କରୋନାରେ ଆଖିବୁଜିଲେ କଂଗ୍ରେସର ଆଉ ଜଣେ ବରିଷ୍ଠ ନେତା

ମୁମ୍ବାଇ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସର ଆଉ ଜଣେ ବରିଷ୍ଠ ନେତା ଆଖି ବୁଜିଛନ୍ତି। କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିବା ଏକନାଥ ଗାଏକ୍ୱାଡ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ୮୧ ବର୍ଷୀୟ ଏକନାଥ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଦିନ ପ୍ରାୟ ୧୦.୩୦ରେ ତାଙ୍କର ମୃତ୍ୟୁ ଘଟିଛି। ଗାଏକ୍ୱାଡ ହେଉଛନ୍ତି କଂଗ୍ରେସର ପୂର୍ବତନ ମହାରାଷ୍ଟ୍ର ମୁଖ୍ୟ। ସେ କଂଗ୍ରେସ ଟିକେଟରୁ ୨୦୦୪ରୁ ୨୦୦୯ ଓ ୨୦୦୯ରୁ ୨୦୧୪ […]

Eknath-Gaikwad

Hemant Lenka
  • Published: Wednesday, 28 April 2021
  • , Updated: 28 April 2021, 12:31 PM IST

ମୁମ୍ବାଇ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସର ଆଉ ଜଣେ ବରିଷ୍ଠ ନେତା ଆଖି ବୁଜିଛନ୍ତି। କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିବା ଏକନାଥ ଗାଏକ୍ୱାଡ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ୮୧ ବର୍ଷୀୟ ଏକନାଥ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଆଜି ଦିନ ପ୍ରାୟ ୧୦.୩୦ରେ ତାଙ୍କର ମୃତ୍ୟୁ ଘଟିଛି। ଗାଏକ୍ୱାଡ ହେଉଛନ୍ତି କଂଗ୍ରେସର ପୂର୍ବତନ ମହାରାଷ୍ଟ୍ର ମୁଖ୍ୟ। ସେ କଂଗ୍ରେସ ଟିକେଟରୁ ୨୦୦୪ରୁ ୨୦୦୯ ଓ ୨୦୦୯ରୁ ୨୦୧୪ ଯାଏ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ମୁମ୍ବାଇର ଧରାବି ନିର୍ବାଚନ ମଣ୍ଡଳୀରୁ ୩ଥର ମହାରାଷ୍ଟ୍ର ବିଧାନସଭାକୁ ମଧ୍ୟ ଯାଇଥିଲେ। ତାଙ୍କ ଝିଅ ବର୍ଷା ଗାଏକ୍ୱାଡ ଏବେ ମହାରାଷ୍ଟ୍ର ସରକାରରେ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।


ଆଜି ଶ୍ରୀ ଗାଏକ୍ୱାଡଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର କଂଗ୍ରେସ ମଧ୍ୟ ଟ୍ୱିଟ କରି ଶୋକ ପ୍ରକାଶ କରିଛି। ଗାଏକ୍ୱାଡ ଆମ୍ବେଦକାରିଟେ ବୁଦ୍ଧିଷ୍ଟ ପରିବାରରୁ ଆସିଛନ୍ତି। ୨୦୦୪ ଲୋକସଭା ନିର୍ବାଚନରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତତ୍କାଳୀନ ଲୋକସଭା ବାଚସ୍ପତି ମନୋହର ଯୋଶୀଙ୍କୁ ମୁମ୍ବାଇର ଦକ୍ଷିଣ କେନ୍ଦ୍ରୀୟ ଆସନରେ ପରାସ୍ତ କରିଥିଲେ।

ସେ ଦୁଇ ଥର ବିଜୟ ଲାଭ କରିବା ପରେ ୨୦୧୪ରେ ରାହୁଲ ଶେହୱାଲେଙ୍କ ଠାରୁ ୨୦୧୪ ଲୋକସଭା ନିର୍ବାଚନରେ ପରାସ୍ତ ହୋଇଥିଲେ। ୧୯୮୫ରେ ସେ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

Related story