ମା’ ଦେଉଥିଲା ପୁଲିସ ପରୀକ୍ଷା, ପିଲାର ଯତ୍ନ ନେଉଥିଲେ ମହିଳା ପୁଲିସ କର୍ମଚାରୀ

ଟ୍ରିଚି(ତାମିଲନାଡ଼ୁ) ମା’ ଦେଉଥିଲା ଜୀବନ ଜୀବିକାର ପରୀକ୍ଷା। ଆଉ ତା’ର ଶିଶୁଟି ଥିଲା ବାହାରେ। ହେଲେ କଅଁଳ ଶିଶୁଟି ଏକା ନଥିଲା। ବରଂ ଶିଶୁଟିକୁ କୋଳେଇ ନେଇଥିଲେ ଅନ୍ୟ ମହିଳା ପୁଲିସ କର୍ମଚାରୀ। ଅତି ସ୍ନେହ ଓ ଆଦରର ତାର ଯତ୍ନ ନେଇଥିଲେ। ଏମିତି କିଛି ମନଛୁଆଁ ଦୃଶ୍ୟ ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି। ପୁଲିସ ଚାକିରି ଲାଗି ଫିଟନେସ ପରୀକ୍ଷା ପାଇଁ ଆସିଥିବା ଜଣେ ମା ପ୍ରତି ତାମିଲନାଡ଼ୁ ପୁଲିସର ମାନବୀୟ ଆଚରଣ ବେଶ ଚର୍ଚ୍ଚାରେ […]

tamil

  • Published: Thursday, 25 August 2022
  • , Updated: 25 August 2022, 05:50 PM IST

ଟ୍ରିଚି(ତାମିଲନାଡ଼ୁ) ମା’ ଦେଉଥିଲା ଜୀବନ ଜୀବିକାର ପରୀକ୍ଷା। ଆଉ ତା’ର ଶିଶୁଟି ଥିଲା ବାହାରେ। ହେଲେ କଅଁଳ ଶିଶୁଟି ଏକା ନଥିଲା। ବରଂ ଶିଶୁଟିକୁ କୋଳେଇ ନେଇଥିଲେ ଅନ୍ୟ ମହିଳା ପୁଲିସ କର୍ମଚାରୀ। ଅତି ସ୍ନେହ ଓ ଆଦରର ତାର ଯତ୍ନ ନେଇଥିଲେ। ଏମିତି କିଛି ମନଛୁଆଁ ଦୃଶ୍ୟ ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି। ପୁଲିସ ଚାକିରି ଲାଗି ଫିଟନେସ ପରୀକ୍ଷା ପାଇଁ ଆସିଥିବା ଜଣେ ମା ପ୍ରତି ତାମିଲନାଡ଼ୁ ପୁଲିସର ମାନବୀୟ ଆଚରଣ ବେଶ ଚର୍ଚ୍ଚାରେ ରହିଛି।  ମା’ ଫିଟନେଶ ପରୀକ୍ଷା ପାଇଁ କେନ୍ଦ୍ର ଭିତରେ ଥିବା ବେଳେ ତାର ଶିଶୁଟିକୁ ସେଠାରେ ଥିବା ମହିଳା କର୍ମଚାରମାନେ ଯତ୍ନ ନେଇଥିଲେ। ତାମିଲନାଡ଼ୁର ଟ୍ରିଚିରେ ଏଭଳି ଘଟଣା ସାମ୍ନାକୁ ଆସିଛି। ପିଲାଟିକୁ ଝୁଲାଉ ଥିବାର ଚତ୍ର ତାଲିନାନୁ ପୁଲିସ ପକ୍ଷରୁ ସୋଶାଲ ମିଡିଆରେ ସେୟାର କରାଯାଇଛି। ଯାହା ବେଶ ପ୍ରଶଂସା ସାଉଁଟିଛି। ଘଟଣାଟା ଏମିତି  ।

ତାମିଲନାନାଡ଼ୁର ପୁଲିସ ପରୀକ୍ଷା ପାଇଁ ଲି‌ଖିତ ପରୀକ୍ଷାରେ  ୨୩୩ ଜଣ ପାସ୍‌ କରିଥିଲେ।  ସେମାନଙ୍କ ଫିଟନେଶ ପରୀକ୍ଷା ପାଇଁ ନୋଟିସ୍‌ ହୋଇଥିଲା। ଫିଟନେସ ପରିକ୍ଷା ପାଇଁ ଆସିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ମହିଳା ଥିଲେ। ତାଙ୍କ କୋଳରେ ଜଣେ ଶିଶୁ ସନ୍ତାନଟିଏ ଥିଲା।  କିନ୍ତୁ ପରୀକ୍ଷା କେନ୍ଦ୍ରକୁ କେବଳ ପ୍ରାର୍ଥୀଙ୍କୁ ଅନୁମତି ଥିଲା। ଯେଉଁଠି ପ୍ରାର୍ଥୀଙ୍କର ଉଚ୍ଚତା, ଓଜନ ଏବଂ ଶକ୍ତି ପରୀକ୍ଷା ହେବ। ଏହି କାରଣରୁ ଉକ୍ତ କେନ୍ଦ୍ରକୁ କୌଣସି ପରିବାର ସଦସ୍ୟଙ୍କ ଅନୁମତି ନାହିଁ।

ତେବେ ସମ୍ପୃକ୍ତ ମହିଳା ଜଣକ ସାଥୀରେ କେହି ଆସି ନଥିବାରୁ ପିଲାଟିର ଯତ୍ନ ନେବାକୁ କେହି ନଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ପୁଲିସ କର୍ମଚାରମୀନେ ମହିଳାଙ୍କ ସମସ୍ୟା ବୁଝିପାରି ସହାୟତା ପାଇଁ ଆଗେଇ ଆସିଥିଲେ।  ଶିଶୁଟିର ଯତ୍ନ ନେଇଥିଲେ । ଫଳରେ ମା’ ଜଣକ ନିଶ୍ଚିନ୍ତରେ ଫିଟନେସ ପରୀକ୍ଷା ପାଇଁ ଯାଇଥିଲେ। ପିଲାଟିକୁ ମହିଳା  ପୁଲିସ କର୍ମଚାରୀମାନେ ଏକ ଝୁଲଣାରେ ଝୁଲାଇ ସ୍ନେହ ଆଦର କରୁଥିବା ଦୃଶ୍ୟ ବେଶ ଦୃଦୟସ୍ପର୍ଷୀ ହୋଇଛି। ଇଣ୍ଟରନେଟରେ ତାମିଲନାଡ଼ୁ ପୁଲିସକୁ  ଖୁବ ପ୍ରଶଂସା କରାଯାଇଛି।

Related story