ଗୁଜରାଟରେ କେଜ୍ରିୱାଲ, ଦିଲ୍ଲୀରେ ସିସୋଦିଆ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ମହାନଗର ନିର୍ବାଚନ(ଏମସିଡି) ପାଇଁ ରାଜନୀତି ସରଗରମ ହୋଇଛି। ଏଠାରେ ଆମ ଆଦମୀ ପାର୍ଟି-ବିଜେପି ମଧ୍ୟରେ ସିଧାସଳଖ ଟକ୍କର ହେଉଛି। ଗତକାଲି ବିଜେପି ମାରାଥନ ପ୍ରଚାର କରିଥିବା ବେଳେ ଆପ ମଧ୍ୟ ପଛରେ ପଡ଼ି ନାହିଁ। ପୂର୍ବରୁ ଏମସିଡି ବିଜେପି ଅକ୍ତିଆରରେ ଥିବା ବେଳେ ଏବେ ଳଢ଼େଇ ଜୋରଦାର ହେଉଛି। ଏହି ଅବସରରେ ପ୍ରଚାର ବେଳେ ଆପ ବିଜେପିକୁ ଟାର୍ଗେଟ କରିଛି। ସେହିପରି ଆପ ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଦିଲ୍ଲୀରେ […]

arvind-kejriwal-&-manish-si

arvind-kejriwal-&-manish-si

Tapas Behera
  • Published: Monday, 21 November 2022
  • Updated: 21 November 2022, 03:14 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ମହାନଗର ନିର୍ବାଚନ(ଏମସିଡି) ପାଇଁ ରାଜନୀତି ସରଗରମ ହୋଇଛି। ଏଠାରେ ଆମ ଆଦମୀ ପାର୍ଟି-ବିଜେପି ମଧ୍ୟରେ ସିଧାସଳଖ ଟକ୍କର ହେଉଛି। ଗତକାଲି ବିଜେପି ମାରାଥନ ପ୍ରଚାର କରିଥିବା ବେଳେ ଆପ ମଧ୍ୟ ପଛରେ ପଡ଼ି ନାହିଁ। ପୂର୍ବରୁ ଏମସିଡି ବିଜେପି ଅକ୍ତିଆରରେ ଥିବା ବେଳେ ଏବେ ଳଢ଼େଇ ଜୋରଦାର ହେଉଛି। ଏହି ଅବସରରେ ପ୍ରଚାର ବେଳେ ଆପ ବିଜେପିକୁ ଟାର୍ଗେଟ କରିଛି। ସେହିପରି ଆପ ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଦିଲ୍ଲୀରେ  ଆଜି 'କେଜ୍ରିୱାଲ କୀ ସରକାର, କେଜ୍ରିୱାଲ କୀ ପରସଦ' ନାରା ଦେଇଛନ୍ତି।

ରାଜଧାନୀର ପଡ଼ୋଶୀ ଅଞ୍ଚଳରେ ବିକାଶକୁ ନିଶ୍ଚିତ କରିବେ ବୋଲି ସେ କହିଛନ୍ତି। ଶ୍ରୀ ସିସୋଦିଆ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଅପ୍ ଦିଲ୍ଲୀର ମ୍ୟୁନ୍ସିପାଲଟି କର୍ପୋରେସନ ନିର୍ବାଚନ ବିଜୟ ହାସଲ କରିବ।

ସେ କହିଛନ୍ତି ଯଦି କୌଣସି ଆସନରେ ବିଜେପି କାଉନସିଲର ନିର୍ବାଚିତ ହୁଅନ୍ତି, ତେବେ ସେମାନେ କେବଳ କେଜ୍ରିୱାଲଙ୍କୁ ଦୁର୍ବ୍ୟବହାର କରିବେ। କାମ  ଆଦୌ କରିବେ ନାହିଁ । ତେଣୁ ସମଗ୍ର ଦିଲ୍ଲୀର 'କେଜ୍ରିୱାଲ କି ସରକାର, କେଜ୍ରିୱାଲ କୀ ପରସଦ ଆବଶ୍ୟକ। ଏନେଇ ଶ୍ରୀ ସିସୋଦିଆ ଟ୍ୱିଟ କରିଛନ୍ତି।  ଗୁଜରାଟ ସାଧାରଣ ନିର୍ବାଚନରେ କେଜ୍ରିୱାଲ ନେତୃତ୍ୱ ନେଉଥିବା ବେଳେ ସିସୋଦିଆ ଦିଲ୍ଲୀ ଏମସିଡି ନିର୍ବାଚନରେ ନେତୃତ୍ୱ ନେଉଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିସୋଦିଆ କହିଛନ୍ତି ଯେ ଏମସିଡି ନିର୍ବାଚନକୁ ନେଇ ଆପ ଆତ୍ମବିଶ୍ୱାସୀ ଅଛି।  ବିଜେପି ମାତ୍ର ୨୦ ଟି ସିଟ୍ ହାସଲ କରିପାରେ। କିନ୍ତୁ ଲୋକେ କେଜ୍ରିୱାଲଙ୍କ ଉପରେ ଭରସା ରଖିବା ଉଚିତ।  ସେ କାମ କରିବେ, ପରିଷ୍କାର ପରିଚ୍ଛନ୍ନତା ନିଶ୍ଚିତ କରିବେ। ସେ ରାସ୍ତା ନିର୍ମାଣ କରିବେ।  ପାର୍କ ପରିଚାଳନା କରିବେ। କେଜ୍ରିୱାଲ ସବୁ ପ୍ରକାର ଉନ୍ନୟନ କରିବେ ବୋଲି ସିସୋଦିଆ କହିଛନ୍ତି। ଆସନ୍ତାମାସ ୪ ତାରିଖରେ ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି)ର ୨୫୦ଟି ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ପୂର୍ବରୁ ଉତ୍ତର ଦିଲ୍ଲୀ ନଗର ନିଗମ, ଦକ୍ଷିଣ ଦିଲ୍ଲୀ ନଗର ନିଗମ ଏବଂ ପୂର୍ବ ଦିଲ୍ଲୀ ନଗର ନିଗମ ପାଇଁ ନିର୍ବାଚନ ହେଉଥିଲା। ଏଥର କେନ୍ଦ୍ର ସରକାର ତିନୋଟି ନିଗମକୁ ଏକତ୍ରୀକରଣ କରି ମହାନଗର ନିଗମ ଗଠନ କରିଛନ୍ତି। ଏମସିଡି ନିର୍ବାଚନରେ ବିଜେପି, ଆମ ଆଦମୀ ପାର୍ଟି ଏବଂ କଂଗେସର ପ୍ରାର୍ଥୀମାନେ ପ୍ରତିଦ୍ବନ୍ଦିତା କରୁଛନ୍ତି। ତିନି ଦଳ ଦ୍ୱାରା ପ୍ରଚାର ଅଭିଯାନ ଜୋରସରରେ ଆରମ୍ଭ ‌ହୋଇଛି।‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos