ମୃଦୁ ଭୂମିକମ୍ପରେ ଥରିଲା ବେଙ୍ଗାଲୁରୁ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୩ ପଏଣ୍ଟ ରେକର୍ଡ଼ କରାଯାଇଛି।  କର୍ଣ୍ଣାଟକର ଉତ୍ତର-ଉତ୍ତରପୂର୍ବରେ ଆଜି ସକାଳେ ଏହି ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି(ଏନ୍‌ଏସସି) ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଇଛି । ୩.୩ ତୀବ୍ରତା ବିଶିଷ୍ଟ ଏହି ଭୂକମ୍ପ ଆଜି ସକାଳେ ୭ଟା ୧୪ରେ ହୋଇଥିବା ଏନ୍‌ଏସସି ରିପୋର୍ଟ ଦେଇଛି। ଏହି ଭୂକମ୍ପର ଠିକଣାସ୍ଥଳ ଅକ୍ଷାଂଶ ୧୩.୫୫ ଥିବା ବେଳେ ଦ୍ରାଘିମା ୭୭.୭୬ ରେକର୍ଡ଼ […]

earth-quack

Tapas Behera
  • Published: Wednesday, 22 December 2021
  • , Updated: 22 December 2021, 11:22 AM IST

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୩ ପଏଣ୍ଟ ରେକର୍ଡ଼ କରାଯାଇଛି।  କର୍ଣ୍ଣାଟକର ଉତ୍ତର-ଉତ୍ତରପୂର୍ବରେ ଆଜି ସକାଳେ ଏହି ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି(ଏନ୍‌ଏସସି) ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଇଛି । ୩.୩ ତୀବ୍ରତା ବିଶିଷ୍ଟ ଏହି ଭୂକମ୍ପ ଆଜି ସକାଳେ ୭ଟା ୧୪ରେ ହୋଇଥିବା ଏନ୍‌ଏସସି ରିପୋର୍ଟ ଦେଇଛି।

ଏହି ଭୂକମ୍ପର ଠିକଣାସ୍ଥଳ ଅକ୍ଷାଂଶ ୧୩.୫୫ ଥିବା ବେଳେ ଦ୍ରାଘିମା ୭୭.୭୬ ରେକର୍ଡ଼ କରାଯାଇଛି । ବେଙ୍ଗାଲୁରଠାରୁ ୬୬ କିମି (ଏନଏନଇ) ଦୂର ୨୩ କିମି ଗଭୀରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଏନ୍‌ଏସସି ତଥ୍ୟ ଜାରି କରିଛି। ତେବେ ଏହି ଭୂକମ୍ପରେ କ୍ଷୟକ୍ଷତି ଜନିତ ରିପୋର୍ଟ ଆସି ନାହିଁ।

Related story