ସଚିନ ବାଜେ ପରେ ପରମବୀର ସିଂହଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ: ଦୁର୍ନୀତି ଏବଂ ଅପରାଧ ମାମଲାରେ ଛନ୍ଦି ହେବା ପରେ ବହିଷ୍କୃତ ମୁମ୍ୱାଇ ପୁଲିସ ଅଧିକାରୀ ସଚିନ ବାଜେ ଏବେ ମହାରାଷ୍ଟ୍ରର ତଲୋଜା ଜେଲରେ। ଇଡି ଏବେ ଏହି ପୂର୍ବତନ ଅଧିକାରୀଙ୍କୁ ଜେରା କରିବ। ଏଥିପାଇଁ ସ୍ୱତନ୍ତ୍ର ଏନଆଇଏ କୋର୍ଟ ଅନୁମତି ଦେଇଛନ୍ତି ଇଡିକୁ। ସେହିପରି ମୁମ୍ୱାଇର ପୂର୍ବତନ ପୁଲିସ ଅଧିକାରୀ ପରମବୀଂର ସିଂହଙ୍କୁ ମଧ୍ୟ ଇଡି ଜେରା କରିବ ବୋଲି ଜଣାପଡ଼ିଛି। ପରମବୀର ମୁମ୍ୱାଇ ପୁଲିସ କମିଶନର ପଦରୁ ବିଦା ହେବା ପରେ ହୋମଗାର୍ଡ ଡିଜି […]

waze-parambir

waze-parambir

Subhransu Sekhar
  • Published: Friday, 09 July 2021
  • Updated: 09 July 2021, 06:14 PM IST

Sports

Latest News

ନୂଆଦିଲ୍ଲୀ: ଦୁର୍ନୀତି ଏବଂ ଅପରାଧ ମାମଲାରେ ଛନ୍ଦି ହେବା ପରେ ବହିଷ୍କୃତ ମୁମ୍ୱାଇ ପୁଲିସ ଅଧିକାରୀ ସଚିନ ବାଜେ ଏବେ ମହାରାଷ୍ଟ୍ରର ତଲୋଜା ଜେଲରେ। ଇଡି ଏବେ ଏହି ପୂର୍ବତନ ଅଧିକାରୀଙ୍କୁ ଜେରା କରିବ। ଏଥିପାଇଁ ସ୍ୱତନ୍ତ୍ର ଏନଆଇଏ କୋର୍ଟ ଅନୁମତି ଦେଇଛନ୍ତି ଇଡିକୁ। ସେହିପରି ମୁମ୍ୱାଇର ପୂର୍ବତନ ପୁଲିସ ଅଧିକାରୀ ପରମବୀଂର ସିଂହଙ୍କୁ ମଧ୍ୟ ଇଡି ଜେରା କରିବ ବୋଲି ଜଣାପଡ଼ିଛି। ପରମବୀର ମୁମ୍ୱାଇ ପୁଲିସ କମିଶନର ପଦରୁ ବିଦା ହେବା ପରେ ହୋମଗାର୍ଡ ଡିଜି ପଦରେ ରହିଛନ୍ତି। ହେଲେ ମାସେରୁ ଅଧିକ ଦିନ ହେବ ଅଫିସ ଆସିନଥିବା ଜଣାପଡ଼ିଛି। ଉଭୟ ବାଜେ ଏବଂ ପରମବୀର ମୁମ୍ୱାଇ ପୁଲିସରେ ଥିବା ବେଳେ ପରସ୍ପରର ସହଯୋଗୀ ଥିଲେ। ବାଜେ ଏପିଆଇ ହୋଇ ସିଧା କମିଶନର ପରମବୀରଙ୍କୁ ରିପୋର୍ଟ କରିବାର କ୍ଷମତା ପାଇଥିଲେ।

ଇଡି ଅଧିକାରୀ କହିଛନ୍ତି ଯେ ଶନିବାର ମୁମ୍ବାଇର ତଲୋଜା ଜେଲ ପରିସରରେ ଥିବା ବାଜେଙ୍କୁ ଜେରା କରିବ। ଗୁରୁବାର ସ୍ୱତନ୍ତ୍ର ଅଦାଲତ ଇଡିଙ୍କୁ ୱାଜେଙ୍କ ପାଖକୁ ଯାଇ ଜେଲରେ ତାଙ୍କ ବୟାନ ରେକର୍ଡ କରିବାକୁ ଅନୁମତି ଦେଇଥିଲେ। ମେ ୧୯ରେ ବାଜେ ଇଡି ଆଗରେ କହିଥିଲେ ଯେ ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନିର୍ଦ୍ଦେଶ କ୍ରମେ ଡିସେମ୍ବର ୨୦୨୦ରୁ ଫେବୃଆରୀ ୨୦୨୧ ମଧ୍ୟରେ ମୁମ୍ବାଇର ବାରରୁ ସେ ୪.୭୦ କୋଟି ଟଙ୍କା ଆଣିଥିଲେ।

ବାଜେ ଏହି ଟଙ୍କା ପରେ ଦେଶମୁଖଙ୍କ ପିଏ ସଞ୍ଜୀବ ପୋଲାନ୍ଦେ ଓ ପିଏ କୁନ୍ଦନ ସିନ୍ଦେଙ୍କୁ ଦେଇଥିଲେ। ଏହି ଦୁଇ କିନ୍ତୁ ଦେଶମୁଖଙ୍କ ବିରୋଧରେ ପରମବୀର ଆଣିଥିବା ବଟି ଆଦାୟ ମାମଲାରେ ଇଡି ଦ୍ୱାରା ଗିରଫ ହୋଇସାରିଛନ୍ତି। ତେବେ ଇଡିର ସୂଚନା ମୁତାବିକ ସିନ୍ଧେ ବାଜେଙ୍କୁ ଜାଣିନି ବୋଲି କହୁଛନ୍ତି ଏବଂ ତଦନ୍ତରେ ସହଯୋଗ କରୁନାହାନ୍ତି। କିନ୍ତୁ ଇଡି ପାଖରେ ଗିରଫ ଦୁଇ ବ୍ୟକ୍ତି ବାଜେ ଏହି ଟଙ୍କା ହେରଫେର ମାମଲାର ଗୋଟିଏ ନୌକାର ଯାତ୍ରୀ ବୋଲି ପ୍ରମାଣ ରହିଛି।

ସୂଚନାଯୋଗ୍ୟ, ଇଡି ଅନୀଲ ଦେଶମୁଖଙ୍କ ମଧ୍ୟ ତିନି ଥର ସମନ କରିଛି। ହେଲେ ସମନର ଜବାବ ନରଖି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ମହାରାଷ୍ଟ୍ରର ଶାସକ ଦଳ ଏନସିପିର ଏହି ନେତା।

ବିଜନେସ ଟାଇକୁନ ମୁକେଶ ଅମ୍ୱାନୀଙ୍କ ଘର ଆଗରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ରଖିବା ଏବଂ ସେହି କାରର ମାଲିକ ମନସୁଖ ହିରେନ କିଛି ଦିନ ପରେ ହତ୍ୟାର ଶିକାର ହେବା ମାମଲାରେ ବାଜେ ଏବେ ଜେଲର ଚାରି କାନ୍ଥ ଭିତରକୁ ଚାଲି ଯାଇଛନ୍ତି। ଏହି ମାମଲାରେ ବିବାଦ ବଢ଼ିବା ପରେ ପରମବୀରଙ୍କ ଉପରକୁ ଅଙ୍ଗୁଳି ଉଠିଥିଲା। ସେତେବେଳେ ଗୃହମନ୍ତ୍ରୀ ପଦରେ ଥିବା ଦେଶମୁଖ ଠିକ୍ ଭାବରେ ତଦନ୍ତ କରିନପାରିବା ମାମଲାରେ ପରମବୀରଙ୍କୁ କମିଶନର ପଦବୀରୁ ବିଦା କରିଦେଇଥିଲେ। ପରେ ପରମବୀର ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଅଭିଯୋଗ ଆଣିବା ପରେ ଦେଶମୁଖ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ଏହି ସମସ୍ତ ମାମଲାରେ ସିବିଆଇ ଏବଂ ଇଡି ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story