ଜୟପୁର: ପୋଖରୀରେ ବୁଡ଼ି ଚାଲିଗଲା ୫ ଶିଶୁଙ୍କ ଜୀବନ। ରାଜସ୍ଥାନର ଶ୍ରୀଗଙ୍ଗାନଗର ଅନୁପ୍ରଗଡରେ ଏହି ଦୁଃଖଦ ଘଟଣା ଘଟିଛି। ଏହି ଶିଶୁମାନେ ବର୍ଷା ପାଣି ଜମା ହେଉଥିବା ଏହି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ସେମାନେ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ସେମାନଙ୍କ ମୃତଦେହ ପୋଖରୀ ଭିତରେ ଭାସୁଥିବା ଦେଖିବାକୁ ମିଳିଥିଲା।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହଗୁଡ଼ିକୁ ଜବତ କରିଥିଲା। ତେବେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। କିପରି ଏହି ଘଟଣା ଘଟିଲା ପୁଲିସ ଏହାର ତଦନ୍ତ ଚଳାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଶିଶୁମାନଙ୍କ ଅଭିଭାବକ ଓ ପରିବାର ଲୋକଙ୍କ କାନ୍ଦରେ ପୋଖରୀକୂଳ ଫାଟି ପଡ଼ିଥିଲା।
ସୂଚନା ଥାଉକି କିଛିଦିନ ତଳେ ଯୋଦ୍ଧପୁର ଠାରେ ଏକ କାର ବର୍ଷା ପାଣିରେ ଭାସି ଯିବାରୁ ଏଥିରେ ଥିବା ୪ ଶିଶୁଙ୍କ ଜୀବନ ଯାଇଥିଲା। ବାରମ୍ବାର ଅଘଟଣ ଘଟି ଶିଶୁମାନଙ୍କ ଜୀବନ ଯିବା ଉଦବେଗର ବିଷୟ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବଡ଼ ବିଜୟ ପରେ କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ? ଏମିତି କହିଲେ ଦେବେନ୍ଦ୍ର ଫଡନାଭିସ
ଆସନ୍ତା ୨୬ ତାରିଖରେ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ଏହା ପୂର୍ବରୁ ରାଜ୍ୟରେ ସରକାର ଗଠନ ହେବା ଜରୁରୀ।
Politics
ମାତ୍ର ୧୪୦ ଖଣ୍ଡ ଭୋଟ ପାଇଲେ ଏଜାଜ ଖାନ, ନୋଟା ଠାରୁ ୬ ଗୁଣ କମ
ସୋଶାଲ ମିଡିଆରେ ତାଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା ୫୦ ଲକ୍ଷରୁ ଅଧିକ। ହେଲେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସେ ୧୫୦ଟି ଭୋଟ ମଧ୍ୟ ପାଇବାକୁ ସକ୍ଷମ ହୋଇ ନାହାନ୍ତି। ତାଙ୍କ ନାଟରୁ ନୋଟାକୁ ଅଧିକ ଭୋଟ ମିଳିଛି।
Politics
ପଛରେ ବାବା ସିଦ୍ଦିକିଙ୍କ ପୁଅ, ଆଗରେ ଉଦ୍ଧବଙ୍କ ପୁତୁରା
ଜୀଶାନ ଠିକ ନିର୍ବାଚନ ପୂର୍ବରୁ ଅଜିତ ପାୱାରଙ୍କ ଏନସିପିରେ ଯୋଗ ଦେଇଥିଲେ। ସେ ୨୦୧୯ରେ କଂଗ୍ରେସ ଟିକେଟରୁ ବାନ୍ଦ୍ରା ଇଷ୍ଟ ଆସନରୁ ଜିତିଥିଲେ।
Politics
୭୬ ହଜାର ଖଣ୍ଡ ଭୋଟରେ ହାରିଲେ ନବାବ ମଲିକ
ସମାଜବାଦୀ ପାର୍ଟିର ଅବୁ ଅସିମ ଆଜମିଙ୍କ ଠାରୁ ପରାସ୍ତ ହୋଇଛନ୍ତି ନବାବ ମଲିକ।
Politics
ଆଗରେ ଥିବା ସ୍ୱାମୀ ପଛରେ ପଡ଼ିବାରୁ EVMକୁ ଟାର୍ଗେଟ କଲେ ସ୍ୱରା ଭାସ୍କର
ଶରଦ ପାୱାରଙ୍କ ଏନସିପିରୁ ପ୍ରାର୍ଥୀ ହୋଇଥିବା ଫହାଦଙ୍କ ବିରୋଧରେ ଅଜିତ ପାୱାରଙ୍କ ଏନସିପିରୁ ସାନା ମଲିକ ଲଢ଼ୁଛନ୍ତି।