ରାଜଧାନୀରେ ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ, ମିଳିଲା ପ୍ରମାଣ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା। ଦିନକୁ ଦିନ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା। କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଏବେ ଚାରିଆଡେ ନିଜ କାୟା ମେଳାଇଛି। ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଚମକାଇଲା ଭଳି ଖବର। ଦେଶରେ ରାଜଧାନୀରେ ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି। ଏନେଇ କ୍ଲିନିକାଲ ପ୍ରମାଣ ମିଳିଥିବା ସୂଚନା ରହିଛି। ରାଜଧାନୀ ଦିଲ୍ଲୀରେ ତାଣ୍ଡବ ରଚିଛି ଓମିକ୍ରନ୍‌। ହୁ ହୁ ହୋଇ ବଢ଼ି ଚାଲିଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା। […]

Omicron

Omicron

Madhupriya Mistry
  • Published: Saturday, 15 January 2022
  • Updated: 15 January 2022, 01:17 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା। ଦିନକୁ ଦିନ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା। କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଏବେ ଚାରିଆଡେ ନିଜ କାୟା ମେଳାଇଛି। ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଚମକାଇଲା ଭଳି ଖବର। ଦେଶରେ ରାଜଧାନୀରେ ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି। ଏନେଇ କ୍ଲିନିକାଲ ପ୍ରମାଣ ମିଳିଥିବା ସୂଚନା ରହିଛି।

ରାଜଧାନୀ ଦିଲ୍ଲୀରେ ତାଣ୍ଡବ ରଚିଛି ଓମିକ୍ରନ୍‌। ହୁ ହୁ ହୋଇ ବଢ଼ି ଚାଲିଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା। ଏବେ ଓମିକ୍ରନ୍‌ରର ଏଠାରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ଏନେଇ ଦିଲ୍ଲୀ ILBSର କ୍ଲିନିକାଲ ଭାଇରୋଲୋଜି ବିଭାଗ ସୂଚନା ଦେଇଛି। ସେପଟେ ଦିଲ୍ଲୀରେ କରୋନା ମାମଲା ପିକ୍‌ରେ ପହଞ୍ଚିଛି। ପିକ୍‌ରେ ପହଞ୍ଚିବା ପରେ ଏବେ ସଂକ୍ରମଣ ହାର କମିବା ଆରମ୍ଭ ହୋଇଛି ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ସୂଚନା ଦେଇଛନ୍ତି।

https://twitter.com/ANI/status/1482250375281651712?s=20

ସେ କହିଛନ୍ତି, ଦିଲ୍ଲୀରେ ଗତକାଲିର କରୋନା ଆକ୍ରାନ୍ତଙ୍କ ତୁଳନାରେ ଆଜି ସାଢ଼େ ୪ ହଜାର କମ୍‌ ଅଛି। ଏଠାରେ କରୋନା ମାମଲା ପିକ୍‌ରେ ରହିଛି, କିନ୍ତୁ ଗତକାଲି ଠାରୁ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଆଜି ପଜିଟିଭିଟି ରେଟ୍‌ ପ୍ରାୟ ୩୦% ରହିବ। ରବିବାର ଦିଲ୍ଲୀରେ ୨୧,୦୦୦ କରୋନା ମାମଲା ଆସିପାରେ।

ତାଙ୍କ କହିବା ମୁତାବକ, ଗତ ୫ରୁ ୬ ଦିନ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀ ସଂଖ୍ୟା ବୃଦ୍ଧି ପାଇନାହିଁ। ଏହା ସଂକେତ ଦେଉଛି ଯେ, ଆଗାମୀ ଦିନରେ କରୋନା ମାମଲା ଆହୁରି କମିବା। ୮୫% ପ୍ରତିଶତ ହସ୍ପିଟାଲରେ ବେଡ୍‌ ଖାଲିପଡିଛି। ଲୋକଙ୍କ ଟେଷ୍ଟ ଜାରି ରହିଛି। କରୋନା ନିୟମ ମଧ୍ୟ ପୂରାପୁରି ପାଳନ କରୁଛନ୍ତି ଲୋକେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos