ଜାମିଆ ବିଶ୍ୱବିଦ୍ୟାଳୟ ପାର୍କିଂରେ ନିଆଁ ଲାଗି ଜଳିଗଲା ଶହ ଶହ ଗାଡ଼ି

ନୂଆଦିଲ୍ଲୀ: ଦିଲ୍ଲୀ ଜାମିଆ ବିଶ୍ୱବିଦ୍ୟାଳୟର ମେଟ୍ରୋ ଷ୍ଟେସନ ପାର୍କିଂରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁ ଲାଗି ଜଳିଗଲା ଶହ ଶହ ଗାଡି। ଏଥିସହ ଅନେକ ଗାଡି କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ପହଞ୍ଚି ନିଆଁକୁ ଆୟତ କରିଛି। ଓଖଲା ବିହାର ଥାନାର ଏସ୍‌ ଆଇ ଫେତହ ଚନ୍ଦ କହିଛନ୍ତି, ଅଗ୍ନିକାଣ୍ଡ ଯୋଗୁ ମେଟ୍ରୋ ପାର୍କିଂରେ ଥିବା ୧୦ଟି କାର୍‌, ଗୋଟିଏ ବାଇକ୍‌, ଦୁଇଟି ସ୍କୁଟି, ୩୦ଟି ନୂଆ ଇ-ରିକ୍ସା, ୫୦ଟି ପୁରୁଣା ଇ-ରିକ୍ସା ଜଳି ଯାଇଛି। […]

fire-break-out-in-the-parking-of-jamia-university

Madhupriya Mistry
  • Published: Wednesday, 08 June 2022
  • , Updated: 08 June 2022, 01:24 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଜାମିଆ ବିଶ୍ୱବିଦ୍ୟାଳୟର ମେଟ୍ରୋ ଷ୍ଟେସନ ପାର୍କିଂରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁ ଲାଗି ଜଳିଗଲା ଶହ ଶହ ଗାଡି। ଏଥିସହ ଅନେକ ଗାଡି କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ପହଞ୍ଚି ନିଆଁକୁ ଆୟତ କରିଛି।

ଓଖଲା ବିହାର ଥାନାର ଏସ୍‌ ଆଇ ଫେତହ ଚନ୍ଦ କହିଛନ୍ତି, ଅଗ୍ନିକାଣ୍ଡ ଯୋଗୁ ମେଟ୍ରୋ ପାର୍କିଂରେ ଥିବା ୧୦ଟି କାର୍‌, ଗୋଟିଏ ବାଇକ୍‌, ଦୁଇଟି ସ୍କୁଟି, ୩୦ଟି ନୂଆ ଇ-ରିକ୍ସା, ୫୦ଟି ପୁରୁଣା ଇ-ରିକ୍ସା ଜଳି ଯାଇଛି। ତେବେ ଆଶ୍ୱସ୍ତକର କଥା ଯେ, ଏଥିରେ କେହି ମୃତାହତ ହୋଇନାହାନ୍ତି।

ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ସଟ୍‌ ସର୍କିଟ୍‌ରୁ ଏହି ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ନର୍ଥ ବ୍ଲକ ସ୍ଥିତ ଗୃହମନ୍ତ୍ରାଳୟରେ ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବିଭାଗ ମୁତାବକ, ବିଳମ୍ବିତ ରାତି ୧୨ଟାରେ ନିଆଁ ଲାଗିଥିବା ସୂଚନା ମିଳିଥିଲା। ପରେ ଅଗ୍ନିଶମ ବିଭାଗର ୭ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଅଧ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା।

Related story