କେନ୍ଦ୍ର ନାଁରେ ପୁଣି ଏକ ଅଭିଯୋଗ ଆଣିଲେ ଚାଷୀ ନେତା ରାକେଶ ଟିକାଇତ

ନୂଆଦିଲ୍ଲୀ: କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ୬ ମାସରୁ ଅଧିକ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ଆନ୍ଦୋଳନରତ ଚାଷୀ। ଏହାରି ଭିତରେ ଭାରତ କିଷାନ ୟୁନିଅନର ନେତା ରାକେଶ ଟିକାଇତ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଚାଷୀ ଆନ୍ଦୋଳନକୁ ଦିଲ୍ଲୀ ସୀମାରୁ ହଟାଇ ହରିଆଣାର ଜିନ୍ଦକୁ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି। ଏହାକୁ ନେଇ ରାକେଶ ଟିକାଇତ ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦ୍ରର ଏହି ଇଚ୍ଛାକୁ ତାଙ୍କ ନେତୃତ୍ୱାଧୀନ ଆନ୍ଦୋଳନ ପୂରଣ […]

Rakesh-Tikait

Rakesh-Tikait

Subhransu Sekhar
  • Published: Friday, 04 June 2021
  • Updated: 04 June 2021, 10:31 AM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ୬ ମାସରୁ ଅଧିକ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ଆନ୍ଦୋଳନରତ ଚାଷୀ। ଏହାରି ଭିତରେ ଭାରତ କିଷାନ ୟୁନିଅନର ନେତା ରାକେଶ ଟିକାଇତ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଚାଷୀ ଆନ୍ଦୋଳନକୁ ଦିଲ୍ଲୀ ସୀମାରୁ ହଟାଇ ହରିଆଣାର ଜିନ୍ଦକୁ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି। ଏହାକୁ ନେଇ ରାକେଶ ଟିକାଇତ ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦ୍ରର ଏହି ଇଚ୍ଛାକୁ ତାଙ୍କ ନେତୃତ୍ୱାଧୀନ ଆନ୍ଦୋଳନ ପୂରଣ ହେବାକୁ ଦେବନି ବୋଲି ସେ କହିଛନ୍ତି।

ରାକେଶ ଟିକାଇତ ଚାଷୀଙ୍କୁ ସମ୍ବୋଧିତ କରିବା ପରେ କହିଛନ୍ତି, “କେନ୍ଦ୍ର ସରକାର ବିରୋଧ ପ୍ରଦର୍ଶନ ସ୍ଥାନକୁ ଦିଲ୍ଲୀ ସୀମାରୁ ହରିଆଣାର ଜିନ୍ଦକୁ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି। କିନ୍ତୁ ଆମେ ତାଙ୍କ ଷଡଯନ୍ତ୍ରକୁ ସଫଳ ହେବାକୁ ଦେବୁ ନାହିଁ। ଆମେ କୌଣସି ପରିସ୍ଥିତିରେ ଦିଲ୍ଲୀ ସୀମାଠାରୁ ହଟିବୁ ନାହିଁ”।

ତେବେ ହରିଆଣା ତଥା ଅନ୍ୟାନ୍ୟ ସ୍ଥାନର ଟୋଲ ପ୍ଲାଜାରେ କୃଷି ଆଇନ ବିରୋଧରେ ଆନ୍ଦୋଳନ ପୂର୍ବ ପରି ଜାରି ରହିବ ବୋଲି ସେ କହିଛନ୍ତି। ଏହାପୂର୍ବରୁ ଚାଷୀଙ୍କ ସଭାକୁ ସମ୍ବୋଧନ କରିବା ବେଳେ ସେ କହିଥିଲେ ଚାଷୀଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ପ୍ରତିବାଦ ଜାରି ରହିବ। ଏବେ ଟିକିରି, ସିଙ୍ଗୁ, ଗାଜିଆବାଦ ଠାରୁ ଦିଲ୍ଲୀ ସୀମାବର୍ତ୍ତୀ ସ୍ଥାନରେ ଚାଷୀଙ୍କ ପ୍ରଦର୍ଶନ ଚାଲିଛି।

ତେବେ କେନ୍ଦ୍ର ସରକାରକୁ ନେଇ ରାକେଶ ଟିକାୟତ ଯେଉଁ ଅଭିଯୋଗ ଆଣିଛନ୍ତି ଏହାକୁ ନେଇ ସରକାରୀ ଭାବରେ କୌଣସି ସୂଚନା ମିଳିନାହିଁ କି ଶାସକ ଓ ବିରୋଧୀ ଦଳର ନେତାଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ। କେନ୍ଦ୍ରର ତିନି କୃଷି ଆଇନକୁ ବିରେୋଧ କରି ଏହି ଚାଷୀମାନେ ଗତବର୍ଷ ନଭେମ୍ଵର ଶେଷ ସପ୍ତାହରୁ ଆନ୍ଦୋଳନରେ ବସିଛନ୍ତି। ଗତମାସରେ ଚାଷୀ ମାନେ ଆନ୍ଦୋଳନକୁ ୬ ମାସ ପୂର୍ତ୍ତି ଅବସରରେ କଳା ଦିବସ ପାଳନ କରିଥିଲେ। ଏଥିସହ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବାକୁ ସେମାନେ ପ୍ରସ୍ତାବ ଦେଇଥିବା କହିଛନ୍ତି। ହେଲେ ସରକାରଙ୍କ ତରଫରୁ କୌଣସି ଜବାବ ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story