ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ଆତଙ୍କବାଦୀ

ଶ୍ରୀନଗର: ଘାଟିରେ ପୁଣି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଶୋପିଆନ୍‌ର ଦ୍ରାଚରେ ହୋଇଥିବା ଏହି ଗୁଳିବିନିମୟରେ ସେନା ଗୁଳିରେ ୩ ଆତଙ୍କବାଦୀ ସଫା ହୋଇଛନ୍ତି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ମୃତ ଆତଙ୍କବାଦୀମାନେ ଜୈଶ-ଏ ମହମ୍ମଦ ସଙ୍ଗଠନର ବୋଲି ଜଣାପଡିଛି। ପ୍ରଥମେ ଦକ୍ଷିଣ କଶ୍ମୀରର ଦ୍ରାସ ଗାଁରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହାପରେ […]

Encounter

Madhupriya Mistry
  • Published: Wednesday, 05 October 2022
  • , Updated: 05 October 2022, 11:56 AM IST

ଶ୍ରୀନଗର: ଘାଟିରେ ପୁଣି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଶୋପିଆନ୍‌ର ଦ୍ରାଚରେ ହୋଇଥିବା ଏହି ଗୁଳିବିନିମୟରେ ସେନା ଗୁଳିରେ ୩ ଆତଙ୍କବାଦୀ ସଫା ହୋଇଛନ୍ତି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ମୃତ ଆତଙ୍କବାଦୀମାନେ ଜୈଶ-ଏ ମହମ୍ମଦ ସଙ୍ଗଠନର ବୋଲି ଜଣାପଡିଛି।

ପ୍ରଥମେ ଦକ୍ଷିଣ କଶ୍ମୀରର ଦ୍ରାସ ଗାଁରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।

ନିକଟରେ ଏସପିଓ ଜାଭେଦ ଦାରଙ୍କ ହତ୍ୟାକାଣ୍ଡରେ ନିହତ ଆତଙ୍କବାଦୀ ହାନାନ ବିନ୍ ୟାକୁବ ଏବଂ ଜାମସେଦ ସମ୍ପୃକ୍ତ ଥିଲେ। ଅକ୍ଟୋବର ୨ରେ ପୁଲୱାମାର ପିଙ୍ଗଲାନାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଏହାପୂର୍ବରୁ ସେପ୍ଟେମ୍ବର ୨୪ରେ ପଶ୍ଚିମବଙ୍ଗର ଜଣେ ଶ୍ରମିକଙ୍କୁ ମଧ୍ୟ ପୁଲୱାମାରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ମଧ୍ୟ ଏମାନେ ଜଡିତ ଥିଲେ।

ସେପଟେ ମୁଲୁରେ ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଏନ୍‌କାଉଣ୍ଟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି। ଜମ୍ମୁକଶ୍ମୀର ଏଡିଜିପି ବିଜୟ କୁମାର ଏନେଇ ସୂଚନା ଦେଇଛନ୍ତି।

ବର୍ତ୍ତମାନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ କଶ୍ମୀର ଗସ୍ତରେ ଅଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବି ଆତଙ୍କବାଦୀମାନେ ସକ୍ରିୟ ଅଛନ୍ତି। ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗତକାଲି ଠାରୁ ଘାଟିରେ ଇଣ୍ଟରନେଟ୍‌ ସେବା ମଧ୍ୟ ବନ୍ଦ କରାଯାଇଛି।

Related story