ମାଗଣା ଯୋଜନାରେ କେତେ ଖର୍ଚ୍ଚ କରିବ ଓ ଟଙ୍କା କେଉଁଠୁ ଆସିବ? ପାର୍ଟିଙ୍କୁ ପଚାରିଲେ ଇସି

ନୂଆଦିଲ୍ଲୀ: ଭୋଟରଙ୍କୁ ଆକୃଷ୍ଟ କରିବାକୁ ମାଗଣା ପ୍ରତିଶ୍ରୁତି ଦେଉଛନ୍ତି ରାଜନୀତିକ ଦଳ। ଦିଲ୍ଲୀରେ ଆପ୍ ସରକାର ହେଉ କି କେନ୍ଦ୍ରର ବିଜେପି, କେହି ବି ଏହି ମାଗଣା ଯୋଜନାର ଲୋଭ ଦେଖାଇବାକୁ ଭୁଲି ନାହାନ୍ତି। ଓଡ଼ିଶାରେ କ୍ଷମତାସୀନ ବିଜେଡି ମଧ୍ୟ ଏହି ମାଗଣା ଜିନିଷ ଯୋଗାଇ ଦେବାର ପ୍ରତିଶ୍ରୁତିରେ ପଛରେ ନାହିଁ। ଫ୍ରିବିସ୍‌ ବା ମାଗଣା ଯୋଜନା କଥା କହି ଭୋଟ ହାତେଇବାକୁ ଚେଷ୍ଟା କରୁଥିବା ରାଜନୀତିକ ଦଳଗୁଡ଼ିକ କିଛି ଆକଳନ କରି ଏମିତି କରୁଛନ୍ତି ନା […]

ECI

ECI

Hemant Lenka
  • Published: Tuesday, 04 October 2022
  • Updated: 04 October 2022, 06:01 PM IST

ନୂଆଦିଲ୍ଲୀ: ଭୋଟରଙ୍କୁ ଆକୃଷ୍ଟ କରିବାକୁ ମାଗଣା ପ୍ରତିଶ୍ରୁତି ଦେଉଛନ୍ତି ରାଜନୀତିକ ଦଳ। ଦିଲ୍ଲୀରେ ଆପ୍ ସରକାର ହେଉ କି କେନ୍ଦ୍ରର ବିଜେପି, କେହି ବି ଏହି ମାଗଣା ଯୋଜନାର ଲୋଭ ଦେଖାଇବାକୁ ଭୁଲି ନାହାନ୍ତି। ଓଡ଼ିଶାରେ କ୍ଷମତାସୀନ ବିଜେଡି ମଧ୍ୟ ଏହି ମାଗଣା ଜିନିଷ ଯୋଗାଇ ଦେବାର ପ୍ରତିଶ୍ରୁତିରେ ପଛରେ ନାହିଁ।

ଫ୍ରିବିସ୍‌ ବା ମାଗଣା ଯୋଜନା କଥା କହି ଭୋଟ ହାତେଇବାକୁ ଚେଷ୍ଟା କରୁଥିବା ରାଜନୀତିକ ଦଳଗୁଡ଼ିକ କିଛି ଆକଳନ କରି ଏମିତି କରୁଛନ୍ତି ନା କେବଳ ପ୍ରତିଶ୍ରୁତି ବର୍ଷା କରୁଛନ୍ତି, ସେକଥା ଜାଣିବାକୁ ଚାହିଁଛନ୍ତି ନିର୍ବାଚନ କମିଶନ।

ଦିନକୁ ଦିନ ଦେଶରେ ପ୍ରିବିସ୍‌ ବା ମାଗଣା ଯୋଜନାର ବିତର୍କ ବଢ଼ିବାରେ ଲାଗିଛି। ଏଥିପାଇଁ ନିର୍ବାଚନ କମିଶନ ସମସ୍ତ ଆଞ୍ଚଳିକ ଓ ଜାତୀୟ ରାଜନୀତିକ ଦଳଗୁଡ଼ିକୁ ବିସ୍ତୃତ ତଥ୍ୟ ଦେବାକୁ ଚିଠି ଲେଖିଛନ୍ତି। ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ବେଳେ ରାଜନୀତିକ ଦଳ ଭୋଟ ହାତେଇବାକୁ ମୋଟ କେତେ ଟଙ୍କାର ମାଗଣା ଯୋଜନା ଲାଗୁ କରିବାର ପ୍ରତିଶ୍ରୁତି ଦେଉଛନ୍ତି? ସେହିପରି ମାଗଣା ଯୋଜନା ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯିବ, ଏହା କେଉଁଠୁ ଆସିବ ଓ କେଉଁ ବର୍ଗର ଲୋକମାନେ ଲାଭବାନ ହେବେ, ସେନେଇ ମଧ୍ୟ ତଥ୍ୟ ଦେବାକୁ ନିର୍ବାଚନ କିମଶନ ଚିଠିରେ ଉଲ୍ଲେଖ କରିଛନ୍ତି।

ଏହାଦ୍ୱାରା ଭୋଟରମାନଙ୍କ ପାଖରେ ଦେଶ ତଥା ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ନେଇ ଗୋଟିଏ ସ୍ପଷ୍ଟଚିତ୍ର ରହିପାରିବ ବୋଲି ଇସି ଆଶା ରଖିଛନ୍ତି। ଏହି ଚିଠି ଉପରେ ଅକ୍ଟୋବର ୧୯ ସୁଦ୍ଧା ଜବାବ ଦାଖଲ କରିବାକୁ ମଧ୍ୟ ଇସି କହିଛନ୍ତି।

ଦେଶରେ ଆରମ୍ଭ ହୋଇଥିବା ମାଗଣା ଯୋଜନା ପରମ୍ପରାକୁ ପରୋକ୍ଷରେ ବିରୋଧ କରି ନିର୍ବାଚନ କମିଶନ କହିଛନ୍ତି, ଭୋଟ ବେଳେ ଦିଆଯାଉଥିବା ମାଗଣା ଯୋଜନା ପ୍ରତିଶ୍ରୁତି ଆର୍ଥିକ ବ୍ୟବସ୍ଥା ଉପରେ କ’ଣ ପଡ଼ୁଛି ଓ ମାଗଣା ଯୋଜନା ସମ୍ପର୍କିତ ଅର୍ଥ କେଉଁଠୁ ଆସିବ, ସେକଥା ଭୋଟରମାନେ ଜାଣିବା ଦରକାର। ନିର୍ବାଚନ ବେଳେ ମିଥ୍ୟା ପ୍ରତିଶ୍ରୁତିର ଦୂରଗାମୀ ପ୍ରଭାବ ରହିଛି। ଯେଉଁ ସବୁ ପ୍ରତିଶ୍ରୁତି ପୂରଣ କରାଯାଇ ପାରିବ, ସେଭଳି କଥା ରାଜନୀତିକ ଦଳ କହି ଭୋଟରଙ୍କ ମନ ଜିତିବା ଉଚିତ। ମିଥ୍ୟା ପ୍ରତିଶ୍ରୁତିର ଅନେକ କୁପ୍ରଭାବ ରହିଛି।

ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିବାର ଅଧିକାର କେବଳ ରାଜନୀତିକ ଦଳଗୁଡ଼ିକର ରହିଛି। ଏହାକୁ ନିର୍ବାଚନ କମିଶନ ଅସ୍ୱୀକାର କରୁନାହାନ୍ତି। କିନ୍ତୁ କିଛି ପ୍ରତିଶ୍ରୁତିର ଅବାଞ୍ଝିତ ପ୍ରଭାବକୁ ମଧ୍ୟ କମିଶନ ଅଣଦେଖା କରିପାରିବେ ନାହିଁ। ଏଥିସହ ସମସ୍ତ ରାଜନୀତିକ ଦଳ ଓ ପ୍ରାର୍ଥୀମାନଙ୍କ ପାଇଁ କମିଶନ ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି।

ରାଜନୀତିକ ଦଳ ଓ ପ୍ରାର୍ଥୀମାନେ ଦେଉଥିବା ପ୍ରତିଶ୍ରୁତିକୁ ରକ୍ଷା କରିବା ପାଇଁ ଗୋଟିଏ ଆଚରଣବିଧି ରହିବା ଉଚିତ। ରାଜନୀତିକ ଦଳଗୁଡ଼ିକ ଦେଉଥିବା ପ୍ରତିଶ୍ରୁତି ଦ୍ୱାରା ଲୋକମାନେ କେଉଁ ଯାଏ ଓ କେତେ ପରିମାଣର ଲାଭ ପାଇବେ, ସେକଥା ବି ଜଣାଇବା ଦରକାର।

ଲୋକଙ୍କୁ ମାଗଣା ଯୋଜନା ଯୋଗାଇ ଦେବା ପାଇଁ କ’ଣ ସବୁ ଆର୍ଥିକ ବ୍ୟବସ୍ଥା ହୋଇଛି, ରାଜସ୍ୱ କେଉଁ ଆଧାରରେ ବୃଦ୍ଧି କରାଯିବ ଓ ରାଜ୍ୟ ତଥା କେନ୍ଦ୍ରର ବୀତ୍ତିୟ ସଷ୍ଟେନବିଲିଟି ଉପରେ କ’ଣ ପ୍ରଭାବ ରହିବ, ତା’ର ମଧ୍ୟ ତଥ୍ୟ ସାର୍ବଜନୀନ ହେବ। ଯଦି ରାଜନୀତିକ ଦଳଗୁଡ଼ିକ କୌଣସି ଉତ୍ତର ନ ଦେବେ, ତା’ହେଲେ ଦଳଗୁଡ଼ିକ ପାଖରେ ଏହାର ଜବାବ ଓ ମାଗଣା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବାକୁ କୌଣସି ନିର୍ଦ୍ଦିଷ୍ଟ ଯୋଜନା ନଥିବା କମିଶନ ଭାବିନେବେ ବୋଲି ଚିଠିରେ କହିଛନ୍ତି।

ଯଦି ରାଜନୈତିକ ଦଳ ଗୁଡ଼ିକ ଭୋଟ୍ ପୂର୍ବରୁ କୃଷି ଋଣ ଛାଡ଼ର ପ୍ରତିଶ୍ରୁତି ଦିଅନ୍ତି। କେଉଁ ବର୍ଗର ଚାଷୀ ଏଥିରୁ ଉପକୃତ ହେବେ। ସବୁ ଚାଷୀ ଉପକୃତ ହେବା ନା’ ଛୋଟ ଓ ନାମମାତ୍ର ଚାଷୀ ଉପକୃତ ହେବେ, ସେ ସମ୍ପର୍କରେ ସୂଚନା ଦେବାକୁ ହେବ। ସେହିପରି ଏଥିପାଇଁ ଟଙ୍କା କେଉଁଠୁ ଆସିବ ସେ ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ।

ନିର୍ବାଚନ ସମୟରେ ରାଜନୀତିକ ଦଳ ଗୁଡ଼ିକର ପ୍ରତିଶୃତିକୁ ନେଇ ବିତର୍କ ଚାଲିଥିବା ବେଳେ ଏକ ନୂଆ ସଂସ୍କାର ଆଡକୁ ଅଗ୍ରସର ହେଉଛନ୍ତି ଭାରତୀୟ ନିର୍ବାଚନ କମିଶନ। ଏସମ୍ପର୍କରେ ନିର୍ବାଚନ କମିଶନ କହିଛନ୍ତି, ନିର୍ବାଚନ ବେଳେ ଦିଆଯାଉଥିବା ପ୍ରତିଶ୍ରୁତିର ଦୂରଗାମୀ ପ୍ରଭାବ ରହିଛି। ଯେଉଁ ସବୁ ପ୍ରତିଶ୍ରୁତି ପୂରଣ କରାଯାଇ ପାରିବ, ସେଭଳି କଥା ରାଜନୀତିକ ଦଳ କହି ଭୋଟରଙ୍କ ମନ ଜିତିବା ଉଚିତ। ମିଥ୍ୟା ପ୍ରତିଶ୍ରୁତିର ଅନେକ କୁପ୍ରଭାବ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos