ହସ୍ପିଟାଲରେ ଭର୍ତ୍ତି ହେଲେ ଶିକ୍ଷାମନ୍ତ୍ରୀ ନିଶଙ୍କ

ନୂଆଦିଲ୍ଳୀ: ବିଗିଡିଲା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ସ୍ୱାସ୍ଥ୍ୟ ଅବସ୍ଥା। ତାଙ୍କୁ ଆଜି ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଛି । କରୋନା ସଂକ୍ରମଣ ପରେ ତାଙ୍କ ସ୍ୱାସ୍ଥଗତ ସମସ୍ୟା ଦେଖାଦେଇଥିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି । ଗତ ଏପ୍ରିଲରେ ଶିକ୍ଷାମନ୍ତ୍ରୀ କରୋନାରେ ସଂକ୍ରମିତ ହୋଇଥିଲେ । ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଥିଲେ । ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ହେଲେ ଏବେ ତାଙ୍କର ପୋଷ୍ଟ କୋଭିଡ […]

ramesh-pokhriyal

ramesh-pokhriyal

Madhupriya Mistry
  • Published: Tuesday, 01 June 2021
  • Updated: 01 June 2021, 04:53 PM IST

Sports

Latest News

ନୂଆଦିଲ୍ଳୀ: ବିଗିଡିଲା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ସ୍ୱାସ୍ଥ୍ୟ ଅବସ୍ଥା। ତାଙ୍କୁ ଆଜି ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଛି । କରୋନା ସଂକ୍ରମଣ ପରେ ତାଙ୍କ ସ୍ୱାସ୍ଥଗତ ସମସ୍ୟା ଦେଖାଦେଇଥିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି ।

ଗତ ଏପ୍ରିଲରେ ଶିକ୍ଷାମନ୍ତ୍ରୀ କରୋନାରେ ସଂକ୍ରମିତ ହୋଇଥିଲେ । ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଥିଲେ । ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ହେଲେ ଏବେ ତାଙ୍କର ପୋଷ୍ଟ କୋଭିଡ ସମସ୍ୟା ଦେଖାଦେଇଥିବା ଅନୁମାନ କରାଯାଉଛି ।

ସୂଚନା ମୁ୍‌ତାବକ ଆଜି ଶିକ୍ଷାମନ୍ତ୍ରୀ ସିବିଏସ୍‌ଇ ଓ ଆସିଏସ୍‌ଇ ସମତେ ସମସ୍ତ ରାଜ୍ୟ ବୋର୍ଡ ପାଇଁ ଦ୍ୱାଦଶ ବୋର୍ଡ ପରୀକ୍ଷା ଉପରେ ନିଷ୍ପତ୍ତି ଘୋଷଣା କରିବାର ଥିଲା । ଗତମାସରେ କେନ୍ଦ୍ରମନ୍ତ୍ରୀଙ୍କ ବୈଠକରେ ଏହି ପ୍ରସଙ୍ଗକୁ ନେଇ ବିଚାର କରାଯାଇଥିଲା । ସମସ୍ତ ରାଜ୍ୟ କେନ୍ଦ୍ର ସରକାରଙ୍କୁ ସେମାନଙ୍କ ପ୍ରତିକ୍ରିୟା ପଠାଇବାକୁ ୧ ସପ୍ତାହ ସମୟ ମଧ୍ୟ ଦିଆଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos