ଭୂକମ୍ପ ଝଟ୍‌କାରେ ଥରିଲା ଉତ୍ତରାଖଣ୍ଡ

ଡେରାଡୁନ: ପୁଣି ଭୂକମ୍ପ ଝଟ୍‌କାରେ ଥରିଲା ଉତ୍ତରାଖଣ୍ଡ। ଆଜି ସକାଳେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ପିଥୌରାଗଡ ଜିଲ୍ଲାରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ କରାଯାଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ସୀମା ଆଖପାଖ ଆଞ୍ଚଳର ବୋଲି କୁହାଯାଉଛି। ଏହା ପୂର୍ବରୁ ଫେବୃଆରୀ ୧୨ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ରେକର୍ଡ କରାଯାଇଥିଲା। ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାରେ ଭୂକମ୍ପ […]

Earth Quake

Earth Quake

Madhupriya Mistry
  • Published: Wednesday, 11 May 2022
  • Updated: 11 May 2022, 11:22 AM IST

ଡେରାଡୁନ: ପୁଣି ଭୂକମ୍ପ ଝଟ୍‌କାରେ ଥରିଲା ଉତ୍ତରାଖଣ୍ଡ। ଆଜି ସକାଳେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ପିଥୌରାଗଡ ଜିଲ୍ଲାରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ କରାଯାଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ସୀମା ଆଖପାଖ ଆଞ୍ଚଳର ବୋଲି କୁହାଯାଉଛି।

ଏହା ପୂର୍ବରୁ ଫେବୃଆରୀ ୧୨ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ରେକର୍ଡ କରାଯାଇଥିଲା। ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାରେ ଭୂକମ୍ପ କେନ୍ଦ୍ର ହୋଇଥିବା ସୂଚନା ମିଳିଥିଲା।

ଗତ ଗୁରୁବାର ଦିନ ଜମ୍ମୁକଶ୍ମୀରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୫.୩ ରହିଥିଲା। ଭୂକମ୍ପ କେନ୍ଦ୍ର ତାଜିକିସ୍ତାନରେ ଥିଲା। ତେବେ ଏହି ଦୁଟି ଭୂକମ୍ପରେ ମଧ୍ୟ କାହାର କୌଣସି କ୍ଷୟକ୍ଷତି ହୋଇନଥିଲା କି କେହି ମୃତାହତ ହୋଇନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos