ତେଲ ଦର ବୃଦ୍ଧି ନେଇ ମୋଦିଙ୍କ ନକଲ କରିବାରୁ କମେଡିଆନଙ୍କ ବିରୋଧରେ ଏତଲା

ଜୟପୁର: ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହୋଇଛି। ଏହାକୁ ନେଇ କମେଡିଆନ୍ ଶ୍ୟାମ ରଙ୍ଗୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନକଲ କରି ଏକ ଭିଡିଓ କରିଥିଲେ। ଏବେ ତାଙ୍କ ବିରୋଧରେ ଏତଲା ହୋଇଛି। ରାଜସ୍ଥାନର ଶ୍ରୀଗଙ୍ଗା ପେଟ୍ରୋଲ ପମ୍ପରେ ଛିଡ଼ା ହୋଇ ଏହି କମେଡିଆନ୍ ଜଣଙ୍କ ମୋଦିଙ୍କ ନକଲ କରିଥିଲେ। ଯାହାର ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ଏବେ ସେହି ପେଟ୍ରୋଲ ପମ୍ପ ମାଲିକ ସୁରେନ୍ଦ୍ର ଅଗ୍ରଓ୍ୱାଲ କମେଡିଆନ ଶ୍ୟାମ ରଙ୍ଗୋଲିଙ୍କ […]

modi-shyamal

Subhransu Sekhar
  • Published: Saturday, 20 February 2021
  • , Updated: 20 February 2021, 04:40 PM IST

ଜୟପୁର: ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହୋଇଛି। ଏହାକୁ ନେଇ କମେଡିଆନ୍ ଶ୍ୟାମ ରଙ୍ଗୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନକଲ କରି ଏକ ଭିଡିଓ କରିଥିଲେ। ଏବେ ତାଙ୍କ ବିରୋଧରେ ଏତଲା ହୋଇଛି। ରାଜସ୍ଥାନର ଶ୍ରୀଗଙ୍ଗା ପେଟ୍ରୋଲ ପମ୍ପରେ ଛିଡ଼ା ହୋଇ ଏହି କମେଡିଆନ୍ ଜଣଙ୍କ ମୋଦିଙ୍କ ନକଲ କରିଥିଲେ। ଯାହାର ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି।

ଏବେ ସେହି ପେଟ୍ରୋଲ ପମ୍ପ ମାଲିକ ସୁରେନ୍ଦ୍ର ଅଗ୍ରଓ୍ୱାଲ କମେଡିଆନ ଶ୍ୟାମ ରଙ୍ଗୋଲିଙ୍କ ବିରୋଧରେ ଏତଲା ଦେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଘରୋଇ ତେଲ କମ୍ପାନୀର ପ୍ରଭାବରେ ପେଟ୍ରୋଲ ପମ୍ପ ମାଲିକ ରଙ୍ଗୋଲିଙ୍କ ବିରୋଧରେ ଏତଲା ଦେଇଛନ୍ତି। ଯଦି ପେଟ୍ରୋଲ ପମ୍ପ ମାଲିକ ଏତଲା ନଦେବେ ତାହେଲେ ସଂପୃକ୍ତ ତେଲ ଟାଙ୍କିକୁ ପେଟ୍ରୋଲ, ଡିଜେଲ ଯୋଗାଣ ବନ୍ଦ ହେବ ବୋଲି ଚେତାବନୀ ମିଳିଥିବା କୁହାଯାଉଛି।

ତେବେ ପେଟ୍ରୋଲ ପମ୍ପ ମାଲିକ ସୁରେନ୍ଦ୍ର ଅଗ୍ରଓ୍ୱାଲ କହିଛନ୍ତି, କମେଡିଆନ ଜଣଙ୍କ ଫଟୋ ଉଠାଇବା ପାଇଁ ଅନୁମତି ମାଗି ଭିଡିଓ ରେକର୍ଡିଂ କରିଛନ୍ତି। ଯେଉଁ ସମୟରେ ଭିଡିଓ ରେକର୍ଡିଂ ହୋଇଛି ସେହି ସମୟରେ ପେଟ୍ରୋଲ ପମ୍ପରେ ଗହଳି ଥିବାରୁ ଭିଡିଓ ରେକର୍ଡିଂ ହେଉଥିବା ଜାଣିପାରିନଥିଲେ ବୋଲି ପେଟ୍ରୋଲ ପମ୍ପ ମାଲିକ କହିଛନ୍ତି।

ଅନ୍ୟପଟେ କମେଡିଆନ୍ ଜଣଙ୍କ କହିଛନ୍ତି, କାହାକୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନୁହେଁ। ସେ କେବଳ ଏକ କମେଡି ଭିଡିଓ ତିଆରି କରି ଅପଲୋଡ କରିଛନ୍ତି। ଯଦି ଏପରେ କମେଡି ଭିଡିଓ କାହାକୁ ଆଘାତ ଦେଇଛି ସେଥିପାଇଁ ସେ କ୍ଷମା ମାଗୁଛନ୍ତି ବୋଲି କହିଛନ୍ତି।

Related story