ବିଜେପିରେ ମିଶିଲେ ପୂର୍ବତନ କ୍ରିକେଟର ଦୀନେଶ ମୋଙ୍ଗିଆ

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ଦୀନେଶ ମୋଙ୍ଗିଆ ରାଜନୀତକ ଇନିଂସ ଆରମ୍ଭ କରିଛନ୍ତି। ଆଜି ସେ ଦିଲ୍ଲୀରେ ବିଜେପିରେ ଯୋଗ ଦେଇଛନ୍ତି। ଦୀନେଶ ମୋଙ୍ଗିଆ ଭାରତ ପକ୍ଷରୁ ୫୭ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ। ସେ ୨୦୦୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ ମ୍ୟାଚ୍ ଖେଳିଥିଲେ। ୨୦୦୭ରେ ସେ ବାଂଲାଦେଶ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିଥିଲେ। ୫୭ଟି ଦିନିକିଆ ମ୍ୟାଚ୍‌ରୁ ସେ ୧୨୩୦ ରନ୍ ସଂଗ୍ରହ କରିଥିଲେ। ଏଥିରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ରହିଥିଲା। ତାଙ୍କର ସର୍ବାଧିକ ସ୍କୋର […]

Dinesh Mongia

Dinesh Mongia

Jitendra Garnayak
  • Published: Tuesday, 28 December 2021
  • Updated: 28 December 2021, 02:34 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ଦୀନେଶ ମୋଙ୍ଗିଆ ରାଜନୀତକ ଇନିଂସ ଆରମ୍ଭ କରିଛନ୍ତି। ଆଜି ସେ ଦିଲ୍ଲୀରେ ବିଜେପିରେ ଯୋଗ ଦେଇଛନ୍ତି।

ଦୀନେଶ ମୋଙ୍ଗିଆ ଭାରତ ପକ୍ଷରୁ ୫୭ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ। ସେ ୨୦୦୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ ମ୍ୟାଚ୍ ଖେଳିଥିଲେ। ୨୦୦୭ରେ ସେ ବାଂଲାଦେଶ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିଥିଲେ।

[caption id="attachment_702199" align="aligncenter" width="650"]Dinesh ଦୀନେଶ ମୋଙ୍ଗିଆ (ଫାଇଲ ଫଟୋ)[/caption]

୫୭ଟି ଦିନିକିଆ ମ୍ୟାଚ୍‌ରୁ ସେ ୧୨୩୦ ରନ୍ ସଂଗ୍ରହ କରିଥିଲେ। ଏଥିରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ରହିଥିଲା। ତାଙ୍କର ସର୍ବାଧିକ ସ୍କୋର ଥିଲା ୧୫୯ ନଟ୍ ଆଉଟ୍‌। ସେ ଜିମ୍ବାୱେ ବିପକ୍ଷରେ ୨୦୦୨ ମସିହାରେ ଏହି ଶତକୀୟ ପାରି ଖେଳିଥିଲେ। ଏହା ସହିତ ଦିନିକିଆ ମ୍ୟାଚ୍‌ରେ ୧୪ଟି ୱିକେଟ୍ ମଧ୍ୟ ନେଇଥିଲେ।

ଘରୋଇ କ୍ରିକେଟ୍‌ରେ ଦୀନେଶ ମୋଙ୍ଗିଆ ୫୦ରୁ କମ୍ ହାରରେ ୮ ହଜାର ରନ୍ ସଂଗ୍ରହ କରିଥିଲେ। ତାଙ୍କର ଶ୍ରେଷ୍ଠ ସ୍କୋର ଥିଲା ୩୦୮ (ଅପରାଜିତ)। ୨୦୦୩ ବିଶ୍ୱକପ୍‌ରେ ସେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos