ଚେନ୍ନାଇ: ତାମିଲନାଡୁର ବିରୁଦ୍ଧୁନଗର ସ୍ଥିତ ବାଣ କାରଖାନା ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ୨୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଏବେବି ୧୦ରୁ ଅଧିକ ଲୋକ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ଗତକାଲି ମଧ୍ୟାହ୍ନ ପ୍ରାୟ ୧.୩୦ରେ ଏହି ବିସ୍ଫୋରଣ ଘଟିଛି।
କେମିକାଲ ମିଶ୍ରଣ ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା ପୁଲିସ ସୂଚନା ଦେଇଛି। ସେପଟେ ଗତକାଲି ଘଟଣାସ୍ଥଳରେ ୧୦ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଉଦ୍ଧାରକାରୀ ଦଳ କାରଖାନା ମଧ୍ୟରେ ଥିବା ଲୋକଙ୍କୁ ବାହାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପ୍ରଥମେ ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୮ ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସେପଟେ ଏହି ଘଟଣା ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨-୨ ଲକ୍ଷ ଏବଂ ଆହତଙ୍କୁ ୫୦-୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ତାମିଲନାଡୁ ସରକାର ମୃତକଙ୍କ ପରିବାରକୁ ୩ ଲକ୍ଷ ଓ ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାକୁ ଘୋଷଣା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।