ଇଭିଏମ ଚାଲାଣ ଅଭିଯୋଗ:ବାରାଣସୀ ଏଡିଏମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାରାଣସୀ: ଉତ୍ତରପ୍ରଦେଶ ନିର୍ବାଚନରେ ଇଲେକ୍‌ଟ୍ରୋନିକ ଭୋଟିଂ ମେସିନ(ଇଭିଏମ) ଚାଲାଣ ଅଭିଯୋଗ।  ଇଭିଏମ ଚାଲାଣ ନେଇ ସମାଜବାଦୀ ପାର୍ଟି(ସପା)ର ମୁଖ୍ୟ ଅଖିଳେଶ ଯାଦବ ଅଭିଯୋଗ ଆଣିବା ପରେ ନିର୍ବାଚନ କମିଶନର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଫଳାଫଳ ଗଣତି ପୂର୍ବରୁ ଇଭିଏମ ମେସିନ୍‌ ଚାଲାଣ ନେଇ ପ୍ରଶ୍ନ ଉଠାଇଛି ସପା । ତେବେ ନିୟମ ଉଲ୍ଲଂଘନ କରିଥିବାରୁ ବାରାଣସୀ ଏଡିଏମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ। ଇସିଆଇଙ୍କ ନିର୍ଦ୍ଦେଶ ପରେ […]

evm

Tapas Behera
  • Published: Wednesday, 09 March 2022
  • , Updated: 09 March 2022, 08:41 PM IST

ବାରାଣସୀ: ଉତ୍ତରପ୍ରଦେଶ ନିର୍ବାଚନରେ ଇଲେକ୍‌ଟ୍ରୋନିକ ଭୋଟିଂ ମେସିନ(ଇଭିଏମ) ଚାଲାଣ ଅଭିଯୋଗ।  ଇଭିଏମ ଚାଲାଣ ନେଇ ସମାଜବାଦୀ ପାର୍ଟି(ସପା)ର ମୁଖ୍ୟ ଅଖିଳେଶ ଯାଦବ ଅଭିଯୋଗ ଆଣିବା ପରେ ନିର୍ବାଚନ କମିଶନର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଫଳାଫଳ ଗଣତି ପୂର୍ବରୁ ଇଭିଏମ ମେସିନ୍‌ ଚାଲାଣ ନେଇ ପ୍ରଶ୍ନ ଉଠାଇଛି ସପା । ତେବେ ନିୟମ ଉଲ୍ଲଂଘନ କରିଥିବାରୁ ବାରାଣସୀ ଏଡିଏମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ।

ଇସିଆଇଙ୍କ ନିର୍ଦ୍ଦେଶ ପରେ ବାରାଣସୀ ଏଡିଏମ ଏନକେ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମଙ୍ଗଳବାର ଅଖିଳେଶ ଯାଦବ ବାରାଣସୀ ଜିଲ୍ଲାପାଳଙ୍କ ବିରୋଧରେ ଇଭିଏମ ଚାଲାଣ ସମ୍ପର୍କରେ ଅଭିଯୋଗ ଆଣିଥିଲେ। ସ୍ଥାନୀୟ ପ୍ରାର୍ଥୀଙ୍କୁ ନଜଣାଇ ଏହି ଇଭିଏମ ଚାଲାଣ ହେଉଥିଲା। ଯଦି ଇଭିଏମ ଏଭଳି ଚାଲାଣ ହୁଏ ତେବେ ଆମକୁ ସତର୍କ ହେବାକୁ ପଡ଼ିବ।

ଏହା  ହେଉଛି ଏଲୁଟ୍‌। ଆମେ ଆମର ଭୋଟକୁ ସୁରକ୍ଷା ଦେବା ଉଚିତ। ମୁଁ ଳୋକମାନଙ୍କୁ  ଗଣତନ୍ତ୍ରର ସୁରକ୍ଷା ପାଇଁ ନିବେଦନ କରୁଛି ବୋଲି ଅଖିଳେଶ କହିଛନ୍ତି।  ଇଭିଏମ ଗୁଡ଼ିକ ଟ୍ରକରେ ଚାଲାଣ ହେଉଥିବା ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ଅଖିଳେଣଶ ଅଭିଯୋଗ କରିଥିଲେ। ତେବେ ଏନେଇ ପ୍ରତିକ୍ରିୟା ରଖିଥିଲେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ।  ସେ କହିଥିଲେ ଯେ, ଏହି  ଇଭିଏମ ଗୁଡ଼ିକ ନିର୍ବାଚନ କାର୍ଯ୍ୟରେ ବ୍ୟବହାର ହୋଇ ନାହିଁ। ଏ ଗୁଡ଼ିକ ନିର୍ବାଚନ ପୂର୍ବରୁ ପୁଲିଂ ଅଧିକାରୀଙ୍କ ପାଇଁ ଟ୍ରେନିଂ ଲାଗି ଆସିଥିଲା। ତେବେ ଏକଜିଟ୍‌ ପୁଲ ଫଳାଫଳ ଆସିବା ପରେ ବିଜେପି ଉତ୍ତରପ୍ରଦେଶରେ ଜିତୁ ଥିବା ସ୍ପଷ୍ଟ ହୋଇଛି। ତେଣୁ  ପରାଜୟ ଭୟରେ ଅଖିଳେଶ ଯାଦବ  ଅସହାୟ ହୋଇ ରାଜନୀତିକ ଚାଲ ଖେଳୁଛନ୍ତି ବୋଲି ବିଜେପି କହିଛି।

Related story