ବିଜେପି ନେତାମାନଙ୍କୁ ହଟହଟା କଲେ ଚାଷୀ, ପୁଲିସ୍‌ର ବଳ ପ୍ରୟୋଗ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ପୂର୍ବଭଳି ସେମାନଙ୍କ ଆନ୍ଦୋଳନ ଜାରି ରଖିଛନ୍ତି। ଆଜି ବିଜେପି ନେତାମାନେ କିଛି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ସେମାନେ ଚାଷୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଚାଷୀମାନେ ବିଜେପି ନେତାମାନଙ୍କୁ ବିରୋଧ କରିବାରୁ ପୁଲିସ୍ ସହ ଧସ୍ତାଧସ୍ତି ହୋଇଛି। ହରିଆଣାର ଦୁଇଟି ଜିଲ୍ଲାରେ ଏପରି ଘଟଣା ଘଟିଛି। ଏହାକୁ ନେଇ ହରିଆଣାରେ ବିଜେପି ନେତାମାନେ ଯୋଗ ଦେଉଥିବା କାର୍ଯ୍ୟକ୍ରମ ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ […]

BJP

Hemant Lenka
  • Published: Saturday, 10 July 2021
  • , Updated: 10 July 2021, 04:22 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ପୂର୍ବଭଳି ସେମାନଙ୍କ ଆନ୍ଦୋଳନ ଜାରି ରଖିଛନ୍ତି। ଆଜି ବିଜେପି ନେତାମାନେ କିଛି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ସେମାନେ ଚାଷୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି।

ଚାଷୀମାନେ ବିଜେପି ନେତାମାନଙ୍କୁ ବିରୋଧ କରିବାରୁ ପୁଲିସ୍ ସହ ଧସ୍ତାଧସ୍ତି ହୋଇଛି। ହରିଆଣାର ଦୁଇଟି ଜିଲ୍ଲାରେ ଏପରି ଘଟଣା ଘଟିଛି। ଏହାକୁ ନେଇ ହରିଆଣାରେ ବିଜେପି ନେତାମାନେ ଯୋଗ ଦେଉଥିବା କାର୍ଯ୍ୟକ୍ରମ ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀମାନେ ୬ ମାସରୁ ଅଧିକ ଦିନ ହେଲା ଆନ୍ଦୋଳନ କରୁଛନ୍ତି। ବିକ୍ଷୋଭରେ ସାମିଲ ହୋଇ ପାରି ନଥିବା ଚାଷୀମାନେ ନିଜ ଅଞ୍ଚଳରେ ଏକାଠି ହୋଇ ବିଜେପି ନେତା ଓ କର୍ମୀମାନଙ୍କୁ ଏବେ ବିରୋଧ କରିବା ଆରମ୍ଭ କରିଛନ୍ତି।

ଏହିକ୍ରମରେ ଆଜି ହରିଆଣାର ଯମୁନାନଗର ଓ ହିସରାରେ ଚୀଷମାନେ ବିଜେପି ନେତାମାନଙ୍କୁ ବିରୋଧ କରିଛନ୍ତି। ଆଜି ଯମୁନା ନଗରରେ ରାଜ୍ୟ ପରିବହନ ମନ୍ତ୍ରୀ ମୋଲଚାନ୍ଦ ଶର୍ମା ଗୋଟିଏ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବାର ଥିଲା। ହେଲେ ତାଙ୍କୁ ଚାଷୀମାନେ ଜୋରଦାର ବିରୋଧ କରିଥିଲେ।

ଏଥିପାଇଁ ଚାଷୀ ଓ ପୁଲିସ୍‌ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଥିଲା। ଚାଷୀମାନେ ପୂର୍ବରୁ ସରକାରରେ ଥିବା ବିଜେପି ଓ ଜେଜେପି ନେତାଙ୍କୁ କୌଣସି କାର୍ଯ୍ୟକ୍ରମରେ ସମ୍ବୋଧନ କରିବାକୁ ଅନୁମତି ଦେବେନାହିଁ ବୋଲି ଚେତାବନୀ ଦେଇଥିଲେ। ଏହି ଚେତାବନୀ ଯୋଗୁ କାର୍ଯ୍ୟକ୍ରମ ସ୍ଥଳରେ ବ୍ୟାରିକେଡ୍‌ କରି ପୁଲିସ୍‌ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା। ହେଲେ ଚାଷୀମାନେ ଟ୍ରାକ୍ଟରରେ ଆସି ବ୍ୟାରିକେଡ୍‌ରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ।

ହିସରାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ଏଠାରେ ଥିବା ଗୁରୁ ଜମ୍ବେଶ୍ୱର ବିଶ୍ୱବିଦ୍ୟାଳୟରେ ବିଜେପିର ହରିଆଣା ମୁଖ୍ୟ ଓମ ପ୍ରକାଶ ଧାନକର ଗୋଟିଏ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବାର ଥିଲା। ହେଲେ ଚାଷୀମାନେ ତାଙ୍କୁ ବିରୋଧ କରିଥିଲେ। ଏହାକୁ ନେଇ ବିଶ୍ୱବିଦ୍ୟାଳୟ ଗେଟ୍‌ ପାଖରେ ପ୍ରବଳ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା।

ଚାଷୀଙ୍କ ଏଭଳି ଆଭିମୁଖ୍ୟ ଦେଖି ବିଜେପି ନେତାମାନେ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ହିଁ ସେଠାକୁ ଗସ୍ତ କରିଥିଲେ। ତଥାପି ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ମଧ୍ୟରେ ସେମାନେ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି।

Related story