କିଏ କ୍ଷମତା ନେବ କୁହ, ଆମ ପରିବାର ଛାଡ଼ିବାକୁ ପ୍ରସ୍ତୁତ !

ନୂଆଦିଲ୍ଲୀ: ସମ୍ପ୍ରତି ୫ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳରେ ଶକ୍ତ ଝଟ୍‌କା ଖାଇବା ପରେ ଚେତିଛି କଂଗ୍ରେସ। ୟୁପି ସମେତ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି। କଂଗ୍ରେସ ହାତରୁ ଗୋଟଏ ପରେ ଗୋଟିଏ ରାଜ୍ୟ ଖସିଯିବା ପରେ ଗାନ୍ଧି ପରିବାରରୁ ପାଦ ତଳୁ ମାଟି ଖସିଯାଇଛି। ୭୦ ବର୍ଷରୁ ଊର୍ଦ୍ଧଧରି କଂଗ୍ରେସର ହର୍ତ୍ତାକର୍ତ୍ତା ଦୈବ ବିଧାତା ଭାବେ ମଙ୍ଗ ସମ୍ଭାଳି ଆସୁଥିବା ଗାନ୍ଧି ପରିବାର ପ୍ରଥମଥର ପାଇଁ […]

congress

Tapas Behera
  • Published: Saturday, 12 March 2022
  • , Updated: 12 March 2022, 10:07 PM IST

ନୂଆଦିଲ୍ଲୀ: ସମ୍ପ୍ରତି ୫ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳରେ ଶକ୍ତ ଝଟ୍‌କା ଖାଇବା ପରେ ଚେତିଛି କଂଗ୍ରେସ। ୟୁପି ସମେତ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି। କଂଗ୍ରେସ ହାତରୁ ଗୋଟଏ ପରେ ଗୋଟିଏ ରାଜ୍ୟ ଖସିଯିବା ପରେ ଗାନ୍ଧି ପରିବାରରୁ ପାଦ ତଳୁ ମାଟି ଖସିଯାଇଛି। ୭୦ ବର୍ଷରୁ ଊର୍ଦ୍ଧଧରି କଂଗ୍ରେସର ହର୍ତ୍ତାକର୍ତ୍ତା ଦୈବ ବିଧାତା ଭାବେ ମଙ୍ଗ ସମ୍ଭାଳି ଆସୁଥିବା ଗାନ୍ଧି ପରିବାର ପ୍ରଥମଥର ପାଇଁ କ୍ଷମତା ଛାଡ଼ିବାକୁ ମଙ୍ଗିଛନ୍ତି । ଉତ୍ତରପ୍ରଦେଶ ନିର୍ବାଚନରେ ମୁଖ୍ୟ ପ୍ରଚାରକଭାବେ ତାଲିକାର ସର୍ବାଗ୍ରେ ଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୁଅ ରାହୁଲ ଗାନ୍ଧି ଏବଂ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା । ଗାନ୍ଧି ପରିବାରର ଏହି ସଦସ୍ୟମାନେ ଆସନ୍ତାକାଲି ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି।

ଆସନ୍ତାକାଲି କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ସମ୍ପ୍ରତି ବିଧାସଭା ନିର୍ବାଚନରେ ହାରିଯିବା ପରେ ନୈତିକତା ଦୃଷ୍ଟିରୁ ଦାୟିତ୍ୱରୁ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି ଗାନ୍ଧି ପରିବାରର ସଦସ୍ୟ। କଂଗ୍ରେସ ଇତିହାସରେ ପ୍ରଥମଥର ପାଇଁ ଗାନ୍ଧି ପରିବାର ମୁଖିଆଭାବେ ସୋନିଆ ଗାନ୍ଧି ଏବଂ ପୁଅ ରାହୁଲ ଗାନ୍ଧି ଦାୟିତ୍ୱ ଛାଡ଼ିବାକୁ ଯାଉଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ଉଭୟ ସୋନିଆ ଏବଂ ରାହୁଲ ଗାନ୍ଧି କ୍ଷମତା ଛାଡ଼ିବାକୁ ପ୍ରସ୍ତାବ ଦେଇଥିଲେ ।

କିନ୍ତୁ ଏହି ପ୍ରସ୍ତାବ ସିଡବ୍ଲ୍ୟସି ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଯା‌ଇଥିଲା । ସେତେବେଳେ ଦଳର ଦୁର୍ବଳ ପ୍ରଦର୍ଶନଙ୍କୁ ନେଇ ସମୀକ୍ଷା କରିବାକୁ ଏକେ ଆଣ୍ଟୋନୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ତେବେ ସମୀକ୍ଷା ରିପୋର୍ଟରେ ଗାନ୍ଧି ପରିବାରକୁ ଦାୟୀ କରାଯାଇ ନଥିଲା। ପୁଣି ଥରେ ୨୦୧୯ରେ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏବେ ସୋନିଆ ଗାନ୍ଧି ମଧ୍ୟବର୍ତ୍ତୀ କାଳୀନ ଅଧ୍ୟକ୍ଷା ଅଛନ୍ତି। ହେଲେ ଜଣେ ସ୍ଥାୟୀ ସଭାପତିଙ୍କୁ ଖୋଜି ପାଇବାରେ କଂଗ୍ରେସ ଅସମର୍ଥ ହୋଇଛି।

Related story