ବିମାନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର, ଟିକେଟରେ ମିଳିବ ରିହାତି

ନୂଆଦିଲ୍ଲୀ: ଭାରତ ଭିତରେ ବିମାନ ସେବା ଯୋଗାଇ ଦେଉଥିବା କମ୍ପାନୀ ଗୁଡ଼ିକ ଯାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ବିମାନରେ ଯାତ୍ରା କରିବା ବେଳେ ନିଜ ସହ କୌଣସି ବ୍ୟାଗ ନେଉ ନଥିବା କିମ୍ବା କେବଳ କ୍ୟାବିନ୍‌ ବ୍ୟାଗ୍‌ ନେଉଥିବା ଯାତ୍ରୀଙ୍କୁ ଏଣିକି ଟିକେଟ୍‌ କରିବା ସମୟରେ କମ ଭଡ଼ା ଦେବାକୁ ପଡ଼ିବ। ଏ ସମ୍ପର୍କରେ ଡିଜିସିଏ ପକ୍ଷରୁ ଗୋଟିଏ ସର୍କ୍ୟୁଲାର ଜାରି କରାଯାଇଛି। ବର୍ତ୍ତମାନର ନିୟମ ଅନୁଯାୟୀ, ଜଣେ ଯାତ୍ରୀ ନିଜ ସହ କ୍ୟାବିନ୍‌ ଲଗେଜ […]

airport

Hemant Lenka
  • Published: Friday, 26 February 2021
  • , Updated: 26 February 2021, 02:45 PM IST

ନୂଆଦିଲ୍ଲୀ: ଭାରତ ଭିତରେ ବିମାନ ସେବା ଯୋଗାଇ ଦେଉଥିବା କମ୍ପାନୀ ଗୁଡ଼ିକ ଯାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ବିମାନରେ ଯାତ୍ରା କରିବା ବେଳେ ନିଜ ସହ କୌଣସି ବ୍ୟାଗ ନେଉ ନଥିବା କିମ୍ବା କେବଳ କ୍ୟାବିନ୍‌ ବ୍ୟାଗ୍‌ ନେଉଥିବା ଯାତ୍ରୀଙ୍କୁ ଏଣିକି ଟିକେଟ୍‌ କରିବା ସମୟରେ କମ ଭଡ଼ା ଦେବାକୁ ପଡ଼ିବ। ଏ ସମ୍ପର୍କରେ ଡିଜିସିଏ ପକ୍ଷରୁ ଗୋଟିଏ ସର୍କ୍ୟୁଲାର ଜାରି କରାଯାଇଛି।

ବର୍ତ୍ତମାନର ନିୟମ ଅନୁଯାୟୀ, ଜଣେ ଯାତ୍ରୀ ନିଜ ସହ କ୍ୟାବିନ୍‌ ଲଗେଜ ଭାବେ ୭ କେଜି ଓ ଚେକ୍‌ ଇନ୍‌ ବ୍ୟାଗ୍‌ରେ ୧୫ କେଜି ଓଜନର ଜିନିଷ ନେଇପାରିବେ। ଏହାଠାରୁ ଅଧିକ ଓଜନର ଜିନିଷ ନେଲେ, ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ। ଏବେ ନୂଆ ନିୟମ ଅନୁଯାୟୀ, ଏଣିକି ଯେଉଁ ଯାତ୍ରୀମାନେ ନିଜ ସହ କୌଣସି ବ୍ୟାଗ କିମ୍ବା କେବଳ କ୍ୟାବିନ ବ୍ୟାଗ(ଅନୁମତି ଥିବା ଓଜନର) ନେବେ, ତାଙ୍କୁ ଟିକେଟ୍‌ ବୁକିଂ କରିବା ବେଳେ କମ ଅର୍ଥ ଦେବାକୁ ପଡ଼ିବ।

ଏହି ଫାଇଦା ଯାତ୍ରୀମାନେ ଟିକେଟ୍‌ ବୁକିଂ କରିବା ବେଳେ ଲଗେଜ୍‌ ଓଜନ ଘୋଷଣା କରି ପାଇପାରିବେ। ଯଦି ଜଣେ ଯାତ୍ରୀ ନିଜ ସହ କୌଣସି ଚେକ-ଇନ୍ ବ୍ୟାଗ ନେଉନାହାନ୍ତି କିମ୍ବା ଅନୁମତି ପ୍ରାପ୍ତ ଓଜନର କ୍ୟାବିନ ବ୍ୟାଗ୍ ନେଉଛନ୍ତି, ତା’ହେଲେ ତାଙ୍କୁ ଟିକେଟ ବୁକିଂ ବେଳେ ରିହାତି ମିଳିବ ବୋଲି ସର୍କ୍ୟୁଲାରରେ କୁହାଯାଇଛି।

ବ୍ୟାଗ୍‌ର ଓଜନ ସମ୍ପର୍କରେ ଟିକେଟ୍‌ରେ ମଧ୍ୟ ଉଲ୍ଲେଖ କରାଯିବ। ସେହିପରି ଏୟାରପୋର୍ଟର ଡିସପ୍ଲେରେ ମଧ୍ୟ ଏହା ପ୍ରଦର୍ଶିତ ହେବ। ଯଦି ଜଣେ ଯାତ୍ରୀ ଟିକେଟ କାଟିବା ବେଳେ ଗୋଟିଏ ଓଜନ ଓ ଯାତ୍ରା କରିବା ବେଳେ ଆଉ ଗୋଟିଏ ଓଜନର ବ୍ୟାଗ୍‌ ଆଣନ୍ତି, ତା’ହେଲେ ତାଙ୍କ ଉପରେ ପୂର୍ବଭଳି ଚାର୍ଜ ଲଗାଇ ଚେକ୍‌ ଇନ୍‌ କରିବାକୁ ଅନୁମତି ମିଳିବ।

ଅନେକ ଲୋକ ଜରୁରୀ କାମରେ ବିମାନରେ ଯାତ୍ରା କରିବା ବେଳେ କେବଳ କ୍ୟାବିନ ବ୍ୟାଗ ନେଇ ଯାଇଥାଆନ୍ତି। କିନ୍ତୁ ସେମାନଙ୍କୁ ଲଗେଜ ନେଇ ଯାଉଥିବା ଯାତ୍ରୀଙ୍କ ଭଳି ସମାନ ଅର୍ଥ ଦେବାକୁ ପଡ଼େ। ଏହି କାରଣରୁ ଭାରତରେ ସେବା ଯୋଗାଉଥିବା ବିମାନ କମ୍ପାନୀମାନେ ନୂଆ ନିୟମ ପ୍ରଣୟନ କରିଛନ୍ତି।

Related story