ଝିଅର ମୃତଦେହକୁ କାର୍ ସିଟରେ ବାନ୍ଧି ୮୦ କିଲୋମିଟର୍ ଯାଏ ନେଲା ବାପା

ଜୟପୁର: ଆମ୍ବୁଲାନ୍ସ ମାଗିଲା ମନଇଚ୍ଛା ଟଙ୍କା। ଶେଷରେ ଜଣେ ପିତା ତା’ର ଝିଅର ମୃତଦେହକୁ କାର୍ ସିଟରେ ବାନ୍ଧି ଘରକୁ ଆଣିଥିଲେ। ରାଜସ୍ଥାନର କୋଟାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅଭାଗା ପିତା ନିଜ ଝିଅର ଜୀବନ ବଞ୍ଚାଇବା କୋଟାର ନ୍ୟୁ ମେଡିକାଲ୍ ହସ୍ପିଟାଲ୍ ଆଣିଥିଲେ, କିନ୍ତୁ ଝିଅ ବଞ୍ଚିପାରିଲା ନାହିଁ। ଯାହା ପରେ ଝିଅର ମୃତଦେହକୁ ନେବା ପାଇଁ ପିତାକୁ ଆମ୍ବୁଲାନ୍ସ ମିଳିଲା ନାହିଁ। ହସ୍ପିଟାଲ ବାହାରେ ଥିବା ପ୍ରାଇଭେଟ୍ ଆମ୍ବୁଲାନ୍ସ ଏତେ […]

kota

Ranjit Kumar Jena
  • Published: Wednesday, 26 May 2021
  • , Updated: 26 May 2021, 06:19 PM IST

ଜୟପୁର: ଆମ୍ବୁଲାନ୍ସ ମାଗିଲା ମନଇଚ୍ଛା ଟଙ୍କା। ଶେଷରେ ଜଣେ ପିତା ତା’ର ଝିଅର ମୃତଦେହକୁ କାର୍ ସିଟରେ ବାନ୍ଧି ଘରକୁ ଆଣିଥିଲେ। ରାଜସ୍ଥାନର କୋଟାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅଭାଗା ପିତା ନିଜ ଝିଅର ଜୀବନ ବଞ୍ଚାଇବା କୋଟାର ନ୍ୟୁ ମେଡିକାଲ୍ ହସ୍ପିଟାଲ୍ ଆଣିଥିଲେ, କିନ୍ତୁ ଝିଅ ବଞ୍ଚିପାରିଲା ନାହିଁ। ଯାହା ପରେ ଝିଅର ମୃତଦେହକୁ ନେବା ପାଇଁ ପିତାକୁ ଆମ୍ବୁଲାନ୍ସ ମିଳିଲା ନାହିଁ।

ହସ୍ପିଟାଲ ବାହାରେ ଥିବା ପ୍ରାଇଭେଟ୍ ଆମ୍ବୁଲାନ୍ସ ଏତେ ଟଙ୍କା ମାଗିଲା ଯେ ଝିଅର ବାପାଙ୍କ ପକ୍ଷେ ଦେବା ଏହା ସମ୍ଭବ ନଥିଲା। ଫଳରେ ଅସହାୟ ବାପା ଆଉ କିଛି ଉପାୟ ନପାଇ ଶେଷରେ କାର୍ ସିଟରେ ଝିଅର ମୃତଦେହକୁ ବାନ୍ଧି ୮୦ କିଲୋମିଟର୍ ଦୂର ଝାଲାବାଡ ସ୍ଥିତ ନିଜ ଘରକୁ ନେଇଥିଲେ। ଥରେ ଭାବନ୍ତୁ, ସେହି ପିତା ପାଇଁ ୮୦ କିଲୋମିଟରର ଯାତ୍ରା କେମିତି କଟିଥିବ? ବାସ୍ତବରେ ଏହା ଏକ ହୃଦୟ ବିଦାରକ ଘଟଣା।

କିଛି ଦିନ ତଳେ ୩୪ ବର୍ଷୀୟ ସୀମାଙ୍କର ଚିକିତ୍ସା କରାଇବା ପାଇଁ ପରିବାର ଲୋକେ ଝାଲବାଡରୁ କୋଟା ଆଣିଥିଲେ। ସୀମାଙ୍କୁ ନ୍ୟୁ ମେଡିକାଲ୍ କଲେଜ୍ ହସ୍ପିଟାଲ ଆଡମିଟ୍ କରାଯାଇଥିଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଯାହା ପରେ ପରିବାର ଲୋକଙ୍କ ପାଇଁ ମୃତଦେହକୁ ଝାଲାୱାର ନେବାକୁ ମନସ୍ଥ କଲେ। କିନ୍ତୁ କଷ୍ଟ ସେତେବେଳେ ହୋଇଥିଲା, ଯେତେବେଳେ ମର୍ଚୁରୀରୁ ସୀମାଙ୍କର ମୃତଦେହକୁ ହସ୍ପିଟାଲ ବାହାରକୁ ଆଣିବା ପାଇଁ କେହି ୱାର୍ଡ ବୟ ମଧ୍ୟ ମିଳିନଥିଲେ।

ଖୋଦ୍ ପରିବାର ଲୋକେ ହିଁ ସୀମାଙ୍କର ମୃତଦେହକୁ ମର୍ଚୁରୀରୁ ବାହାରକୁ ଆଣିଥିଲେ। ସୀମାଙ୍କର ପରିବାର ଲୋକେ ହସ୍ପିଟାଲ ବାହାରେ ଥିବା ଆମ୍ବୁଲାନ୍ସକୁ ମୃତଦେହ ନେବା ପାଇଁ କହିଥିଲେ, କିନ୍ତୁ ଆମ୍ବୁଲାନ୍ସ ସେମାନଙ୍କଠାରୁ ୨୦ରୁ ୩୫ ହଜାର ଟଙ୍କା ଦାବି କରିଥିଲେ। ଯାହାକି ପରିବାର ପକ୍ଷେ ଏତେ ଟଙ୍କା ଦେବାକୁ ଅସମର୍ଥ ଥିଲା। ଏଥିପାଇଁ ସୀମାଙ୍କର ପିତା ଝିଅର ମୃତଦେହକୁ ନିଜ କାର୍ ସିଟରେ ବାନ୍ଧିଥିଲେ ଏବଂ ଝାଲାୱାର୍ ଯାଏ ଆଣିଥିଲେ।

ମୃତଦେହକୁ ଏଭଳି ଆଣିବା କୋଭିଡ୍ ପ୍ରୋଟୋକଲର ଉଲ୍ଲଙ୍ଘନ ଅଟେ। କିନ୍ତୁ ଉପାୟ ମଧ୍ୟ କିଛି ନାହିଁ। ହସ୍ପିଟାଲ ପାଖରେ ମୃତଦେହକୁ ଘର ପର୍ଯ୍ୟନ୍ତ  ପହଞ୍ଚାଇବା ପାଇଁ ଅଲଗା ଆମ୍ବୁଲାନ୍ସର ବନ୍ଦୋବସ୍ଥ ନାହିଁ ଏବଂ ପ୍ରାଇଭେଟ୍ ଆମ୍ବୁଲାନ୍ସ ମଧ୍ୟ ଏଭଳି ଜରୁରୀ ପରିସ୍ଥିତିରେ ଅଧିକ ପଇସା କମାଇବା  ଅପେକ୍ଷାରେ ଥାନ୍ତି। ସେମାନେ ଅସହାୟ ଲୋକଙ୍କଠାରୁ, ଦୁଃଖି ପରିବାରଙ୍କଠାରୁ ମନଇଚ୍ଛା ପ୍ରାପ୍ୟ ମାଗୁଛନ୍ତି। ଯେହେତୁ ଲୋକଙ୍କ ପାଖରେ ସେତେ ପଇସା ନଥାଏ, ସେଥିପାଇଁ ସେମାନଙ୍କୁ ଏଭଳି ବନ୍ଦୋବସ୍ଥ କରିବାକୁ ପଡ଼ିଥାଏ।

ଏଭଳି ପରିସ୍ଥିତିରେ ମିଡିଆରେ ଖବର ପ୍ରସାରିତ ହେବା ପରେ ହିଁ ପ୍ରଶାସନର ଚେତା ପଶିଥାଏ। ଆମ୍ବୁଲାନ୍ସ ଅଧିକ ପଇସା ମାଗିବାରୁ ଜଣେ ପିତା ତା’ର ଝିଅର ମୃତଦେହକୁ କାର୍ ସିଟରେ ବାନ୍ଧିକି ଆଣିବା ମାମଲାରେ କୋଟାର ଡିଏମ କହିଛନ୍ତି ଯେ ସେମାନେ ତଦନ୍ତ କରୁଛନ୍ତି, ଘରୋଇ ଆମ୍ବୁଲାନ୍ସ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ କହିଛନ୍ତି ଯେ 'ଅଭିଯୋଗକାରୀ ସ୍ପଷ୍ଟ ଭାବରେ କେତେ ଟଙ୍କା, କେଉଁ ବ୍ୟକ୍ତି ଏବଂ ଗାଡ଼ି ନମ୍ବର କହିପାରୁନାହାନ୍ତି। ଏଭଳି ପରିସ୍ଥିତିରେ ଅଭିଯୁକ୍ତକୁ ଧରିବା କଷ୍ଟକର କିନ୍ତୁ ତଥାପି ଆମେ ଅନୁସନ୍ଧାନ କରିବୁ।

ବର୍ତ୍ତମାନ ମ୍ୟୁନିସିପାଲିଟି କର୍ପୋରେସନ୍ ଏଇଏନ୍ କପିଲ ଏବଂ ଆରଟିଓ ସବ୍ ଇନ୍ସପେକ୍ଟର ସତ୍ୟବୀର ସିଂଙ୍କୁ ନିଲମ୍ବିତ କରାଯାଇଛି। ଏଥି ସହିତ ଦୁଇଜଣ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସେବା ବନ୍ଦ କରି ଦିଆଯାଇଛି। ଏକାସାଙ୍ଗରେ ଅଧିକ ଟଙ୍କା ମାଗୁଥିବା ଅଜଣା ଆମ୍ବୁଲାନ୍ସ କର୍ମଚାରୀଙ୍କ ବିରୋଧରେ ଏକ ଏଫଆଇଆର ଦାୟର କରାଯାଇଛି। ଏହି ଏଫଆଇଆର ମହାବୀର ନଗର ପୁଲିସ ଷ୍ଟେସନରେ କରାଯାଇଛି ଏବଂ ଦୁଇଟି ଆମ୍ବୁଲାନ୍ସ ମଧ୍ୟ ଜବତ କରାଯାଇଛି।

Related story