ମୋଦିଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଜୀବନ ହାରିଲେ ଚାଷୀ

ପୁଣେ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇ ଜୀବନ ହାରିଲେ ଚାଷୀ ।  ଋଣ ଜାଲରେ ଛନ୍ଦି ହୋଇ ନିରାଶ ହେବା ପରେ ଶେଷରେ ଚାଷୀ ଜଣକ ଚରମ ନିଷ୍ପତ୍ତି ନେଇଛନ୍ତି। ସମ୍ପୃକ୍ତ ଚାଷୀ ଜଣକ ହେଉଛନ୍ତି  ଦଶରଥ ଏଲ କେଦାରୀ। ଦଶରଥଙ୍କ ଘର ହେଉଛି ପୁଣେର ବାଙ୍କରଫଟା ଗାଁରେ। ୮ ବର୍ଷ ହେଲା ଚାଷ କାମ କରି ଚଳି ଆସୁଥିଲେ ଦଶରଥ।  ଗତ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରେ ସେ ନଦୀକୁ ଡେଇଁ […]

farmer

  • Published: Monday, 19 September 2022
  • , Updated: 19 September 2022, 08:53 PM IST

ପୁଣେ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇ ଜୀବନ ହାରିଲେ ଚାଷୀ ।  ଋଣ ଜାଲରେ ଛନ୍ଦି ହୋଇ ନିରାଶ ହେବା ପରେ ଶେଷରେ ଚାଷୀ ଜଣକ ଚରମ ନିଷ୍ପତ୍ତି ନେଇଛନ୍ତି। ସମ୍ପୃକ୍ତ ଚାଷୀ ଜଣକ ହେଉଛନ୍ତି  ଦଶରଥ ଏଲ କେଦାରୀ। ଦଶରଥଙ୍କ ଘର ହେଉଛି ପୁଣେର ବାଙ୍କରଫଟା ଗାଁରେ। ୮ ବର୍ଷ ହେଲା ଚାଷ କାମ କରି ଚଳି ଆସୁଥିଲେ ଦଶରଥ।  ଗତ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରେ ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।  ଘଟଣା ଦିନ ଦଶରଥ  ଅଧିକ ନିରାଶ ଓ ହତାଶ ଜଣାପଡ଼ୁଥିଲେ। ତେବେ ପୋଖରୀ ନିକଟରୁ ଦଶରଥଙ୍କର ଏକ ସୁଇସାଇଡ୍‌ ନୋଟ ଜବତ ହୋଛି।  ସେଥିରେ ସେ ମୋଦିଙ୍କୁ  ତାଙ୍କ ଜନ୍ମୁଦିନରେ ଶୁଭେଚ୍ଛା ଜଣାଇଛନ୍ତି।  ସେ ଲେଖିଛନ୍ତି ଆପଣଙ୍କୁ ଜନ୍ମଦିନରେ ଶୁଭ କାମନା। ସେଥିରେ ସେ ଆହୁରି ଲେଖିଛନ୍ତି ଯେ, ରାଜ୍ୟସରକାରଙ୍କ ବିଫଳତା ପାଇଁ ସେ ସର୍ବନିମ୍ନ ମୂଲ୍ୟ(ଏମଏସପି) ପାଉ ନାହାନ୍ତି। ଚାଷ କରି ସେ ବହୁ ଉଦ୍ଧାର କରଜରେ ବୁଡ଼ି ରହିଛନ୍ତି। କିନ୍ତୁ ତାଙ୍କ ସାମଗ୍ରୀର ଉଚିତ ମୂଲ୍ୟ ପାଉ ନାହାନ୍ତି।

ପିଆଜ, ବିଲାତି ଏବଂ ଅନ୍ୟ ଚାଷ ଉତ୍ପାଦରେ ସେ ଏମଏସ ପାଉନଥିବା ଦର୍ଶାଇଛନ୍ତି।  ନିକଟରେ ବନ୍ୟା ଏବଂ  ପାନଡେମିକ  ଯୋଗୁ ତାଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବା ଉଲ୍ଲେଖ ରହିଛି। ସେ ଲେଖିଛନ୍ତି ଯେ, ଆମେ କଣ କରିବୁ ?  ମୋଦି ସାହେବ  ଆପଣ କେବଳ ନିଜ ଉପରେ ହିଁ ଫୋକସ କରୁଛନ୍ତି।  ଆମେ ଦାନ ମାଗୁ ନାହୁଁ। ଆମେ ନିଜର ହକ ମାଗୁଛୁ।  ଆମକୁ ଏମଏସପି ମିଳିବା ଉଚିତ।

କରଜଦାତା ମାନେ ଆମକୁ ଧମକାଉଛନ୍ତି। ଚାଷୀଙ୍କ ଭଳି କେଉଁମାନେ ବି ରିସ୍କ ନେଉ ନାହାନ୍ତି । ଚାଷୀମାନେ ନିଜ ଦୁଃଖ କହା ପାଖକୁ କହିବାକୁ ଯିବେ ବୋଲି ସେ କ୍ଷୋଭର ସହ ଉଲ୍ଲେଖ କରିଛନ୍ତି।  ଶିବସେନା ମୁଖପାତ୍ର କିଶୋର ତିୱାରୀ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି। ରାଜ୍ୟ କୃଷି ସମସ୍ୟାର ମୁକାବିଲା କରିବାରେ ସରକାର ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ତୁରନ୍ତ ଦଶରଥଙ୍କ ପରିବାରକୁ ଦେଖା କରିବା ଉଚିତ। ୪୨ ବର୍ଷୀୟ କେଦାରଙ୍କର ଘରେ ସ୍ତ୍ରୀ ପତ୍ନୀ ଶାନ୍ତା ଏବଂ ପୁଅ ଶୁଭମ ଓ ଶ୍ରାବଣୀ ଅଛନ୍ତି।

Related story