ଅଙ୍କିତା ହତ୍ୟା ଘଟଣାରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ତାଙ୍କ ବୟସ ୧୯ ନୁହେଁ, ୧୫

ରାଞ୍ଚି : ଝାରଖଣ୍ଡର ବହୁଚର୍ଚ୍ଚିତ ଦୁମକା ମର୍ଡ଼ର ମାମଲାରେ ଟ୍ୱିଷ୍ଟ ଆସିଛି। ଦୁମକାଙ୍କ ବୟସ ୧୯ ନୁହେଁ ୧୫। ଶିଶୁ ସୁରକ୍ଷା କମିଟି ପକ୍ଷରୁ ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ଦେବା ପରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଉକ୍ତ ମାମଲାରେ ଅତିରିକ୍ତ ପସ୍କୋ ଆକ୍ଟ ଯୋଡ଼ିବାକୁ କମିଟି ସୁପାରିଶ କରିଛି। ଏ ସମ୍ପର୍କରେ ଦୁମକା ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଝାରଖଣ୍ଡ ଶିଶୁ ସୁରକ୍ଷା କମିଟି  ସ୍ଥାନୀୟ ଏସପିକୁ ଏହି […]

70

  • Published: Wednesday, 31 August 2022
  • , Updated: 31 August 2022, 11:53 AM IST

ରାଞ୍ଚି : ଝାରଖଣ୍ଡର ବହୁଚର୍ଚ୍ଚିତ ଦୁମକା ମର୍ଡ଼ର ମାମଲାରେ ଟ୍ୱିଷ୍ଟ ଆସିଛି। ଦୁମକାଙ୍କ ବୟସ ୧୯ ନୁହେଁ ୧୫। ଶିଶୁ ସୁରକ୍ଷା କମିଟି ପକ୍ଷରୁ ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ଦେବା ପରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଉକ୍ତ ମାମଲାରେ ଅତିରିକ୍ତ ପସ୍କୋ ଆକ୍ଟ ଯୋଡ଼ିବାକୁ କମିଟି ସୁପାରିଶ କରିଛି। ଏ ସମ୍ପର୍କରେ ଦୁମକା ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଝାରଖଣ୍ଡ ଶିଶୁ ସୁରକ୍ଷା କମିଟି  ସ୍ଥାନୀୟ ଏସପିକୁ ଏହି ମାମଲାରେ  ପସ୍କୋ ଆକ୍ଟକୁ ଲଗେଇବାକୁ ସୁପାରିଶ କରିଛି। ପୁଲିସ ତାର ମୃତ୍ୟୁକାଳୀନ ଜମାନବନ୍ଦୀ ଅନୁଯାୟୀ ପୁଲିସ ଏତଲାରେ ୧୯ ବର୍ଷ ବୋଲି ଉଲ୍ଲେଖ କରିଥିଲା। କିନ୍ତ  ଶିଶୁ ସୁକ୍ଷା କମିଟି ସମ୍ପୃକ୍ତ ଯୁବତୀଙ୍କ ବୟସ ୧୫ ବୋଲି ଜାଣିବାକୁ ପାଇଛି।  ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଅଙ୍କିତା ନାମ୍ନୀ  ଛାତ୍ରୀଙ୍କୁ  ଅଗଷ୍ଟ ୨୩ରେ ଶାହାରୁଖ ନାମକ ଜଣେ ଯୁବକ ନିଆଁ ଲଗାଇ ଦେଇଥିଲେ। ଅଙ୍କିତାଙ୍କ ଶରୀର ୯୦ ପ୍ରତିଶତ ପୋଡ଼ିଯାଇଥିଲା। ପରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଙ୍କିତାଙ୍କ ମୃତ୍ୟୁ ଘଟିଥିଲା। ଏକତରଫା ପ୍ରେମ କରି ତାଙ୍କ ଉପରେ ପେଟ୍ରୋଲ ଢାଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଝାରଖଣ୍ଡ ‌ହାଇକୋର୍ଟ ପୁଲିସ ମହାନି‌ର୍ଦ୍ଦେଶକଙ୍କୁ ହାଇକୋର୍ଟ ସମନ କରିବା ସହିତ ରିପୋର୍ଟ ମାଗିଛନ୍ତି।

ପୀଡ଼ିତାଙ୍କ ପରିବାରକୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାପାଇଁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଝାରଖଣ୍ଡ ପୁଲିସ ଏହି ମାମଲାର ତଦନ୍ତ ପାଇଁ ଏସ୍‌ପିଙ୍କ ନେତୃତ୍ବରେ ୧୦ ଜଣିଆ ସଦସ୍ୟ ବିଶିଷ୍ଟ ଏସଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌) ଗଠନ କରିଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଦୁଇଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ବିଭିନ୍ନ ଦିଗରୁ ଏହି ମାମଲାର ତଦନ୍ତ କରାଯାଉଛି ବୋଲି ଝାଡ଼ଖଣ୍ଡ ପୁଲିସର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଏମ୍‌ଏଲ୍‌ ମୀନା କହିଛନ୍ତି। ସେହିଭଳି ପୁଲିସ ଡିଆଇଜି ଏସ୍‌ପି ମଣ୍ଡଳ କହିଛନ୍ତି, ଫୋରେନସିକ୍ ଟିମ୍‌ ଦ୍ୱାରା ପ୍ରମାଣ ସଂଗ୍ରହ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଚଳିତମାସ ୨୩ ତାରିଖରେ ଅଙ୍କିତା ଘରେ ଶୋଇଥିବାବେଳେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଯାଇଥିଲା। ଏହାପରେ ତାଙ୍କୁ ରାଞ୍ଚିର ରିମ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଏହି ମାମଲାର ଅଭିଯୁକ୍ତ ଶାହରୁଖଙ୍କୁ ୨୩ ତାରିଖରେ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ନଇମ୍ ଓରଫ ଛୋଟୁ ଖାନ୍‌କୁ ସୋମବାର ଗିରଫ କରିଛି।

Related story