ବେଙ୍ଗାଲୁରୁ: କଂଗ୍ରେସର ଭାରତ ଯୋଡ଼ା ଯାତ୍ରା ଆଜି କର୍ଣ୍ଣାଟକର ତୁମକୁରୁ ଜିଲ୍ଲା ମାୟାସନ୍ଦ୍ରାରୁ ଆରମ୍ଭ ହୋଇଛି । ଆଜି ସକାଳେ କଂଗ୍ରେସ ନେତା ସ୍ଥାନୀୟ ଲୋକଙ୍କୁ ଭେଟି ଆଲୋଚନା କରିବା ପରେ ଯାତ୍ରା ଆରମ୍ଭ କରିଛନ୍ତି। ଯାତ୍ରାବେଳେ ଆଜି ସ୍ଥାନୀୟ ନେତା ଓ କର୍ମୀମାନେ ସାମିଲ ହୋଇଛନ୍ତି । ରାହୁଲଙ୍କ ଯାତ୍ରାକୁ ତାମିଲନାଡୁ, କେରଳ ପରେ କର୍ଣ୍ଣାଟକରେ ଭଲ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି । ଗତକାଲି ମାଣ୍ଡ୍ୟା ଜିଲ୍ଲାରେ ପଦଯାତ୍ରା ବେଳେ ସ୍ୱର୍ଗୀୟ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ମାଆ ଓ ଭଉଣୀ ରାହୁଲଙ୍କ ସହ ପଦଯାତ୍ରା କରିଥିଲେ । କନ୍ୟାକୁମାରୀରୁ କାଶ୍ମୀର ଯାଏ ହେବାକୁ ଥିବା ଏହି ଭାରତ ଯୋଡ଼ୋ ଯାତ୍ରା ୩୦ ଦିନ ପୂରଣ କରିଛି । ଏହାସହ ତିନି ରାଜ୍ୟରେ ୭୦୦ କିଲୋମିଟର ଅତିକ୍ରମ କରିସାରିଛି। ସେପ୍ଟେମ୍ବର ୭ରୁ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା ଭାରତ ଯୋଡ଼ୋ ଯାତ୍ରା। ଆଉ ୧୨୦ ଦିନ ଏହି ଯାତ୍ରା ଚାଲିବ । ବେରୋଜଗାରୀ, ଦରବୃଦ୍ଧି ଓ ଧାର୍ମିକ ଧ୍ରୁବୀକରଣ ପ୍ରସଙ୍ଗକୁ ନେଇ କଂଗ୍ରେସ ପକ୍ଷରୁ ଏହି ଭାରତ ଯୋଡ଼ୋ ଯାତ୍ରା କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Education
ହଟିଲା କଟକଣା: ଏଣିକି ଫେଲ୍ ହେଲେ ଫେଲ୍
୫ମ ଓ ୮ମ ଶ୍ରେଣୀରେ ଫେଲ ହେଉଥିବା ପିଲାମାନଙ୍କୁ ଆଉ ଗୋଟିଏ ସୁଯୋଗ ଦିଆଯିବ। ସେମାନେ ୨ ମାସ ମଧ୍ୟରେ ପୁଣି ପରୀକ୍ଷାର ସୁଯୋଗ ପାଇପାରିବେ।
National
ସ୍କୁଲ ଛାଡ଼ିବାକୁ ଯିବା ବେଳେ ୨ ନାବାଳକ ସାବତ ଭାଇଙ୍କ ତଣ୍ଟି କାଟିଦେଲା
ଅଭିଯୁକ୍ତ ନୀରଜ ଶର୍ମା ତା’ର ଦୁଇ ସାବତ ଭାଇଙ୍କୁ ବାଇକରେ ସ୍କୁଲ ଛାଡ଼ିବାକୁ ନେଇଥିଲା। କିନ୍ତୁ ସ୍କୁଲ ଯିବା ବଦଳରେ ସେ ଉଭୟଙ୍କୁ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା। ସେଠାରେ ସେ ଉଭୟଙ୍କୁ ତଣ୍ଟି କାଟି ହତ୍ୟା କରିଥିଲା।
National
ଶେଖ ହସିନାଙ୍କୁ ଢାକା ପଠାଅ: ଭାରତକୁ ଚିଠି ଲେଖିଲା ବାଂଲାଦେଶ
ଢାକା ଭିତ୍ତିକ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ(ଆଇସିଟି) ମାନବଜାତି ବିରୋଧରେ ଅପରାଧ ଓ ନରସଂହାର ଅଭିଯୋଗରେ ଶେଖ ହସିନା, ତାଙ୍କ ସରକାରରେ ଥିବା ମନ୍ତ୍ରୀ, ପରାମର୍ଶଦାତା, ପୂର୍ବତନ ସାମରିକ ଓ ବେସାମରିକ ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାଣି କରିଛନ୍ତି।
Crime
ହୋଟେଲ ପାର୍କିଂରେ ଟ୍ରିପଲ ମର୍ଡର: ଦୁଇ ଯୁବକ, ଜଣେ ଯୁବତୀଙ୍କୁ ଗୁଳି କରି ହତ୍ୟା
ଗୁଳିମାଡ଼ରେ ଦିଲ୍ଲୀର ଭିକ୍କି ଓ ବିପିନଙ୍କ ସମେତ ହିର୍ସାର ନିଆଙ୍କ ମୃତ୍ୟୁ ହୋଇଛି। ହୋଟେଲର ପାର୍କିଂରେ ଏମାନେ ଛିଡ଼ା ହୋଇଥିବା ବେଳେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ୩ ଜଣଙ୍କୁ ହତ୍ୟା କରିଛନ୍ତି।
National
ପୁଲିସ୍ ପଞ୍ଝାରେ ‘ଲୁଟେରୀ ଦୁଲହନ’: ୩ ବିବାହ, ୧.୨୫ କୋଟି ଠକେଇ
ଗୋଟିଏ ଦଶନ୍ଧି ମଧ୍ୟରେ ମହିଳା ଜଣଙ୍କ ଏକାଧିକ ପୁରୁଷଙ୍କୁ ବିବାହ କରିବା ସହ କେମିତି ୧.୨୫ କୋଟିରୁ ଅଧିକ ଟଙ୍କା ସେମାନଙ୍କ ଠାରୁ ହଡ଼ପ କରିଥିଲା, ତା’ର ତଥ୍ୟ ସାମ୍ନାକୁ ଆସିଛି।