ଉତ୍ତୋଳନ କରୁଥିବା ବେଳେ ଛିଡ଼ିଗଲା ପତାକା, ସୋନିଆଙ୍କ ହାତରେ ପଡ଼ିଲା

ନୂଆଦିଲ୍ଲୀ: କଂଗ୍ରେସ ଦଳ ଆଜି ତା’ର ୧୩୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଦଳର ଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଯୋଗ ଦେଇଥିଲେ। ତେବେ ପ୍ରତିଷ୍ଠା ଦିବସରେ ଦଳୀୟ ପତାକା ଉତ୍ତୋଳନ ବେଳେ ଘଟିଥିଲା ଅକଳ ସ୍ଥିତି। ସୋନିଆ ଯେତେବେଳେ ପତାକା ଉତ୍ତୋଳନ କରିବାକୁ ଦଉଡ଼ିଟିକୁ ଜୋରରେ ଟାଣିଥିଲେ ସେତେବେଳେ ପତାକାଟି ଛିଣ୍ଡି ତାଙ୍କ ହାତରେ ପଡ଼ିଥିଲା। ଏହା ପରେ […]

Sonia Gandhi

Sonia Gandhi

Jitendra Garnayak
  • Published: Tuesday, 28 December 2021
  • Updated: 28 December 2021, 01:35 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ଦଳ ଆଜି ତା’ର ୧୩୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଦଳର ଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଯୋଗ ଦେଇଥିଲେ। ତେବେ ପ୍ରତିଷ୍ଠା ଦିବସରେ ଦଳୀୟ ପତାକା ଉତ୍ତୋଳନ ବେଳେ ଘଟିଥିଲା ଅକଳ ସ୍ଥିତି। ସୋନିଆ ଯେତେବେଳେ ପତାକା ଉତ୍ତୋଳନ କରିବାକୁ ଦଉଡ଼ିଟିକୁ ଜୋରରେ ଟାଣିଥିଲେ ସେତେବେଳେ ପତାକାଟି ଛିଣ୍ଡି ତାଙ୍କ ହାତରେ ପଡ଼ିଥିଲା।

ଏହା ପରେ ସୋନିଆ ଗାନ୍ଧି, ଦଳର କୋଷାଧ୍ୟକ୍ଷ ପବନ ବଂଶଲ ଓ ଏଆଇସିସି ସାଧାରଣ ସଂପାଦକ କେସି ଭେନୁଗୋପାଳ ପତାକାଟିକୁ ଖୋଲି ହାତରେ ଧରିଥିଲେ। ପରେ ଜଣେ ଦଳୀୟ କର୍ମୀ ଖୁଣ୍ଟରେ ଚଢ଼ି ପତାକାଟିକୁ ଉପରେ ଲଗାଇଥିଲେ।

ଦଳର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos