କହୁ କହୁ ଅଟକି ଗଲେ ମୋଦି, ରାହୁଲ କହିଲେ- ଆଉ ମିଛ ସମ୍ଭାଳି ପାରୁନି ଟେଲିପ୍ରମ୍ପଣ୍ଟର

ନୂଆଦିଲ୍ଲୀ: ଚାଲିଥିଲା ବିଶ୍ୱ ଅର୍ଥନୈତିକ ଫୋରମ ସମ୍ମିଳନୀ। ଏଥିରେ ଭର୍ଚୁଆଲ ମୋଡରେ ଭାଗ ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏଥିରେ ସାମିଲ ହୋଇ ଉଦ୍‌ବୋଧନ ଦେଇଥିଲେ। ତେବେ ହଠାତ୍‌ କହୁ କହୁ ଅଟକି ଯାଇଥିଲେ ମୋଦି। ଅଧାରେ ଅଟକି ଯାଇଥିଲା ତାଙ୍କ ଭାଷଣ। ବାସ୍‌ ଏହାକୁ ନେଇ ଏବେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ତାଙ୍କୁ ବାଣ ମାରିଛନ୍ତି। କହିଛନ୍ତି, ମୋଦିଙ୍କ ଆଉ ମିଛ ସମ୍ଭାଳି ପାରୁନି ଟେଲିପ୍ରମ୍ପଟର। ସେପଟେ କଂଗ୍ରେସର ଏଭଳି ଟାର୍ଗେଟକୁ […]

Modi and Rahul

Modi and Rahul

Madhupriya Mistry
  • Published: Tuesday, 18 January 2022
  • Updated: 18 January 2022, 11:02 AM IST

Sports

Latest News

ନୂଆଦିଲ୍ଲୀ: ଚାଲିଥିଲା ବିଶ୍ୱ ଅର୍ଥନୈତିକ ଫୋରମ ସମ୍ମିଳନୀ। ଏଥିରେ ଭର୍ଚୁଆଲ ମୋଡରେ ଭାଗ ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏଥିରେ ସାମିଲ ହୋଇ ଉଦ୍‌ବୋଧନ ଦେଇଥିଲେ। ତେବେ ହଠାତ୍‌ କହୁ କହୁ ଅଟକି ଯାଇଥିଲେ ମୋଦି। ଅଧାରେ ଅଟକି ଯାଇଥିଲା ତାଙ୍କ ଭାଷଣ। ବାସ୍‌ ଏହାକୁ ନେଇ ଏବେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ତାଙ୍କୁ ବାଣ ମାରିଛନ୍ତି। କହିଛନ୍ତି, ମୋଦିଙ୍କ ଆଉ ମିଛ ସମ୍ଭାଳି ପାରୁନି ଟେଲିପ୍ରମ୍ପଟର। ସେପଟେ କଂଗ୍ରେସର ଏଭଳି ଟାର୍ଗେଟକୁ ବିଜେପି ମଧ୍ୟ ମୁହଁତୋଡ ଜବାବ ଦେଇଛି।

ପ୍ରକୃତରେ ସୋମବାର ବିଶ୍ୱ ଅର୍ଥନୈତିକ ଫୋରମର ଡାଭୋସ୍ ଏଜେଣ୍ଡା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଗ ନେଇଥିଲେ। ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଭାଷଣର ଏକ କ୍ଲିପ୍କୁ ଶେଆର କରି କଂଗ୍ରେସ ତାଙ୍କୁ ଟାର୍ଗେଟ କରିଛି। ଶେଆର କରାଯାଇଥିବା ଭିଡିଓ କ୍ଲିପ୍‌ରେ ମୋଦି  ଭାଷଣ ଦେଉ ଦେଉ ହଟାତ୍‌ କହିବା ବନ୍ଦ କରିଦେଉଛନ୍ତି।  ଟେଲିପ୍ରମ୍ପଟର ବନ୍ଦ ହୋଇଯାଇଥିବା ହେତୁ ପ୍ରଧାନମନ୍ତ୍ରୀ ଆଉ କିଛି କହି ପାରୁନାହାଁନ୍ତି। ପ୍ରଧାନମନ୍ତ୍ରୀଙ୍କ ଏତେ ମିଛ ଟେଲିପ୍ରମ୍ପଟର ମଧ୍ୟ ସମ୍ଭାଳି ପାରୁନି ବୋଲି କଂଗ୍ରେସ ଅଭିଯୋଗ ଆଣିଛି।

କଂଗ୍ରେସ ମୋଦିଙ୍କୁ ଟାର୍ଗେଟ କରି ଟ୍ୱିଟ୍‌ କରିଛି ଯେ, 'ଟେଲିପ୍ରମ୍ପଟର ଚଳାଉ ଥିବା ବ୍ୟକ୍ତି କହୁଥିବ 'ଅଛା ଚଲତା ହୁଁ ଦୁଆଓଁ ମେଁ ୟାଦ୍‌ ରଖ୍‌ନା'।' ସେପଟେ ରାହୁଲ ଗାନ୍ଧି ଟ୍ୱିଟ୍‌ କରି କହିଛନ୍ତି, 'ଟେଲିପ୍ରମ୍ପଟର ମଧ୍ୟ ଏପରି ମିଥ୍ୟା ଆଉ ସହି ପାରିବେ ନାହିଁ।'

https://twitter.com/RahulGandhi/status/1483275342664323076?s=20

ଅନ୍ୟପଟେ କଂଗ୍ରେସର ଏଭଳି ଟାର୍ଗେଟ୍‌କୁ ମୁହଁତୋଡ ଜବାବ ଦେଇଛି ବିଜେପି। ଦିଲ୍ଲୀ ବିଜେପି ମୁଖପାତ୍ର ତେଜିନ୍ଦର ପାଲ ସିଂ ବାଗ୍ଗା ଲେଖିଛନ୍ତି, 'ବୈଷୟିକ ତ୍ରୁଟି ବିଶ୍ୱ ଅର୍ଥନୈତିକ ଫୋରମରୁ ଆସିଛି, ଯେଉଁଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିଜ ଭାଷଣ ଅଧାରେ ବନ୍ଦ କରିବାକୁ ପଡିଥିଲା।'

ସେହିପରି ଆଉ ଜଣେ ବିଜେପି ନେତା ରାହୁଲଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, 'ଟେଲିପ୍ରମ୍ପଟରର ଷଡଯନ୍ତ୍ର ରଚୁଥିବା ଡାଇପର ପିନ୍ଧା ନେତା ଏହି ସଠିକ୍‌ ଭିଡିଓ' ଦେଖ ବୋଲି କହି ଏକ ଭିଡିଓ ଲିଙ୍କକୁ ଶେଆର କରିଛନ୍ତି।

ସେପଟେ ମୋଦିଙ୍କୁ ଏଭଳି ଟାର୍ଗେଟ କରିବା ପରେ ଆଉ କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରୁ ଜଣାପଡିଛି ଯେ, ଟ୍ରଲିପ୍ରମ୍ପଟରରେ କୌଣସି ତ୍ରୁଟି ନଥିଲା, ବରଂ ମ୍ୟାନେଜିଂ ଟିମ୍‌ ମୋଦିଙ୍କୁ ଅଟକାଇ ସମସ୍ତଙ୍କୁ ତାଙ୍କ କଥା ଶୁଣାଯାଉଛି କି ନାହିଁ ତା'ପଚାରିବାକୁ କହିଥିବା ଜଣାପଡିଛି।

ସୂଚନା ମୁତାବକ, ସୋମବାର ବିଶ୍ୱ ଅର୍ଥନୈତିକ ଫୋରମ୍‌ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଶକଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରିଛନ୍ତି। ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶରେ ହୋଇଥିବା ୧୦ଟି ପ୍ରମୁଖ ପରିବର୍ତ୍ତନକୁ ଗଣନା କରି କହିଥିଲେ ଯେ ବର୍ତ୍ତମାନ କଷ୍ଟକର ସମୟ ଶେଷ ହୋଇଛି। ଅର୍ଥନୈତିକ ସଂସ୍କାର ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲାଇସେନ୍ସ ରାଜ୍ ପାଇଁ ବଦ୍‌ନାମ୍‌ ହୋଇଥିବା ଭାରତ ବର୍ତ୍ତମାନ ଅଗ୍ରଗତି କରିଛି।

https://twitter.com/RahulKothariBJP/status/1483287547275255808?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story