିୱାଲଙ୍କ ସମ୍ବୋଧନରେ ସମସ୍ତେ ଖୁସିରେ ତାଳି ମାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story