ମଧ୍ୟରାତ୍ରିରେ ହାଇକୋର୍ଟ ଦେଲେ ରାୟ, ହୁବାଲି ଇଦ୍‌ଗା ପଡ଼ିଆରେ ହେବ ଗଣେଶ ପୂଜା

ବେଙ୍ଗାଲୁରୁ: ଗଣେଶ ପୂଜା ଆୟୋଜନକୁ ନେଇ କର୍ଣ୍ଣାଟକର ଦୁଇ ଦୁଇଟି ଆଇନଗତ ବିବାଦ। ଗୋଟିଏ ମାମଲାରେ ସୁପ୍ରିମକୋର୍ଟ ସ୍ଥିତାବାସ୍ଥା ବଜାୟ ରଖିବା ପାଇଁ କହିଥିବା ବେଳେ ଆଉ ଏକ ମାମଲାରେ କର୍ଣ୍ଣାଟକା ହାଇକୋର୍ଟ ପୂଜା ପାଇଁ ଅନୁମତି ଦେଇଛନ୍ତି। ସେହି ଅନୁଯାୟୀ ବେଙ୍ଗାଲୁରୁ ହୁବାଲି ଇଦ୍‌ଗା ପଡ଼ିଆରେ ଆଜି ହେବ ଗଣେଷ ପୂଜା। ନିଜର ପୂର୍ବ ରାୟକୁ ସମୀକ୍ଷା କରିବାକୁ ମନାକଲେ କର୍ଣ୍ଣାଟକା ହାଇକୋର୍ଟ। ପୂର୍ବରୁ ଉକ୍ତ ପଡ଼ିଆରେ ଗଣେଶ ପୂଜା ନେଇ ଯେଉଁ ରାୟ ଦେଇଥିଲେ […]

ganesh- puja

  • Published: Wednesday, 31 August 2022
  • , Updated: 31 August 2022, 09:12 AM IST

ବେଙ୍ଗାଲୁରୁ: ଗଣେଶ ପୂଜା ଆୟୋଜନକୁ ନେଇ କର୍ଣ୍ଣାଟକର ଦୁଇ ଦୁଇଟି ଆଇନଗତ ବିବାଦ। ଗୋଟିଏ ମାମଲାରେ ସୁପ୍ରିମକୋର୍ଟ ସ୍ଥିତାବାସ୍ଥା ବଜାୟ ରଖିବା ପାଇଁ କହିଥିବା ବେଳେ ଆଉ ଏକ ମାମଲାରେ କର୍ଣ୍ଣାଟକା ହାଇକୋର୍ଟ ପୂଜା ପାଇଁ ଅନୁମତି ଦେଇଛନ୍ତି। ସେହି ଅନୁଯାୟୀ ବେଙ୍ଗାଲୁରୁ ହୁବାଲି ଇଦ୍‌ଗା ପଡ଼ିଆରେ ଆଜି ହେବ ଗଣେଷ ପୂଜା। ନିଜର ପୂର୍ବ ରାୟକୁ ସମୀକ୍ଷା କରିବାକୁ ମନାକଲେ କର୍ଣ୍ଣାଟକା ହାଇକୋର୍ଟ। ପୂର୍ବରୁ ଉକ୍ତ ପଡ଼ିଆରେ ଗଣେଶ ପୂଜା ନେଇ ଯେଉଁ ରାୟ ଦେଇଥିଲେ ତାକୁ କାଏମ ରଖିଛନ୍ତି ହାଇକୋର୍ଟ। ଗତକାଲି ମଧ୍ୟରାତ୍ରିରେ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି କର୍ଣ୍ଣାଟକା ହାଇକୋର୍ଟ। ହାଇକୋର୍ଟ କହିଛନ୍ତି ଯେ, ହୁବାଲ୍ଲି ଜମି ବିବାଦୀୟ ନୁହେଁ। ଉକ୍ତ ପଡ଼ିଆରେ ପୂର୍ବରୁ ଗଣେଷ ପୂଜା ପାଇଁ ସବୁଜ ସଙ୍କେତ ଦେଇଥିଲେ କୋର୍ଟ। ହେଲେ ଏହି ରାୟ ଉପରେ ପୁନର୍ବିଚାର ପାଇଁ ଆବେଦନ କରାଯାଇଥିଲା। କିନ୍ତୁ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଭିନ୍ନ ଏକ ମାମଲାରେ ବେଙ୍ଗାଲରୁରୁର ଇଦଗା ମୈଦାନରେ ଗଣେଶ ପୂଜାକୁ ନେଇ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଥିଲା।

ଏହି ମାମଲାରେ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ କହିଥିଲେ । ସର୍ବୋଚ୍ଚ ନ୍ୟାଳୟଙ୍କ ଏହି ରାୟକୁ ହୁବାଲି ଇଦ୍‌ଗା ପଡ଼ିଆରେ ଲାଗୁ କରିବାକୁ ଦାବି କରି ହାଇକୋର୍ଟ ଯାଇଥିଲେ ଆବେଦନକାରୀ। ଗତକାଲି ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ ହାଇକୋର୍ଟ। ଏହି ମାମଲାରେ ହାଇକୋର୍ଟ କହଥିଲେ ଯେ, ହୁବାଲି ମାମଲା ହେଉଛି ବେଙ୍ଗାଲୁରୁ ଇଦଗା ମାମାଲାଠାରୁ ସମ୍ପୂର୍ଣ୍ଣ ଭିନ୍ନ। କାରଣ ବେଙ୍ଗାଲୁରୁ ଇଦଗା ପଡ଼ିଆ ଜମିର ମାଲିକାନାକୁ ନେଇ ଆଇନଗତ ବିବାଦ ରହିଛି। କିନ୍ତୁ ହୁବାଲି ଇଦ୍‌ଗା ପଡ଼ିଆର ମାଲିକାନାକୁ ନେଇ ସେମିତି କିଛି ବିବାଦ ନାହିଁ। ଉକ୍ତ ପିଡ଼ିଆର ମାଲିକ ହେଉଛନ୍ତି ରାଜ୍ୟ ସରକାର।

ଆବେଦନକାରୀ ଦୁଇଟି କାରଣ ପା‌ଇଁ ଏହି ଜମିକୁ ଲିଜ ଆକାରରେ ନେଇଛନ୍ତି। ତେଣୁ ଏଠାରେ ଯାହା କିଛି ହେବା ତାହା ସରକାର ହସ୍ତକ୍ଷେକ କରିବାର ଅଧିକାର ରହିଛି। ଏଠାରେ ପୂଜା ବନ୍ଦ ପାଇଁ ହୋଇଥିବା ଆବେଦନକୁ ଖାରଜ କରି ଏହା କହିଛନ୍ତି ହାଇକୋର୍ଟ। ଏହି ପଡ଼ିଆରେ ଗଣେଶ ପୂଜା ପାଳନ ଏବଂ ହିନ୍ଦୁ ସାଂସ୍କୃତି କାର୍ଯ୍ୟକ୍ରମ ନେଇ ହିନ୍ଦୁ ପାର୍ଟି ପକ୍ଷରୁ ଦଲିଲି ଉପସ୍ଥାପନ କରାଯାଇଥିଲା । ଏଥିରେ ଉକ୍ତ ପଡ଼ିଆକର ଗଣେଶ ପୂଜା ଉଦ୍ଦେଶ୍ୟରେ ସେମାନେ ସରକାରଙ୍କଠାରୁ ଜିମ ଲିଜ୍‌ ନେଇଥିବା ଦର୍ଶାଇଛନ୍ତି । ଯାହାକୁ କୋର୍ଟ ଅନୁଧ୍ୟାନ କରିଥିଲେ । ଅନ୍ୟପଟେ ଏଠାରେ ଗଣେଶ ପୂଜା ଆୟୋଜନକୁ ବିରୋଧ କରି ହୁବାଲିର ଅଞ୍ଜୁମାନି-ଇ-ଇସଲାମ ହାଇକୋର୍ଟ ଯାଥିଲେ। ଆବେଦନକାରରୀ ପକ୍ଷରୁ ବେଙ୍ଗାଲୁରୁ ଇଦଗା ମୈଦାନ ମାମଲାରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତ ତାହା ହୁବାଲି କ୍ଷେତ୍ରରେ ଲାଗୁ କରିବାକୁ ନିବେଦନ କରାଯାଇଥିଳା। ହେଲେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ।

Related story