ନିୟନ୍ତ୍ରଣ ହରାଇ ଗୋଟିଏ ପରିବାରର ୫ ଜଣଙ୍କୁ ଦଳି ଦେଲା ଡମ୍ପର

ଜୟପୁର: ମାଟି ଓ ଝୁମ୍ଫୁଡ଼ି ଘରେ ରହୁଥିବା ଗୋଟିଏ ପରିବାର ସଂପୂର୍ଣ୍ଣ ନିଚ୍ଛିନ୍ନ ହୋଇଯାଇଛି। ଗୋଟିଏ ଡମ୍ପର ନିୟନ୍ତ୍ରଣ ହରାଇ ପରିବାରର ୫ ଜଣଙ୍କ ଉପରେ ମାଡ଼ି ଯିବାରୁ ସମସ୍ତଙ୍କର ମୃତ୍ୟୁ ଘଟିଛି। ରାଜସ୍ଥାନର ଝାଲୱାର ଠାରେ ଏପରି ଦୁଃଖଦ ଘଟଣା ଘଟିଛି। ଗୁରୁବାର ମଧ୍ୟରାତ୍ର ପରେ ଏହା ଘଟିଛି। ଦମ୍ପତି ତାଙ୍କ ୩ ପିଲାଙ୍କ ସହ ମାଟି ଘର ବାହାରେ ଶୋଇଥିବା ବେଳେ ସେମାନଙ୍କୁ ଗୋଟିଏ ଡମ୍ପର ଦଳି ଦେଇଥିଲା। ଘଟଣା ଏତେ ଭୟଙ୍କର ଥିଲା […]

Dead Body

Hemant Lenka
  • Published: Thursday, 08 July 2021
  • , Updated: 08 July 2021, 01:04 PM IST

ଜୟପୁର: ମାଟି ଓ ଝୁମ୍ଫୁଡ଼ି ଘରେ ରହୁଥିବା ଗୋଟିଏ ପରିବାର ସଂପୂର୍ଣ୍ଣ ନିଚ୍ଛିନ୍ନ ହୋଇଯାଇଛି। ଗୋଟିଏ ଡମ୍ପର ନିୟନ୍ତ୍ରଣ ହରାଇ ପରିବାରର ୫ ଜଣଙ୍କ ଉପରେ ମାଡ଼ି ଯିବାରୁ ସମସ୍ତଙ୍କର ମୃତ୍ୟୁ ଘଟିଛି। ରାଜସ୍ଥାନର ଝାଲୱାର ଠାରେ ଏପରି ଦୁଃଖଦ ଘଟଣା ଘଟିଛି।

ଗୁରୁବାର ମଧ୍ୟରାତ୍ର ପରେ ଏହା ଘଟିଛି। ଦମ୍ପତି ତାଙ୍କ ୩ ପିଲାଙ୍କ ସହ ମାଟି ଘର ବାହାରେ ଶୋଇଥିବା ବେଳେ ସେମାନଙ୍କୁ ଗୋଟିଏ ଡମ୍ପର ଦଳି ଦେଇଥିଲା। ଘଟଣା ଏତେ ଭୟଙ୍କର ଥିଲା ଯେ ସେହିଠାରେ ହିଁ ପରିବାରର ସମସ୍ତ ୫ ସଦସ୍ୟ ଆଖି ବୁଜି ଦେଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଡମ୍ପର ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବଗୁଡ଼ିକୁ ଜବତ କରିଥିଲା। ଏହାପରେ ବ୍ୟବଚ୍ଛେଦ ପାଇଁ ଏଗୁଡ଼ିକୁ ଝାଲୱାରରେ ଏସ୍‌ଆରଜି ହସ୍ପିଟାଲକୁ ପଠାଇଥିଲା।

ପୁଲିସ୍‌ର ସୂଚନା ଅନୁଯାୟୀ, ପ୍ରାଣ ହରାଇଥିବା ଦମ୍ପତି ଶ୍ରମିକ ଭାବେ କାମ କରନ୍ତି। ସେମାନେ ମାଣ୍ଡୱର ପୁଲିସ୍‌ ଷ୍ଟେସନ ଅଞ୍ଚଳରେ ମାଟି ଘରେ ରହୁଥିଲେ। ତେବେ ଗୁରୁବାର ପ୍ରବଳ ଗୁଳୁଗୁଳି ଓ ଗରମ ଯୋଗୁ ସେମାନେ ୩ ପିଲାଙ୍କୁ ଧରି ଘରେ ବାହାରେ ଶୋଇଥିଲେ।

ସେମାନେ ଗଭୀର ନିଦରେ ଶୋଇଥିବା ବେଳେ ଗୋଟିଏ ଦ୍ରୁତଗାମୀ ଡମ୍ପର ନିୟନ୍ତ୍ରଣ ହରାଇ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା।

Related story