ଇଡି ପଞ୍ଝାରେ କଂଗ୍ରେସ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ
ନୂଆଦିଲ୍ଲୀ: ଇଡି ପଞ୍ଝାରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ। ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଲ୍ଲିକାର୍ଜୁନଙ୍କୁ ପଚରାଉଚରା କରୁଛି। ପୂର୍ବରୁ ଇଡି ତାଙ୍କୁ ଏହି ମାମଲାରେ ପଚରାଉଚରା କରିବା ପାଇଁ ସମନ ପଠାଇ ଆଜି ହାଜର ହେବାକୁ ଡକାଇଥିଲା। ଏହି ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ଇଡି ତାଙ୍କୁ ପଚରାଉଚରା କରୁଥିବା ଜଣାପଡିଛି।
ସୂଚନା ମୁତାବକ, ନ୍ୟାସନାଲ ହେରାଲ୍ଡ ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଇଡି କଂଗ୍ରେସର ବରିଷ୍ଠ ନେତା ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ସକାଳୁ ପଚରାଉଚରା ଜାରି ରଖିଛି। ଏହି କଂଗ୍ରେସର ବରିଷ୍ଠ ନେତାଙ୍କ ବୟାନ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ରେକର୍ଡ କରାଯିବ ବୋଲି ଇଡି ଅଧିକାରୀ କହିଛନ୍ତି।
ED is questioning senior Congress leader Mallikarjuna Kharge in connection with the National Herald corruption case. He was summoned to appear before ED today: Sources
(file pic) pic.twitter.com/6CpH9zj8c6
— ANI (@ANI) April 11, 2022
ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ଲଗାତର ତଦନ୍ତ ଜାରି ରଖିଛି। ବିଜେପି ନେତା ଶୁଭ୍ରମଣ୍ୟମ ସ୍ୱାମୀଙ୍କ ଅଭିଯୋଗ ପରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। ସେ ୟଙ୍ଗ ଇଣ୍ଡିଆ ଲିମିଟେଡ୍ କମ୍ପାନୀ ଅଧୀନରେ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ହାସଲ କରିଥିବା ନେଇ କିଛି କଂଗ୍ରେସ ନେତାଙ୍କ ନାଁରେ ଅଭିଯୋଗ କରି ୨୦୧୨ରେ କୋର୍ଟରେ ଏକ ଆବେଦନ କରିଥିଲେ। ୟଙ୍ଗ ଇଣ୍ଡିଆ ଲିମିଟେଡ୍ ନ୍ୟାସନାଲ୍ ହେରାଲ୍ଡର ସମ୍ପତ୍ତି ଭୁଲ୍ ଭାବରେ ହାସଲ କରିଥିବା ସେ ଦାବି କରିଥିଲେ।
ବାସ୍ତବରେ, ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ କମ୍ପାନୀ ହିଁ ନ୍ୟାସନାଲ ହେରାଲ୍ଡ ଖବରକାଗଜ ପ୍ରକାଶ କରୁଛି। ଏହି କମ୍ପାନୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ୧୯୩୭ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ସେ ତାଙ୍କ ସହ ଅନ୍ୟ ୫୦୦୦ ସ୍ୱାଧୀନତା ସଂଗ୍ରାମୀଙ୍କୁ ମଧ୍ୟ ଏଥିରେ ସାମିଲ କରାଇଥିଲେ। ଏହି ଖବରକାଗଜ କଂଗ୍ରେସ ଦଳର ମୁଖପାତ୍ର ମଧ୍ୟ ଥିଲା। ୯୦ କୋଟି ଟଙ୍କାର ଋଣ ବୋଝ ହେତୁ ଏହି ଖବରକାଗଜକୁ ୨୦୦୮ରେ ବନ୍ଦ କରିବାକୁ ପଡିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।