ଫୁଟପାଥରେ ଜୀବନ କାଟୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାଳୀ

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଶାଳୀ ଇରା ବାସୁ ଗତ ଦୁଇ ବର୍ଷ ଧରି ଫୁଟପାଥରେ ଜୀବନ କାଟୁଛନ୍ତି। ସେ ମାନସିକ ରୋଗରେ ଆକ୍ରାନ୍ତ ଅଛନ୍ତି। ଯେଉଁ କାରଣରୁ ସେ ଫୁଟପାଥରେ ରହୁଛନ୍ତି। ଅତୀତରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଅନେକ ସଭାରେ ଇରା ବାସୁଙ୍କୁ ଦେଖିବାକୁ ମିଳିଛି। ସେ ଖଡଦହରେ ଥିବା ପ୍ରିୟନାଥ ବାଳିକା ବିଦ୍ୟାଳୟରେ ଜୀବନ ବିଜ୍ଞାନର ଶିକ୍ଷୟିତ୍ରୀ ଥିଲେ। ୧୯୭୬ରୁ ୨୦୦୯ ଯାଏ ସେ ଅଧ୍ୟାପିକା ଥିଲେ। ରିଟାୟର ପରେ ତାଙ୍କୁ ପିଏଫ୍ […]

ira-basu

ira-basu

Ranjit Kumar Jena
  • Published: Saturday, 11 September 2021
  • Updated: 11 September 2021, 08:53 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଶାଳୀ ଇରା ବାସୁ ଗତ ଦୁଇ ବର୍ଷ ଧରି ଫୁଟପାଥରେ ଜୀବନ କାଟୁଛନ୍ତି। ସେ ମାନସିକ ରୋଗରେ ଆକ୍ରାନ୍ତ ଅଛନ୍ତି। ଯେଉଁ କାରଣରୁ ସେ ଫୁଟପାଥରେ ରହୁଛନ୍ତି। ଅତୀତରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଅନେକ ସଭାରେ ଇରା ବାସୁଙ୍କୁ ଦେଖିବାକୁ ମିଳିଛି। ସେ ଖଡଦହରେ ଥିବା ପ୍ରିୟନାଥ ବାଳିକା ବିଦ୍ୟାଳୟରେ ଜୀବନ ବିଜ୍ଞାନର ଶିକ୍ଷୟିତ୍ରୀ ଥିଲେ। ୧୯୭୬ରୁ ୨୦୦୯ ଯାଏ ସେ ଅଧ୍ୟାପିକା ଥିଲେ।

ରିଟାୟର ପରେ ତାଙ୍କୁ ପିଏଫ୍ ଟଙ୍କା ମିଳିଥିଲା। ହେଲେ ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରିନପାରିବାରୁ ଏପର୍ଯ୍ୟନ୍ତ ତାଙ୍କର ପେନସନ୍ ହୋଇପାରିନାହିଁ। ୭୨ ବର୍ଷୀୟ ଇରା ଉତ୍ତର ୨୪ ପରଗନା ଜିଲ୍ଲାର ଡନଲପ୍ ପାଖରେ ଥିବା ଏଟିଏମର ଏକ କୋଣରେ ଜୀବନ ବିତାଉଛନ୍ତି। ନିଜ ଭିଣୋଇ ବୁଦ୍ଧଦେବ ଭଟ୍ଟଚାର୍ଯ୍ୟ ଓ ଭଉଣୀ ମୀରା ଭଟ୍ଟଚାର୍ଯ୍ୟଙ୍କ ବିଷୟରେ ପଚାରିବାରୁ ଅବିବାହିତ ଇରା ରାଗି ଯାଇଥିଲେ। ଇରା କହିଛନ୍ତି ଯେ ସେମାନଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଦୁହେଁ ଅସୁସ୍ଥ ଅଛନ୍ତି। ସେମାନଙ୍କୁ କରୋନା ହୋଇଥିଲା। ସେମାନଙ୍କ ସମ୍ବନ୍ଧରେ ମୋତେ କିଛି ପଚାରନ୍ତୁ ନାହିଁ।

Shocking | शानदार अंग्रेजी और PhD की डिग्री होने के बावजूद, सड़क पर रहने को  मजबूर है बंगाल के पूर्व CM की साली | Navabharat (नवभारत)

ଫୁଟପାଥରେ ରହିବା ସତ୍ତ୍ୱେ ଇରା କେବେବି କାହାଠାରୁ ଭିକ ମାଗିନାହାନ୍ତି। ସେ ନିଜ ଅର୍ଥରେ ଚା’ ପିଅନ୍ତି। ଏପରିକି ସେ ଅନେକ ଦୋକାନୀଙ୍କୁ ନିଜ ପଇସାରେ ବିରିୟାନୀ ମଧ୍ୟ ଖୁଆଇଛନ୍ତି। ଏକ ହୋଟେଲରୁ ନିୟମିତ ନିଜ ପାଇଁ ଭାତ, ଡାଲି, ତରକାରୀ କିଣି ଖାଆନ୍ତି। ଯଦି କେହି ତାଙ୍କୁ ଖାଇବାକୁ ଦେଲେ, ତାହେଲେ ସେ ମନା କରି ଦିଅନ୍ତି। ଇରାଙ୍କର ନିଜସ୍ୱ ବ୍ୟାଙ୍କ ଆକାଉଣ୍ଟ ରହିଛି, ଯେଉଁଥିରୁ ସେ ଆବଶ୍ୟକ ମୁତାବକ ଟଙ୍କା ଉଠାନ୍ତି।

ମାନସିକ ରୋଗରେ ଆକ୍ରାନ୍ତ ହେବା ସତ୍ତ୍ୱେ ଇରା କରୋନା ମହାମାରୀକୁ ନେଇ ବେଶ ସତର୍କ ରୁହନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାନ୍ତି। ସେ କହନ୍ତି, କେବଳ ମାସ୍କ ପିନ୍ଧିଲେ ହେବ ନାହିଁ। ଶାରୀରିକ ଦୂରତା ମାନିବାକୁ ପଡ଼ିବ। ଏଣେ ତେଣେ ଛେପ ପକାଇବା ବନ୍ଦ କରିବା ଦରକାର। ଇରା ନିୟମିତ ଭାବେ ଇଂରାଜୀ ଓ ବଙ୍ଗାଳୀ ନ୍ୟୁଜ୍ ପେପର୍ ପଢ଼ନ୍ତି। ସେ ଅନଲାଇନ୍ ପାଠପଢ଼ାର ଘୋର ବିରୋଧୀ। ତାଙ୍କ ମତରେ ଏହାଦ୍ୱାରା ପିଲାମାନଙ୍କ ପାଠପଢ଼ା ଉପରେ ଖୁବ୍ ପ୍ରଭାବ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos