କେବେ ହେବ କଂଗ୍ରେସର ସାଂଗଠନିକ ଓ ଅଧ୍ୟକ୍ଷ ନିର୍ବାଚନ? ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଆଜି ସିଡବ୍ଲ୍ୟୁସି ବୈଠକ ପରେ ସାଂଗଠନିକ ନିର୍ବାଚନ ଓ ସ୍ଥାୟୀ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଏଥିସହ କଂଗ୍ରେସକୁ ଅଧିକ ସଶକ୍ତ କରିବା ପାଇଁ ସମଗ୍ର ଦେଶରେ ବିଶାଳ ସଦସ୍ୟତା ସଂଗ୍ରହ ଅଭିଯାନ ମଧ୍ୟ ଆରମ୍ଭ କାଯିବ। ନଭେମ୍ବର ୧ରୁ ୨୦୨୨ ମାର୍ଚ୍ଚ ୩୧ ତାରିଖ ଯାଏ ଏହି ସଦସ୍ୟତା ସଂଗ୍ରହ ଅଭିଯାନ ଚାଲିବ। ସେହିପରି ସାଂଗଠନିକ ନିର୍ବାଚନ ପରେ ୨୦୨୨ ଅଗଷ୍ଟ ୨୧ରୁ ଅକ୍ଟୋବର ୨୦ ମଧ୍ୟରେ […]

CWC

Hemant Lenka
  • Published: Saturday, 16 October 2021
  • , Updated: 16 October 2021, 05:25 PM IST

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଆଜି ସିଡବ୍ଲ୍ୟୁସି ବୈଠକ ପରେ ସାଂଗଠନିକ ନିର୍ବାଚନ ଓ ସ୍ଥାୟୀ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଏଥିସହ କଂଗ୍ରେସକୁ ଅଧିକ ସଶକ୍ତ କରିବା ପାଇଁ ସମଗ୍ର ଦେଶରେ ବିଶାଳ ସଦସ୍ୟତା ସଂଗ୍ରହ ଅଭିଯାନ ମଧ୍ୟ ଆରମ୍ଭ କାଯିବ।

ନଭେମ୍ବର ୧ରୁ ୨୦୨୨ ମାର୍ଚ୍ଚ ୩୧ ତାରିଖ ଯାଏ ଏହି ସଦସ୍ୟତା ସଂଗ୍ରହ ଅଭିଯାନ ଚାଲିବ। ସେହିପରି ସାଂଗଠନିକ ନିର୍ବାଚନ ପରେ ୨୦୨୨ ଅଗଷ୍ଟ ୨୧ରୁ ଅକ୍ଟୋବର ୨୦ ମଧ୍ୟରେ ଏଆସିସିର ସ୍ଥାୟୀ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ।

କଂଗ୍ରେସ ପକ୍ଷରୁ ସାଂଗଠନିକ ନିର୍ବାଚନ ତାରିଖ ଘୋଷଣା ଜାରି କରି କୁହାଯାଇଛି ଯେ ନଭେମ୍ବର ୧ରୁ ସାଂଗଠନିକ ନିର୍ବାଚନ ପାଇଁ ସଦସ୍ୟତା ପଞ୍ଜୀକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ୫ ଟଙ୍କା ଲେଖାଏ ଦେଇ ଲୋକମାନେ ସଦସ୍ୟତା ଗ୍ରହଣ କରିପାରିବେ। ଏହି ପ୍ରକ୍ରିୟା ୨୦୨୨ ମାର୍ଚ୍ଚ ୩୧ ଯାଏ ଚାଲିବ।

ଏହାପରେ ଜିଲ୍ଲା କଂଗ୍ରେସ କମିଟି ପ୍ରାଥମିକ ସଦସ୍ୟତା ତାଲିକା ପ୍ରକାଶ କରିବେ। ଏଥିସହ ନିର୍ବାଚନ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ଜାରି ହେବ। ଏହା ଏପ୍ରିଲ ୧ରୁ ଏପ୍ରିଲ ୧୫ ମଧ୍ୟରେ ସିରିବ। ସଭାପତି ଓ ପ୍ରାଇମେରୀ କମିଟି, ବ୍ଲକ କମିଟି, ବ୍ଲକ ସଭାପତି, ଏକ୍ସ୍ୟୁକେଭିଟି କମିଟି ଓ ବ୍ଲକ କଂଗ୍ରେସ କମିଟିର ଜଣିଆ ସଦସ୍ୟ ପାଇଁ ନିର୍ବାଚନ ହେବ। ଏପ୍ରିଲ ୧୬ରୁ ୨୦୨୨ ମେ‘ ୩୧ ମଧ୍ୟରେ ଏହା ଶେଷ ହେବ।


ଜିଲ୍ଲା ସ୍ତରୀୟ ନିର୍ବାଚନ ୨୦୨୨ ଜୁନ ୧ରୁ ଜୁଲାଇ ୨୦ ଯାଏ ଚାଲିବ। ଏହି ସମୟରେ ସଭାପତି, ଉପ ସଭାପତି, କୋଷାଧ୍ୟକ୍ଷ ଏବଂ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ବଛା ହେବେ। ପିସିସି ସଭାପତି, ଉପ ସଭାପତି, କୋଷାଧ୍ୟକ୍ଷ, ପିସିସି କାର୍ଯ୍ୟନିର୍ବାହୀ ଓ ପିସିସି ଜେନାରାଲ ବଡି ଦ୍ୱାରା ଏଆଇସିସି ସଦସ୍ୟଙ୍କ ନିର୍ବାଚନ ହେବ। ଏହା ୨୦୨୨ ଜୁଲାଇ ୨୧ରୁ ୨୦୨୨ ଅଗଷ୍ଟ ୨୦ ଯାଏ ଚାଲିବ। ଶେଷରେ ୨୧ ଅଗଷ୍ଟରୁ ସେପ୍ଟମ୍ବର ୨୦ ମଧ୍ୟରେ ଏଆସିସି ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ।

ଏହି ଘୋଷଣା ବେଳେ କଂଗ୍ରେସର ବରିଷ୍ଠ ନେତା କେସି ଭେନୁଗୋପାଲ କହିଛନ୍ତି, ଦେଶରେ ବଢ଼ୁଥିବା ଦରଦାମକୁ ବୃଦ୍ଧି କରି କଂଗ୍ରେସ ନଭେମ୍ବର ୧୪ରୁ ୨୯ ଯାଏ ସାରା ଦେଶରେ ବିଶାଳ ବିକ୍ଷୋଭ କରିବ। ପୋଲିଂ ବୁଥକୁ ସମସ୍ତ କଂଗ୍ରେସ କର୍ମୀ ଓ ନେତା ପଦଯାତ୍ରା କରିବେ। ଛୋଟ ମିଟିଂ ପରେ ଏପରି ପଦଯାତ୍ରା କରାଯିବ। କଂଗ୍ରେସ ଦଳୀୟ କର୍ମୀ ଓ ନେତାଙ୍କୁ ନିୟମିତ ତାଲିମ ଦେବ। ଦଳର ଆଦର୍ଶ, ନିର୍ବାଚନ ପରିଚାଳନା ସହ ଅପ୍ରଚାରର କାଉଣ୍ଟର କରିବାକୁ ସମସ୍ତଙ୍କୁ ଶିକ୍ଷା ଦିଆଯିବ।

Related story