ହନି ଟ୍ରାପ୍‌ରେ ପଡ଼ି ଗୁପ୍ତ ତଥ୍ୟ ଲିକ କରୁଥିଲା, ବୈଦେଶିକ ମନ୍ତ୍ରଣାଳୟ ଡ୍ରାଇଭର ଗିରଫ

ନୂଆଦିଲ୍ଲୀ: ହନି ଟ୍ରାପରେ ପଡ଼ି ଦେଶ ସହ ଗର୍ଦ୍ଦାର କରୁଥିଲା। ଦେଶର ଗୁପ୍ତ ତଥ୍ୟ ଶତ୍ରୁ ଦେଶ ପାକିସ୍ତାନକୁ ହସ୍ତାନ୍ତର କରିବାକୁ ମଧ୍ୟ ପଛାଉ ନଥିଲା। ଏପରି ଜଣେ ବ୍ୟକ୍ତିକୁ ଆଜି ଦିଲ୍ଲୀ ପୁଲିସ୍‌ ଗୁଇନ୍ଦା ସଂସ୍ଥା ସହଯୋଗରେ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ବୈଦେଶିକ ମନ୍ତ୍ରଣାଳୟରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲା। ସେ ପଡ଼ୋଶୀ ପାକିସ୍ତାନକୁ କିଛି ଗୁପ୍ତ ତଥ୍ୟ ଯୋଗାଇ ଦେଇଥିବାରୁ ତାକୁ ଗିରଫ କରାଯାଇଛି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଦ୍ୱାରା […]

ministry

  • Published: Friday, 18 November 2022
  • , Updated: 18 November 2022, 06:04 PM IST

ନୂଆଦିଲ୍ଲୀ: ହନି ଟ୍ରାପରେ ପଡ଼ି ଦେଶ ସହ ଗର୍ଦ୍ଦାର କରୁଥିଲା। ଦେଶର ଗୁପ୍ତ ତଥ୍ୟ ଶତ୍ରୁ ଦେଶ ପାକିସ୍ତାନକୁ ହସ୍ତାନ୍ତର କରିବାକୁ ମଧ୍ୟ ପଛାଉ ନଥିଲା। ଏପରି ଜଣେ ବ୍ୟକ୍ତିକୁ ଆଜି ଦିଲ୍ଲୀ ପୁଲିସ୍‌ ଗୁଇନ୍ଦା ସଂସ୍ଥା ସହଯୋଗରେ ଗିରଫ କରିଛି।

ଗିରଫ ବ୍ୟକ୍ତି ଜଣକ ବୈଦେଶିକ ମନ୍ତ୍ରଣାଳୟରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲା। ସେ ପଡ଼ୋଶୀ ପାକିସ୍ତାନକୁ କିଛି ଗୁପ୍ତ ତଥ୍ୟ ଯୋଗାଇ ଦେଇଥିବାରୁ ତାକୁ ଗିରଫ କରାଯାଇଛି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଦ୍ୱାରା ବିଛା ଯାଇଥିବା ହନି ଟ୍ରାପରେ ଫସି ବ୍ୟକ୍ତି ଜଣକ ଦେଶକୁ ଧୋକା ଦେଇଥିବା ଜଣାପଡ଼ିଛି।

ବୈଦେଶିକ ମନ୍ତ୍ରଣାଳୟର ଡ୍ରାଇଭର ଗିରଫ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ଏବେ ମନ୍ତ୍ରଣାଳୟର ଆଉ କୌଣସି କର୍ମଚାରୀ କିମ୍ବା ଅଧିକାରୀ ଏହି ମାମଲାରେ ଜଡ଼ିତ ଅଛନ୍ତି କି ନାହିଁ, ତା’ର ତଦନ୍ତ ପୁଲିସ୍‌ ଓ ଗୁଇନ୍ଦା ବିଭାଗ ଆରମ୍ଭ କରିଛି। ଏତେ ଘଟଣା ଘଟିବା ପରେ ମଧ୍ୟ ବୈଦେଶିକ ମନ୍ତ୍ରଣାଳୟ ଏଯାଏ ମୁହଁ ଖୋଲିନାହିଁ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଶୁକ୍ରବାର ମନ୍ତ୍ରଣାଳୟରେ ଡ୍ରାଇଭର ଭାବେ କାମ କରୁଥିବା ଜଣେ ବ୍ୟକ୍ତିକୁ ଜବାହରଲାଲ ନେହରୁ ଭବନରୁ ଗିରଫ କରାଯାଇଛି। ଏହି ବ୍ୟକ୍ତି ଜଣକ ପାକିସ୍ତାନର ଗୁପ୍ତଚରଙ୍କ ଦ୍ୱାରା ବିଛା ଯାଇଥିବା ଜାଲରେ ଫସି ଯାଇଥିଲେ।

ପୂନମ ଶର୍ମା ଓରଫ ପୂଜା ନାମରେ ଜଣେ ପାକିସ୍ତାନ ଗୁପ୍ତଚର ଡ୍ରାଇଭର ଜଣକୁ ନିଜ ମିଠାମିଠା କଥା କହି ନିଜ ପ୍ରେମରେ ଫସାଇଥିଲା। ଏହାପରେ ଟଙ୍କା ଓ ପ୍ରେମ ଲୋଭରେ ସେ ଗୁପ୍ତଚର ପୂଜାକୁ କିଛି ସମ୍ବେଦନଶୀଳ ଦସ୍ତାବିଜ ପଠାଇଥିଲା। ତେବେ କେଉଁ ସବୁ ଦସ୍ତାବିଜ ପଠାଇଥିଲା ଓ ତା’ ପରିଚୟ ପୁଲିସ୍‌ ଏଯାଏ ପୁଲିସ୍‌ ସାର୍ବଜନୀନ କରିନାହିଁ।

ଏହାପୂର୍ବରୁ ଚଳିତ ବର୍ଷ ଅଗଷ୍ଟ ମାସରେ ରାଜସ୍ଥାନ ପୁଲିସ୍‌ ଦିଲ୍ଲୀରୁ ଜଣେ ୪୬ ବର୍ଷୀୟ ବ୍ୟକ୍ତିକୁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରିଥିଲା। ସେ ଭାରତରେ ରହି ପାକିସ୍ତାନ ପାଇଁ କାମ କରୁଥିଲା।

Related story