ଏନ୍‌କାଉଣ୍ଟର, CRPF ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀ ସଫା

ଶ୍ରୀନଗର: ଏନ୍‌କାଉଣ୍ଟରରେ ଟଳିଲା ଆତଙ୍କବାଦୀ। ଶ୍ରୀନଗରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। କଶ୍ମୀରର ଇନ୍ସପେକ୍ଟର ଜେନେରାଲ୍ ବିଜୟ କୁମାରଙ୍କ କହିବା ମୁତାବକ, ଅପରେସନ୍ ଏବେ ବି ଜାରି ରହିଛି। ନିକଟରେ CRPF ଯବାନଙ୍କ ଉପରେ ଆକ୍ରମଣ କରିଥିବା ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ଅନ୍ୟ ଜଣକୁ ଧରିବା ପାଇଁ ଏନକାଉଣ୍ଟର ଚାଲିଛି | ଜଣେ ଅଧିକାରୀଙ୍କ କହିବାନୁସାରେ, ବିଶମ୍ବର ନାଗରରେ ଆତଙ୍କବାଦୀଙ୍କ ଉପସ୍ଥିତି […]

Encounter

Encounter

Madhupriya Mistry
  • Published: Sunday, 10 April 2022
  • Updated: 10 April 2022, 01:09 PM IST

Sports

Latest News

ଶ୍ରୀନଗର: ଏନ୍‌କାଉଣ୍ଟରରେ ଟଳିଲା ଆତଙ୍କବାଦୀ। ଶ୍ରୀନଗରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି।

କଶ୍ମୀରର ଇନ୍ସପେକ୍ଟର ଜେନେରାଲ୍ ବିଜୟ କୁମାରଙ୍କ କହିବା ମୁତାବକ, ଅପରେସନ୍ ଏବେ ବି ଜାରି ରହିଛି। ନିକଟରେ CRPF ଯବାନଙ୍କ ଉପରେ ଆକ୍ରମଣ କରିଥିବା ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ଅନ୍ୟ ଜଣକୁ ଧରିବା ପାଇଁ ଏନକାଉଣ୍ଟର ଚାଲିଛି |

ଜଣେ ଅଧିକାରୀଙ୍କ କହିବାନୁସାରେ, ବିଶମ୍ବର ନାଗରରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ପରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ପ୍ରତି ଜବାବରେ ସୁରକ୍ଷା ବାହିନୀ ମଧ୍ୟ ଗୁଳିମାଡ କରିଥିଲେ। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି।

ଏପ୍ରିଲ ୪ରେ ଶ୍ରୀନଗରର ମୈସୁମା ଅଞ୍ଚଳରେ ହୋଇଥିବା ଆକ୍ରମଣରେ ଏହି ନିହତ ହୋଇଥିବା ଆତଙ୍କବାଦୀ ସମ୍ପୃକ୍ତ ଥିଲା। ଏହି ଆତଙ୍କବାଦୀ ଆକ୍ରମଣରରେ ଜଣେ CRPF ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ ବୋଲି ଆଇଜିପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos