ମମତା ବାନାର୍ଜୀଙ୍କ ବିରୋଧରେ ଏଫଆଇଆର, 'ରାଜ୍ୟରେ ଗଣତନ୍ତ୍ର ବିପଦରେ'

କୋଲାକାତା: କରୋନା ମହାମାରୀ ବେଳେ ପଶ୍ଚିମବଙ୍ଗରେ ରାଜନୀତିର ପାରା ମଧ୍ୟ ଉଚ୍ଚ ରହିଛି। ଆଜି ଦୁର୍ନୀତି ଅଭିଯୋଗରେ ମମତାଙ୍କ ମନ୍ତ୍ରୀ ଓ ଦୁଇ ନେତାକୁ ସିବିଆଇ ବାନ୍ଧିନେବା ପରେ ଶାସକ ଦଳ ସମର୍ଥକ ସିବିଆଇ ଅଫିସକୁ ଟେକା ପଥର ଫିଙ୍ଗିଛନ୍ତି। ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ତଥା ସାଂସଦ ଦିଲ୍ଲୀପ ଘୋଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି। ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ ମେଦିନିପୁରର କୋଟୱାଲି ପୁଲିସ ଷ୍ଟେସନରେ ଏଫଆଇଆର ଦାଖଲ […]

Mamata

Mamata

Subhransu Sekhar
  • Published: Monday, 17 May 2021
  • Updated: 17 May 2021, 04:58 PM IST

Sports

Latest News

କୋଲାକାତା: କରୋନା ମହାମାରୀ ବେଳେ ପଶ୍ଚିମବଙ୍ଗରେ ରାଜନୀତିର ପାରା ମଧ୍ୟ ଉଚ୍ଚ ରହିଛି। ଆଜି ଦୁର୍ନୀତି ଅଭିଯୋଗରେ ମମତାଙ୍କ ମନ୍ତ୍ରୀ ଓ ଦୁଇ ନେତାକୁ ସିବିଆଇ ବାନ୍ଧିନେବା ପରେ ଶାସକ ଦଳ ସମର୍ଥକ ସିବିଆଇ ଅଫିସକୁ ଟେକା ପଥର ଫିଙ୍ଗିଛନ୍ତି। ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ତଥା ସାଂସଦ ଦିଲ୍ଲୀପ ଘୋଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି।

ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ ମେଦିନିପୁରର କୋଟୱାଲି ପୁଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଛନ୍ତି। ଏଫଆଇଆରରେ ଉଲ୍ଲେଖ ରହିଛି ଯେ ମତଦାନ ପୂର୍ବରୁ ମମତା ବାରମ୍ୱାର 'ଉତ୍ତେଜନାମୂଳକ' ମନ୍ତବ୍ୟ ରଖିଥିଲେ। ଯେଉଁଥିପାଇଁ ନିର୍ବାଚନ ଫଳାଫଳ ପରେ ହିଂସା ଘଟୁଛି। ନିର୍ବାଚନ ପୂର୍ବରୁ ମମତା ବାରମ୍ବାର ବିଜେପିର କେନ୍ଦ୍ରୀୟ ନେତୃତ୍ୱକୁ “ବାହାର” ଲୋକ ବୋଲି କହିଥିଲେ। ଆଉ ଏହି ମନ୍ତବ୍ୟ ପାଇଁ ଏବେ ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ଏବଂ କାମ କରୁଥିବା ବେଙ୍ଗଲିମାନେ ଭୟଭୀତ ହୋଇପଡିଛନ୍ତି। ସେମାନଙ୍କର ସୁରକ୍ଷା ଏବେ ସନ୍ଦେହରେ ରହିଛି। ଦିଲୀପ ଅଭିଯୋଗ କରିଛନ୍ତି ଯେ ମମତା ବାହାରିଆ ଲୋକ ଭଳି ମନ୍ତବ୍ୟ ଦେଇ ସମାଜକୁ ଦୁଇ ଭାଗ କରିବାକୁ ଚେଷ୍ଟା କରିଛନ୍ତି।

[caption id="attachment_643877" align="aligncenter" width="650"] Image Credit: AnandBazar Patrika[/caption]

ବିଜେପି ରାଜ୍ୟ ସଭାପତି ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ବାରମ୍ବାର କେନ୍ଦ୍ରୀୟ ସୁରକ୍ଷା କର୍ମୀଙ୍କ ବିରୋଧରେ ବର୍ଷିବା ସହିତ ଧମକ ଚମକ ଦେଇଥିଲେ। ଆଉ ଟିଏମି କର୍ମୀମାନେ ଅନେକ ସ୍ଥାନରେ କେନ୍ଦ୍ରୀୟ ସୁରକ୍ଷା ବାହିନୀକୁ ଅସ୍ତ୍ରକୁ ଆକ୍ରମଣ କରିଥିଲେ। ଆକ୍ରମଣ ଫଳସ୍ୱରୂପ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି।

ଟିଏମସିର 'ଖେଲା ହୋବେ' ସ୍ଲୋଗାନ ଏବଂ ନିର୍ବାଚନ ପରବର୍ତ୍ତୀ ହିଂସା ପାଇଁ ମମତା ଦାୟୀ ବୋଲି ଦିଲ୍ଲୀପ କହିଛନ୍ତି। ସେ ଏଫଆଇଆରରେ ଲେଖିଛନ୍ତି ଯେ ମମତାଙ୍କ 'ଖେଲା ହୋବେ' ସ୍ଲୋଗାନ ପାଇଁ ନିର୍ବାଚନ ପରେ ଅନେକ ହିଂସାରେ ଅନେକ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଦୁଷ୍କର୍ମ ଘଟଣା ଘଟିଛି। କିନ୍ତୁ ରାଜ୍ୟ ପୁଲିସ ମୁକ ପାଲଟିଛି। ହେଲେ ମମତା କହୁଛନ୍ତି ମାମଲା ଶେଷ ହୋଇଗଲଣି। ଯେଉଁଥିପାଇଁ ପରିସ୍ଥିତି ଆହୁରି ଜଟିଳ ହୋଇଛି। ଫଳସ୍ୱରୂପ, ରାଜ୍ୟରେ ଗଣତନ୍ତ୍ର ବିପଦରେ ବୋଲି ଦିଲ୍ଲୀପ କହିଛନ୍ତି। ତେଣୁ ଏହି ସବୁ କାରଣ ପାଇଁ ମମତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଦିଲ୍ଲୀପ ଘୋଷ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story