ଆନ୍ଦୋଳନ ପ୍ରତ୍ୟାହାର ହେବ କି ନାହିଁ? ଶନିବାର ନିଷ୍ପତ୍ତି

ନୂଆଦିଲ୍ଲୀ: ତିନି କୃଷି ଆଇନ ରଦ୍ଦ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବାପରେ ଆନ୍ଦୋଳନକାରୀ ଚାଷୀ ସଂଗଠନ ଶନିବାର ଏକାଠି ହେବେ । ଏହି ବୈଠକରେ ୩୨ଟି ଚାଷୀ ସଂଗଠନ ରହିବେ। ବୈଠକରେ ଆନ୍ଦୋଳନ ପ୍ରତ୍ୟାହାର ହେବ କି ନାହିଁ ସେ ନେଇ ଆଲୋଚନା ହେବ। ଏଥିସହ ଏମଏସପି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ ବୋଲି ସୂଚନା ରହିଛି। ଅନ୍ୟପଟେ ଚାଷୀ ଆନ୍ଦୋଳନରେ ନେତୃତ୍ୱ ନେଇଥିବା ରାକେଶ ଟିକାୟତ ଟ୍ୱିଟ୍ କରି କହିଛନ୍ତି, ଖାଲି […]

Farmer protest-1

Farmer protest-1

Madhupriya Mistry
  • Published: Friday, 19 November 2021
  • Updated: 19 November 2021, 06:54 PM IST

ନୂଆଦିଲ୍ଲୀ: ତିନି କୃଷି ଆଇନ ରଦ୍ଦ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବାପରେ ଆନ୍ଦୋଳନକାରୀ ଚାଷୀ ସଂଗଠନ ଶନିବାର ଏକାଠି ହେବେ । ଏହି ବୈଠକରେ ୩୨ଟି ଚାଷୀ ସଂଗଠନ ରହିବେ। ବୈଠକରେ ଆନ୍ଦୋଳନ ପ୍ରତ୍ୟାହାର ହେବ କି ନାହିଁ ସେ ନେଇ ଆଲୋଚନା ହେବ। ଏଥିସହ ଏମଏସପି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ ବୋଲି ସୂଚନା ରହିଛି।

ଅନ୍ୟପଟେ ଚାଷୀ ଆନ୍ଦୋଳନରେ ନେତୃତ୍ୱ ନେଇଥିବା ରାକେଶ ଟିକାୟତ ଟ୍ୱିଟ୍ କରି କହିଛନ୍ତି, ଖାଲି ଟିଭିରେ କହିଦେଇ ଘରକୁ ଫେରିବାକୁ କହିଲେ ହେବନି। ଆନ୍ଦୋଳନକାରୀ ଚାଷୀଙ୍କ ସହିତ କଥାହେବାକୁ ପଡ଼ିବ।

ସୂଚନାଯୋଗ୍ୟ,  ରଦ୍ଦ ହୋଇଥିବା ଏହି ତିନି କୃଷି ଆଇନ ଗତବର୍ଷ ସେପ୍ଟେମ୍ବରରେ ସଂସଦରେ ବିଲ୍ ଆକାରରେ ଆଗତ ହୋଇଥିଲା। ଯାହାକୁ ନେଇ ସଂସଦରେ ମଧ୍ୟ ବିରୋଧୀ ବିରୋଧ କରିଥିଲେ। ଆଉ ବିଲ୍ ପାରିତ ହେବା ବେଳେ ବିରୋଧୀ କକ୍ଷତ୍ୟାଗ କରିଥିଲେ। ହୋ ହାଲ୍ଲା ଭିତରେ ଏହି ବିଲ ପାରିତ ହୋଇଥିଲା। ପରେ ଏହାକୁ ବିରୋଧ କରି ଟିକିରି ଏବଂ ଗାଜିପୁର ସୀମାରେ ଚାଷୀ ଆନ୍ଦୋଳନରେ ବସିଥିଲେ। ଏହି ସମୟରେ ଚାଷୀ ନେତା ତିନି କୃଷି ଆଇନ କର୍ପୋରେଟ ହାଉସଙ୍କ ସ୍ୱାର୍ଥରେ ସରକାର ତିଆରି କରିଛନ୍ତି ବୋଲି କହିଥିଲେ। ଯାହାକୁ ସରକାର ଖାରଜ କରିଥିଲେ।

ପରେ ଚାଷୀ ନେତାଙ୍କ ସହିତ ସରକାରଙ୍କର ଅନେକ ବୈଠକ ବସିଥିଲା। ହେଲେ ସୁଫଳ ହୋଇନଥିଲା। ଜାନୁଆରୀ ୨୬ ବେଳେ ଏହାକୁ ନେଇ ଦଙ୍ଗାଭଳି ସ୍ଥିତି ଉପୁଜିଥିଲା। ଲାଲକିଲ୍ଲା ଉପରେ ଚାଷୀ ମାନେ ଚଢିଯାଇଥିଲେ। ଏହାକୁ ନେଇ ଚାଷୀଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଥିଲା।

ସେହିପରି ଆନ୍ଦୋଳନ କରୁଥିବା ବେଳେ ଅନେକ ଚାଷୀ ପ୍ରାଣ ହରାଇଥିଲେ। ଗତମାସରେ ୟୁପିରେ ଚାଷୀ ମାନେ କୃଷି ଆଇନକୁ ବିରୋଧ କରୁଥିବା ବେଳେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ କାର ଚାଷୀଙ୍କ ଉପରେ ମାଡି ଯାଇଥିଲା। ଏଥିରେ ୭ରୁ ଅଧିକ ଚାଷୀ ପ୍ରାଣ ହରାଇଥିବା ବେଳେ ଚାଷୀଙ୍କ ପାଲଟା ଆକ୍ରମଣରେ ୬ ବିଜେପି କର୍ମୀ ପ୍ରାଣ ହରାଇଥିଲେ। ଏହାକୁ ନେଇ ୟୁପିରେ ବିଜେପି ଅକଳରେ ପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story