ବୁର୍ଖା ଭିତରେ ସୁନା ଚାଲାଣ ବେଳେ ଧରାପଡ଼ିଲା

ହାଇଦ୍ରାବାଦ: ଧରାପଡ଼ିଗଲା କଳାକାରନାମା। ଜଣେ ମହିଳା ବୁର୍ଖା ଭିତରେ ସୁନା ଲୁଚାଇ ଆଣୁଥିବା ବେଳେ ତଦନ୍ତକାରୀଙ୍କ ହାତରେ ଧରାପଡ଼ିଛନ୍ତି। ଜଣେ ମହିଳା ଯାତ୍ରୀଙ୍କ ପାଖରୁ ପାଖାପାଖି ୩୫୦ଗ୍ରାମର ସୁନା ଜବତ କରାଯାଇଛି। ଏହି ଅଳଙ୍କାର ବେଆଇନ ଭାବେ ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି। ତେଲେଙ୍ଗନାର ସମ୍‌ସାବାଦ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହି ସୁନାକୁ ଜବତ କରାଯାଛି। ଏହି ସୁନା ଗୁଡ଼ିକ ମୋତି ଆକାରର ହୋଇଥିବା ବେଳେ ଏଗୁଡ଼ିକୁ ଛୋଟ ଛୋଟ ପ୍ୟକାକେଟ୍‌ରେ ଅଣାଯାଉଥିଲା। ଏହି ମହିଳା ଜଣକ […]

burkha

Tapas Behera
  • Published: Monday, 28 February 2022
  • , Updated: 28 February 2022, 10:39 AM IST

ହାଇଦ୍ରାବାଦ: ଧରାପଡ଼ିଗଲା କଳାକାରନାମା। ଜଣେ ମହିଳା ବୁର୍ଖା ଭିତରେ ସୁନା ଲୁଚାଇ ଆଣୁଥିବା ବେଳେ ତଦନ୍ତକାରୀଙ୍କ ହାତରେ ଧରାପଡ଼ିଛନ୍ତି। ଜଣେ ମହିଳା ଯାତ୍ରୀଙ୍କ ପାଖରୁ ପାଖାପାଖି ୩୫୦ଗ୍ରାମର ସୁନା ଜବତ କରାଯାଇଛି। ଏହି ଅଳଙ୍କାର ବେଆଇନ ଭାବେ ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି। ତେଲେଙ୍ଗନାର ସମ୍‌ସାବାଦ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହି ସୁନାକୁ ଜବତ କରାଯାଛି। ଏହି ସୁନା ଗୁଡ଼ିକ ମୋତି ଆକାରର ହୋଇଥିବା ବେଳେ ଏଗୁଡ଼ିକୁ ଛୋଟ ଛୋଟ ପ୍ୟକାକେଟ୍‌ରେ ଅଣାଯାଉଥିଲା। ଏହି ମହିଳା ଜଣକ ଦୁବାଇରୁ ଆସିଥିବା ଜଣାପଡ଼ିଛି।

ତେବେ କଷ୍ଟମ୍ସ ବିଭାଗ ଏକ ମାମଲା ରୁଜୁ କରି ଚ ତଦନ୍ତ ଜାରି ରହିଛି। କିଛି ଦିନ ପୂର୍ବେ ଓ୍ୱିଗ୍ ବା ନକଲି ଚୁଟି ଭିତରେ ସୁନା ଲୁଚାଇ ଦୁବାଇରୁ ଆସିଥିବା ଜଣେ ଯାତ୍ରୀକୁ ବରଣାସୀ ଏୟାରପୋର୍ଟରୁ କଷ୍ଟମ୍ସ ବିଭାଗ ଧରିଥିଲା।  ଆଉ ଜଣେ ବ୍ୟକ୍ତି କାର୍ଟୋନ୍ ରାପିଂ ସିଟ୍‌ରେ ସୁନା ଲୁଚେଇ ଆଣିବା ବେଳେ ତାକୁ ମଧ୍ୟ ଧରାଯାଇ ଥିଲା। ଏହି ଘଟଣାରେ ୮୮୪ ଗ୍ରାମ୍‌ରୁ ଅଧିକ ଓଜନର ସୁନା ଜବତ ହୋଇଛି।

ଏହାର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ୧୧ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ସେହିପରି ଆଉ ଏକ ଘଟଣାରେ ଦୁବାଇରୁ ଲକ୍ଷ୍ନୌ ଆସିଥିବା ବିମାନରେ ଯାତ୍ରୀ ଜଣକ ରୋଡିୟମ୍ ପଲିସ୍ଡ ସୁନା ତାର ଟ୍ରଲି ବ୍ୟାଗ୍‌ର ବିଡିଂ ଭିତରେ ଲୁଚାଇ ଆଣିବା ବେଳେ ଧରାପଡ଼ିଥିଲେ । ତାଙ୍କ ଠାରୁ ୧୧୨ ଗ୍ରାମ୍ ସୁନା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୭୩ ହଜାର ଟଙ୍କା ହେବ।

Related story