ଦେଶର ପ୍ରଥମ ସୋଲାର ଗାଁ, ଘୋଷଣା କରିବେ ମୋଦି

ଅହମ୍ମଦାବାଦ: ସୂର୍ଯ୍ୟ ମନ୍ଦିର ପାଇଁ ପରିଚିତ ଗୁଜରାଟର ମେହସାଣା ଜିଲ୍ଲାର ମୋଢେରା ଏବେ ଦେଶର ପ୍ରଥମ ସୋଲାର ଗାଁ ହେବାକୁ ଯାଉଛି। ଦିନର ୨୪ ଘଣ୍ଟା ଏବଂ ସପ୍ତାହର ୭ ଦିନ ସୌର ଉର୍ଜାରେ ପାରିଚାଳିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ଆଜି ମୋଢେରାକୁ ଦେଶର ପ୍ରଥମ ସୌର ଉର୍ଜାରେ ପରିଚାଳିତ ଗାଁ ଭାବେ ଘୋଷଣା କରିବେ। ଗୁଜୁରାଟର ମୋଢରା ଗାଁ ସୂର୍ଯ୍ୟ ମନ୍ଦିର ପାଇଁ ଜଣାଶୁଣା। ମୋଢରା ଗାଁର ଘରେ ଘରେ ଲାଗିଛି ସୋଲାର […]

Solar Village

Madhupriya Mistry
  • Published: Sunday, 09 October 2022
  • , Updated: 09 October 2022, 11:03 AM IST

ଅହମ୍ମଦାବାଦ: ସୂର୍ଯ୍ୟ ମନ୍ଦିର ପାଇଁ ପରିଚିତ ଗୁଜରାଟର ମେହସାଣା ଜିଲ୍ଲାର ମୋଢେରା ଏବେ ଦେଶର ପ୍ରଥମ ସୋଲାର ଗାଁ ହେବାକୁ ଯାଉଛି। ଦିନର ୨୪ ଘଣ୍ଟା ଏବଂ ସପ୍ତାହର ୭ ଦିନ ସୌର ଉର୍ଜାରେ ପାରିଚାଳିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ଆଜି ମୋଢେରାକୁ ଦେଶର ପ୍ରଥମ ସୌର ଉର୍ଜାରେ ପରିଚାଳିତ ଗାଁ ଭାବେ ଘୋଷଣା କରିବେ।

ଗୁଜୁରାଟର ମୋଢରା ଗାଁ ସୂର୍ଯ୍ୟ ମନ୍ଦିର ପାଇଁ ଜଣାଶୁଣା। ମୋଢରା ଗାଁର ଘରେ ଘରେ ଲାଗିଛି ସୋଲାର ପ୍ୟାନେଲ। ଗାଁରେ ଏକ କିଲୋୱାଟ୍‌ କ୍ଷମତା ଥିବା ୧୩୦୦ରୁ ଅଧିକ ସୋଲାର ପ୍ୟାନେଲ ଲାଗିଛି। ଏହାଦ୍ୱାରା ଗାଁରେ ୨୪ ଘଣ୍ଟା ବିଦ୍ୟୁତ ଶକ୍ତି ଉତ୍ପାଦନ ହେବ। ସବୁଠାରୁ ବଡ କଥା ହେଉଛି ଗ୍ରାମବାସୀଙ୍କୁ ଏପରି ବ୍ୟବସ୍ଥା ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି। ଏଥିପାଇଁ ୮୦.୬୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଭାରତ ସରକାର ଏବଂ ଗୁଜରାଟ ସରକାର ମେହସାଣାର ସୁଜାନପୁରାରେ ବ୍ୟାଟେରୀ ଏନେର୍ଜୀ ଷ୍ଟୋରେଜ୍ ସିଷ୍ଟମ ସହ ଏକକୃତ ସୌର ଉର୍ଜା ପରିଯୋଜନା କରିଛନ୍ତି। ଏହା ସୂର୍ଯ୍ୟ ମନ୍ଦିର ଠାରୁ ମାତ୍ର ୬ କିଲୋମିଟର ଦୂରରେ ରହିଛ। ଗୁଜରାଟ ସରକାର ଏହି ଯୋଜନା ପାଇଁ ୧୨ ହେକ୍ଟର ଜମି ଆବଣ୍ଟିତ କରିଛନ୍ତି। ୨୦୩୦ ସୁଦ୍ଧା ଅକ୍ଷୟ ଉର୍ଜା ମାଧ୍ୟମରେ ୫୦ ପ୍ରତିଶତ ଉର୍ଜା ଆବଶ୍ୟକତା ପୂରଣ କରିବାରୁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି।

ଉଲ୍ଲେଖଯୋଗ୍ୟ ଯେ, ଗୁଜରାଟରେ ଆଗକୁ ନିର୍ବାଚନ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟକୁ ଘନଘନ ଗସ୍ତ କରିବା ଓ ବିଭିନ୍ନ ପ୍ରକଳ୍ପର ଉନ୍ମୋଚନ ଓ ଶିଳାନ୍ୟାସ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ମୋଦିଙ୍କ ତିନିଦିନିଆ ଗୁଜରାଟ ଗସ୍ତ ସହ ୧୪,୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି।

Related story