‘ଶିବସେନା ବାଲାସାହେବ ଠାକରେ’ ନାଁରେ ନୂଆ ଦଳ ଗଠନ କରିବେ ବିଦ୍ରୋହୀ ବିଧାୟକ

ମୁମ୍ବାଇ: ଦଳୀୟ ବିଧାୟକଙ୍କ ବିଦ୍ରୋହ ଯୋଗୁ ଦୁଇ ଫାଳ ହେବ ଶିବସେନା। ବାଲାସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଶବିସେନାର ଗୋଟିଏ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ରହିଥିବା ବେଳେ ଆଉ ଗୋଟିଏ ଗୋଟିଏ ଗୋଷ୍ଠୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ମେଳି କରିଛନ୍ତି। ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକମାନେ ନିଜକୁ ବାଲାସାହେବଙ୍କ ପ୍ରକୃତ ଶିବ ସୈନିକ ବୋଲି ଦାବି କରିଛନ୍ତି। ଏଥିପାଇଁ ସେମାନେ ଉଦ୍ଧବ ଠାକରେଙ୍କ ଠାରୁ ଅଲଗା ହୋଇ ଆଉ ଗୋଟିଏ […]

Eknath-shinde

Hemant Lenka
  • Published: Saturday, 25 June 2022
  • , Updated: 25 June 2022, 02:15 PM IST

ମୁମ୍ବାଇ: ଦଳୀୟ ବିଧାୟକଙ୍କ ବିଦ୍ରୋହ ଯୋଗୁ ଦୁଇ ଫାଳ ହେବ ଶିବସେନା। ବାଲାସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଶବିସେନାର ଗୋଟିଏ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ରହିଥିବା ବେଳେ ଆଉ ଗୋଟିଏ ଗୋଟିଏ ଗୋଷ୍ଠୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ମେଳି କରିଛନ୍ତି। ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକମାନେ ନିଜକୁ ବାଲାସାହେବଙ୍କ ପ୍ରକୃତ ଶିବ ସୈନିକ ବୋଲି ଦାବି କରିଛନ୍ତି।

ଏଥିପାଇଁ ସେମାନେ ଉଦ୍ଧବ ଠାକରେଙ୍କ ଠାରୁ ଅଲଗା ହୋଇ ଆଉ ଗୋଟିଏ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦଳର ନାଁ ‘ଶିବସେନା ବାଲାସାହେବ ଠାକରେ’ ରହିବ ବୋଲି ଜଣାପଡ଼ିଛି। ସାୱନ୍ତବାଡି ବିଧାୟକ ଦୀପକ କେସାରକରଙ୍କ ମତରେ ବିଦ୍ରୋହୀ ବିଧାୟକଙ୍କ ପାଖରେ ନୂଆ ଦଳ ଗଠନ କରିବା ପାଇଁ ଆବଶ୍ୟକ ସଂଖ୍ୟା ରହିଛି। ସେମାନେ କେବଳ ବିଧିବଦ୍ଧ ମାନ୍ୟତା ହାସଲ ପାଇଁ ଅପେକ୍ଷା କରିଥିବା ସେ କହିଛନ୍ତି। ଏହି ନୂଆ ଦଳର ମୁଖପାତ୍ର ଭାବେ ବିଧାୟକ ଦୀପକ ନିଜେ ନିଯୁକ୍ତି ପାଇବେ ବୋଲି ମଧ୍ୟ ଜଣାପଡ଼ିଛି।

ଶିବସେନା ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ସହ ମେଣ୍ଟ କରିଥିବାରୁ ଏହାକୁ ଏକନାଥ ସିନ୍ଦେଙ୍କ ସମେତ ଏକାଧିକ ବିଧାୟକ ବିରୋଧ କରିଛନ୍ତି। ସେମାନେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମେଣ୍ଟରୁ ଓହରି ପୁଣି ବିଜେପି ସହ ହାତ ମିଳାଇବାକୁ ପରାମର୍ଶ ଦେଇଛନ୍ତି। ହେଲେ ଉଦ୍ଧବ ଏଥିରେ ରାଜି ହେଉ ନାହାନ୍ତି। ତେଣୁ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାର ପ୍ରାୟ ୪୦ ଜଣ ବିଧାୟକ ଆସାମର ଗୌହାଟୀରେ କ୍ୟାମ୍ପ କରି ରହିଛନ୍ତି। ସେମାନଙ୍କ ସହ ପ୍ରାୟ ୧୦ ଜଣ ସ୍ୱାଧୀନ ବିଧାୟକ ବି ରହିଛନ୍ତି।

ମହାରାଷ୍ଟ୍ର ବିଧାନସଭାରେ ଶିବସେନାର ବିଧାୟକଙ୍କ ସଂଖ୍ୟା ୫୫। ଏହା ମଧ୍ୟରୁ ୪୦ ଜଣ ଏକନାଥଙ୍କ କ୍ୟାମ୍ପକୁ ଚାଲି ଯାଇଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆସନ ଟଳମଳ ହେଉଛି। ଏକନାଥଙ୍କ ପାଖରେ ୪୦ ଜଣ ବିଧାୟକଙ୍କ ସମର୍ଥନ ଥିବାରୁ ସେ ଚାହିଁଲେ ବିଧାନସଭାରେ ନିଜର ସ୍ୱତନ୍ତ୍ର ଦଳ ଗଠନ କରିବା ସହ ଶିବସେନାର ଦଳୀୟ ଚିହ୍ନ ପାଇଁ ମଧ୍ୟ ନିର୍ବାଚନ କମିଶନଙ୍କ ପାଖରେ ଆବେଦନ କରିପାରିବେ। କାରଣ ଦଳ ବଦଳ ନିରୋଧ ଆଇନକୁ ମାତ ଦେବା ପାଇଁ ଓ ଦଳ ବିଭାଜନ ପାଇଁ ଏକନାଥ ସିନ୍ଦେଙ୍କୁ ୩୭ ଜଣ ବିଧାୟକଙ୍କ ସମର୍ଥନ ଦରକାର।

Related story