ଭୂକମ୍ପ ଝଟ୍‌କାରେ ଥରିଲା ତାମିଲନାଡୁ ଓ କର୍ଣ୍ଣାଟକ

ଚେନ୍ନାଇ: ଥରିଲା ତାମିଲନାଡୁ। ତାମିଲନାଡୁର ଭେଲୋର୍‌ ଜିଲ୍ଲାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି। ସେହିପରି କର୍ଣ୍ଣାଟକ ମଧ୍ୟ ଭୂକମ୍ପ ଝଟ୍‌କାରେ ଥରିଛି। କର୍ଣ୍ଣାଟକରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ଗୁରୁବାର ଭେଲ୍ଲୋର ଠାରୁ ୫୦ କିଲୋମିଟର ନୂର ପଶ୍ଚିମ-ଉତ୍ତର ଅଞ୍ଚଳରେ ୨ଟା ୧୫ ମିନିଟ୍‌ରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଫଳରେ ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ। ସେହିପରି ଜାତୀୟ ଭୂକମ୍ପ […]

Earthquake

Earthquake

Madhupriya Mistry
  • Published: Thursday, 23 December 2021
  • Updated: 23 December 2021, 05:53 PM IST

Sports

Latest News

ଚେନ୍ନାଇ: ଥରିଲା ତାମିଲନାଡୁ। ତାମିଲନାଡୁର ଭେଲୋର୍‌ ଜିଲ୍ଲାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି। ସେହିପରି କର୍ଣ୍ଣାଟକ ମଧ୍ୟ ଭୂକମ୍ପ ଝଟ୍‌କାରେ ଥରିଛି। କର୍ଣ୍ଣାଟକରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି।

ଗୁରୁବାର ଭେଲ୍ଲୋର ଠାରୁ ୫୦ କିଲୋମିଟର ନୂର ପଶ୍ଚିମ-ଉତ୍ତର ଅଞ୍ଚଳରେ ୨ଟା ୧୫ ମିନିଟ୍‌ରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଫଳରେ ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ।

ସେହିପରି ଜାତୀୟ ଭୂକମ୍ପ କେନ୍ଦ୍ରର ସୂଚନା ମୁତାବକ, କର୍ଣ୍ଣାଟକର ଚିକ୍କବାଲାପୁରାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ଚିକ୍କାବାଲାପୁରାରେ ମଧ୍ୟାହ୍ନ ୨ଟା ୧୬ ରେ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ୩.୬ ଥିଲା। ଭୂକମ୍ପର ଗଭୀରତା ୧୮କିଲୋମିଟର ବୋଲି କୁହାଯାଉଛି। ତେବେ ଏହି ଭୂକମ୍ପରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

ଗତକାଲି ମଧ୍ୟ କର୍ଣ୍ଣାଟକରେ ଲାଗାତର ଦୁଇଥର ଭୂକମ୍ପ ହୋଇଥିଲା। ବୁଧବାର ସକାଳ ୭ଟା୧୦ ମିନିଟ୍‌ରେ ପ୍ରଥମ ଭୂକମ୍ପ ହୋଇଥିବା ବେଳେ ୭ଟା ୧୫ ମିନିଟ୍‌ରେ ଦ୍ୱିତୀୟ ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୧ ରେକର୍ଡ କରାଯାଇଥିଲା।

https://twitter.com/ANI/status/1473958842987806720?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos