ଇଡି ରେଡ୍‌: ଲକରରୁ ବାହାରିଲା ୩୦ କୋଟି ଟଙ୍କାର ଗହଣା

ମୁମ୍ବାଇ: ଲକରରୁ ବାହାରିଲା ପୁଳା ପୁଳା ଗହଣା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାତରେ ଲାଗିଛି କୋଟି କୋଟି ଟଙ୍କାର ହୀରା ଗହଣା।  ଆଜି ଇଡି ପକ୍ଷରୁ ଯାଞ୍ଚ ବେଳେ  ସ୍କିଲ ଇନ୍‌ଫ୍ରାଷ୍ଟ୍ରକ୍ଚର କାର୍ଯ୍ୟକାରୀ ଅଧ୍ୟକ୍ଷ ନିକିଲ ଗାନ୍ଧିଙ୍କ ଲକରରୁ ବ୍ୟାପକ ପରିମାଣରେ ଗହଣା ଜବତ କରାଯାଇଛି। ଯାହାର ଆମୁମାନିକ ମୂଲ୍ୟ ୩୦ କୋଟି ଟଙ୍କା ହେବ। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରୁ ଇଡି ରେଡ୍‌ କରିବା ଆରମ୍ଭ କରିଛି । ଦକ୍ଷିଣ ମୁମାଇ ଏବଂ ମଧ୍ୟ ମୁମ୍ବାଇର […]

Gold

Tapas Behera
  • Published: Monday, 17 January 2022
  • , Updated: 17 January 2022, 04:13 PM IST

ମୁମ୍ବାଇ: ଲକରରୁ ବାହାରିଲା ପୁଳା ପୁଳା ଗହଣା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାତରେ ଲାଗିଛି କୋଟି କୋଟି ଟଙ୍କାର ହୀରା ଗହଣା।  ଆଜି ଇଡି ପକ୍ଷରୁ ଯାଞ୍ଚ ବେଳେ  ସ୍କିଲ ଇନ୍‌ଫ୍ରାଷ୍ଟ୍ରକ୍ଚର କାର୍ଯ୍ୟକାରୀ ଅଧ୍ୟକ୍ଷ ନିକିଲ ଗାନ୍ଧିଙ୍କ ଲକରରୁ ବ୍ୟାପକ ପରିମାଣରେ ଗହଣା ଜବତ କରାଯାଇଛି। ଯାହାର ଆମୁମାନିକ ମୂଲ୍ୟ ୩୦ କୋଟି ଟଙ୍କା ହେବ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରୁ ଇଡି ରେଡ୍‌ କରିବା ଆରମ୍ଭ କରିଛି । ଦକ୍ଷିଣ ମୁମାଇ ଏବଂ ମଧ୍ୟ ମୁମ୍ବାଇର ଦୁଇଟି ବ୍ୟାଙ୍କରେ ଗାନ୍ଧି ଏବଂ ତାଙ୍କ ସହଯୋଗୀଙ୍କର ଥିବା ଲକର ଉପରେ ଖୋଳତାଡ଼ ଆରମ୍ଭ କରିଛି ଇଡି। ଦୁଇଟି ବ୍ୟାଙ୍କରୁ ଇଡି ୧୦ଟି ଲକର ଠାବ କରିଛି। ତେବେ ସବୁ ଲକର ଖୋଲା ଯାଇନଥିବା ଜଣାପଡ଼ିଛି। ନିଖିଲ ଗାନ୍ଧିଙ୍କର ସ୍କିଲ ଇନଫ୍ରାଷ୍ଟ୍ରକ୍ଚର ଫାର୍ମ  ଆଇଏଏଲ ଆଣ୍ଡ ଏଫଏସ୍‌(IFIN)ଠାରୁ ଲୋନ ଆଣିଥିଲା। ପରେ ଏହି କମ୍ପାନୀ ଖିଲାପକାରୀ ଭାବେ ସାବ୍ୟସ୍ତ ହୋଇଥିବା ବେଳେ ନନ୍ ପରଫର୍ମିଂ ଲିଷ୍ଟରେ(ଏନପିଏ) ଅନ୍ତର୍ଭୃକ୍ତ ହୋଇଥିଲା । ନିଖିଲଙ୍କର ନବି ମୁମ୍ବାଇ ସ୍ୱତନ୍ତ୍ର ଅର୍ଥ ନୈତିକ ଜୋନ୍(ଏସଇଜେଡ୍)ରେ ପ୍ରାୟ ୧୫ ପ୍ରତିଶତ ଷ୍ଟେକ ରହିଛି।

ତେବେ ନିଖିଲଙ୍କର ସ୍ଥାବର ଓ ଅସ୍ଥାବରକୁ ମିଶାଇ ପ୍ରାୟ ୬୦୦-୭୦୦ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଇଡି। ଏହାକୁ ଯେକୌଣସି ସମୟରେ ଆଟାଚ୍ କରାଯାଇ ପାରେ ବୋଲି ସୂଚନା ମିଲିଛି। ପୂର୍ବରୁ ଅନେକ ଅଭିଯୁକ୍ତଙ୍କ ସମ୍ପତ୍ତି ଆଟାଚ କରିଛି ଇଡି। ଏଥିସହ ନକଲି ଋଣ ଏବଂ ବେନାମି ସମ୍ପତ୍ତିକୁ ନେଇ ଯାଞ୍ଚ କରିଛି ଇଡି। ତେବେ ଏହି ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି ସୂଚନା ମିଳିଛି।

Related story