ପୂର୍ବତନ ସେନାଧ୍ୟକ୍ଷଙ୍କ ପରଲୋକ

ନୂଆଦିଲ୍ଲୀ:  ଭାରତୀୟ ସେନାର ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏସ.ଏଫ. ରୋଡ୍ରିଗ୍ସଙ୍କର ଶୁକ୍ରବାର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଜେନେରାଲ ରୋଡ୍ରିଗ୍ସ ୧୯୯୦ରୁ ୧୯୯୩ ମସିହା ପର୍ଯ୍ୟନ୍ତ ଦେଶର ସ୍ଥଳସେନାଧ୍ୟକ୍ଷ ଥିଲେ। ସେନାରୁ ଅବସର ନେବା ପରେ ୨୦୦୪ରୁ ୨୦୧୦ ମସିହା ପର୍ଯ୍ୟନ୍ତ ପଞ୍ଜାବ ରାଜ୍ୟପାଳ ମଧ୍ୟ ଥିଲେ। ତାଙ୍କ ପରଲୋକରେ ସ୍ଥଳସେନାଧ୍ୟକ୍ଷ ଜେନେରାଲ ଏମ.ଏମ. ନରଭଣେ ଶୋକ ପ୍ରକାଶ କରିଛନ୍ତି। ପୂର୍ବତନ ସେନାଧ୍ୟକ୍ଷଙ୍କ ବିୟୋଗ ନେଇ ସେ ଟ୍ୱିଟ୍‌ କରିଥିବା […]

rodi

Tapas Behera
  • Published: Friday, 04 March 2022
  • , Updated: 04 March 2022, 10:26 PM IST

ନୂଆଦିଲ୍ଲୀ:  ଭାରତୀୟ ସେନାର ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏସ.ଏଫ. ରୋଡ୍ରିଗ୍ସଙ୍କର ଶୁକ୍ରବାର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଜେନେରାଲ ରୋଡ୍ରିଗ୍ସ ୧୯୯୦ରୁ ୧୯୯୩ ମସିହା ପର୍ଯ୍ୟନ୍ତ ଦେଶର ସ୍ଥଳସେନାଧ୍ୟକ୍ଷ ଥିଲେ। ସେନାରୁ ଅବସର ନେବା ପରେ ୨୦୦୪ରୁ ୨୦୧୦ ମସିହା ପର୍ଯ୍ୟନ୍ତ ପଞ୍ଜାବ ରାଜ୍ୟପାଳ ମଧ୍ୟ ଥିଲେ।

ତାଙ୍କ ପରଲୋକରେ ସ୍ଥଳସେନାଧ୍ୟକ୍ଷ ଜେନେରାଲ ଏମ.ଏମ. ନରଭଣେ ଶୋକ ପ୍ରକାଶ କରିଛନ୍ତି। ପୂର୍ବତନ ସେନାଧ୍ୟକ୍ଷଙ୍କ ବିୟୋଗ ନେଇ ସେ ଟ୍ୱିଟ୍‌ କରିଥିବା ବେଳେ ଭାରତୀୟ ସେନା ତାର ପୂର୍ବତନ ଚିଫ୍ ଅଫ ଆର୍ମି ଷ୍ଟାଫ (ସିଓଏଏସ୍)ଙ୍କୁ ହରାଇଲା ବୋଲି ଉଲ୍ଲେଖ କରିଛନ୍ତି। ସେ ଜଣେ ବିଚାରକ ଓ ରଣନୀତିକାର ଭାବେ ବେଶ ଜଣାଶୁଣା ଥିଲେ।

ଜେନେରାଲ ରୋଡ୍ରିଗସ୍ ତାଙ୍କର ୪୦ ବର୍ଷର ଦୀର୍ଘ କାର୍ଯ୍ୟକାଳରେ ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡରେ ୨ଟି କାର୍ଯ୍ୟକାଳ ସେବା କରିଥିଲେ। ସେ ଅବସର ପରେ ପ୍ରାୟତଃ ସାମାଜିକ କାର୍ଯ୍ୟକଳାପ ସାଙ୍ଗକୁ ସାହିତ୍ୟ ସେବାରେ ନିଜକୁ ନିୟୋଜି କରିଥିଲେ ବୋଲି ସେନାପକ୍ଷରୁ କୁହାଯାଇଛି।

Related story