୨୦ ଦିନରେ ଗୋଟିଏ ପରିବାରରେ ଆଖି ବୁଜିଲେଣି ୮

ଲକ୍ଷ୍ନୌ: କରୋନା କିଏ କହୁଛି ସାଧାରଣ ରୋଗ, କିଏ କହୁଛି ଭୟଙ୍କର। ହେଲେ ଏହି ଭୂତାଣୁ କେତେ ମାରାତ୍ମକ ତାହା ୟୁପିର ଇମଲିଆ ଗାଁର ଗୋଟିଏ ପରିବାରକୁ ଦେଖିଲେ ଭଲ ଭାବରେ ହୃଦୟଙ୍ଗମ କରିହେବ। ଗୋଟିଏ ଯୌଥ ପରିବାର କରୋନାର ଶିକାର ହେବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ପରିବାରର ଏଭଳି ସ୍ଥିତି ଦେଖି ହୃଦଘାତର ଶିକାର ହୋଇ ଆଖି ବୁଜି ଦେଇଛନ୍ତି। ଏପ୍ରିଲ ୨୫ରୁ ମେ ୧୫ ମଧ୍ୟରେ ଏହି ସମସ୍ତ […]

Family-that-lost-eight-memb

Family-that-lost-eight-memb

Subhransu Sekhar
  • Published: Wednesday, 02 June 2021
  • Updated: 02 June 2021, 01:47 PM IST

ଲକ୍ଷ୍ନୌ: କରୋନା କିଏ କହୁଛି ସାଧାରଣ ରୋଗ, କିଏ କହୁଛି ଭୟଙ୍କର। ହେଲେ ଏହି ଭୂତାଣୁ କେତେ ମାରାତ୍ମକ ତାହା ୟୁପିର ଇମଲିଆ ଗାଁର ଗୋଟିଏ ପରିବାରକୁ ଦେଖିଲେ ଭଲ ଭାବରେ ହୃଦୟଙ୍ଗମ କରିହେବ। ଗୋଟିଏ ଯୌଥ ପରିବାର କରୋନାର ଶିକାର ହେବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ପରିବାରର ଏଭଳି ସ୍ଥିତି ଦେଖି ହୃଦଘାତର ଶିକାର ହୋଇ ଆଖି ବୁଜି ଦେଇଛନ୍ତି। ଏପ୍ରିଲ ୨୫ରୁ ମେ ୧୫ ମଧ୍ୟରେ ଏହି ସମସ୍ତ ଜଣଙ୍କ ପରେ ଜଣେ ଆରପାରିକୁ ଚାଲି ଯାଇଛନ୍ତି। ଘର ଭିତରକୁ ଦେଖିଲେ ଜଣେ ପୁରୁଷକୁ ଛାଡି ଦେଲେ ଚାରି ବିଧବା ମହିଳା ଏବଂ ଛୋଟ ପିଲାଙ୍କ ଛଡ଼ା ଆଉ କିଛି ଦେଖିବାକୁ ମିଳିବନି।

ମା', ମାଉସୀ, ସମସ୍ତ ଭାଇ ଓ ଭଉଣୀଙ୍କୁ ହରାଇ ଏକୁଟିଆ ହୋଇପଡ଼ିଥିବା ଓଁକାର ଯାଦବ କହିଛନ୍ତି, ମୋର ଚାରି ଭାଇ, ଦୁଇ ଭଉଣୀ ଏବଂ ମାଙ୍କର କରୋନାର ମୃତ୍ୟୁ ଘଟିଛି। ଏସବୁକୁ ନଦେଖି ପାରି ମୋର ମାଉସୀ ମଧ୍ୟ ଦୃଦଘାତର ଶିକାର ହୋଇ ଭାଇ, ଭଉଣୀ ଏବଂ ମାଙ୍କ ସହ ଚାଲିଯାଇଛି। ସେ କହିଛନ୍ତି ସକାଳେ ମା’ର ଅନ୍ତିମ ସଂସ୍କାର କରିଥିଲି ଆଉ ସମାନ ଦିନ ମଧ୍ୟାହ୍ନରେ ତିନି ଭାଇଙ୍କର ଅନ୍ତିମ ସଂସ୍କାର କରିଛି। ଏହାର ପର ଦିନ ମୋର ସାନ ଭାଇ ଏବଂ ଦୁଇ ଭଉଣୀଙ୍କର ମୃତ୍ୟୁ ଘଟିଥିଲା। ପରିବାରର ସଦସ୍ୟଙ୍କୁ ହସ୍ପିଟାଲ ନିଆଯାଇଥିଲା ହେଲେ ବେଡ୍ ଏବଂ ଅକ୍ସିଜେନର ଅଭାବ ଥିବାରୁ ଉପଯୁକ୍ତ ଚିକିତ୍ସା ପାଇପାରିନଥିଲେ ବୋଲି କୋହଭରା କଣ୍ଠରେ ଓଁକାର କହିଛନ୍ତି।

ସୋମବାର ଓଁକାର ପରିବାରର ୫ ସଦସ୍ୟଙ୍କର ଅନ୍ତ୍ୟେଷ୍ଟ୍ରି କ୍ରିୟା କରିଛନ୍ତି। ବାକି ତିନି ସଦସ୍ୟଙ୍କର କ୍ରିୟା କର୍ମ ପରେ କରାଯିବ ବୋଲି ସେ କହିଛନ୍ତି। ଗାଁର ମୁଖିଆ ମେଓ୍ୱାରାମ କହିଛନ୍ତି ସରକାରଙ୍କ ତରଫରୁ କେହି ଏଯାବତ ଗାଁକୁ ଆସି ନାହାନ୍ତି କି ବାକି ଗାଁ ଲୋକ କିଭଳି କରୋନା ମହାମାରୀରୁ ସୁରକ୍ଷିତ ରହିବେ ସେ ନେଇ ପ୍ରଶାସନର କୌଣସି ନିଘା ନଥିବା ସେ କହିଛନ୍ତି। ଗାଁ ବି ସାନିଟାଇଜ ହୋଇନଥିବାରୁ ଗ୍ରାମବାସୀ ଏବେ ନିଜକୁ ଅସୁରକ୍ଷିତ ମଣୁଛନ୍ତି।

ଓଁକାର କହିଛନ୍ତି, ପରିବାରରେ ହଠାତ୍ ଏତେ ଜଣ ଗାଏବ ହେବାକୁ ନେଇ ଘରର ଛୋଟ ପିଲା ମଧ୍ୟ ଜାଣି ନାହାନ୍ତି। କାରଣ ଗୋଟିଏ ପରେ ଗୋଟିଏ ଶବ ଗାଁ ମଶାଣୀରେ ପହଞ୍ଚିଲା ବେଳକୁ ଛୋଟ ଛୁଆ ମାନଙ୍କୁ ସମ୍ପର୍କୀୟଙ୍କ ଘରକୁ ପଠାଇ ଦିଆଯାଉଥିଲା। ମୃତ୍ୟୁର ସଂଜ୍ଞା ଜାଣିନଥିବା ଏହି ଛୋଟ ପିଲା ଏବେ ବି ଭାବୁଛନ୍ତି ବାପା, ଦାଦା, ଜେଜେ ମା, ପିଉସୀ ବାହାରକୁ ଯାଇଛନ୍ତି ଫେରି ଆସିବେ। ହେଲେ କେଉଁ କାରଣ ପାଇଁ ଏମାନେ ଘରେ ନାହାନ୍ତି ସେମାନେ ଜାଣିନଥିବା ଓଁକାର କହିଛନ୍ତି।

ଯଦିଓ କରୋନା ସଂକ୍ରମଣ କମୁଛି ପଜିଟିଭିଟି ବଢ଼ୁଛି କହି ସରକାର ଆଶ୍ୱସ୍ଥ ବୋଲି କହୁଛନ୍ତି ହେଲେ ଗୋଟିଏ ପରିବାରର ୮ ଜଣ ସଦସ୍ୟ ଯେତେବେଳେ ୨୦ ଦିନରେ ଧାଡ଼ି ଧରି ଜଣଙ୍କ ପରେ ଜଣଙ୍କ ଆଖି ବୁଜିବେ ସେମାନେ କେମିତି ଆଶ୍ୱସ୍ତ ହେବେ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story