ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କରୋନାର ସୁନାମୀ। ଚାରିଆଡେ ଭୟଙ୍କର ରୂପେ ମାଡି ଚାଲିଛି ମହାମାରୀ। ଫଳରେ ହସ୍ପିଟାଲରେ ବେଡ୍ର ଅଭାବ ସୃଷ୍ଟି ହୋଇଛି। ତା'ସହିତ ଅକ୍ସିଜେନ ଅଭାବ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଏଭଳି ସ୍ଥିତିରେ ଜର୍ମାନର ଏକ କମ୍ପାନୀ କରୋନା ରୋଗୀ ଓ କରୋନା ଯୋଦ୍ଧାଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଛି। ତିଆରି କରିଛି ଏକ ସ୍ୱତନ୍ତ୍ର ଚପଲ। ଏହି ଚପଲ ପିନ୍ଧିଲେ ଅକ୍ସିଜେନ ସ୍ତର ବଢ଼ିବ ବୋଲି ଉକ୍ତ କମ୍ପାନୀ ଦାବି କରିଛି।
ସାଧାରଣତଃ ଫିଟ୍ ରହିବା ପାଇଁ ଯେକୌଣସି ବ୍ୟକ୍ତିଙ୍କୁ ୮ରୁ ୧୦ ହଜାର ଷ୍ଟେପ୍ ଚାଲିବାକୁ ଡାକ୍ତରମାନେ ପରାମର୍ଶ ଦେଇଥା'ନ୍ତି। କିନ୍ତୁ ଜର୍ମାନ କମ୍ପାନୀ ତିଆରି କରିଥିବା ଏହି ବିଶେଷ ଚପଲକୁ ପିନ୍ଧି ମାତ୍ର ୩ ହଜାର ଷ୍ଟେପ ଚାଲିଲେ ଟାର୍ଗେଟ ପୂରଣ ହୋଇଯିବ ଓ ବେଶ୍ ଲାଭ ମିଳିବ।
[caption id="attachment_638322" align="aligncenter" width="650"]
ଏହି ବିଶେଷ ଧରଣର ଚପଲ କରୋନା ରୋଗୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଲାଭଦାୟକ ହେବ। ସେ ଫିଟ୍ ରହିପାରିବେ। ସାଧାରଣତଃ ରୂପେ ଜୋତା କିମ୍ବା ଚପଲରେ ୭ ଘଣ୍ଟା ଯାଏଁ ଜୀବାଣୁ ଲାଖି ରହିଥା'ନ୍ତି, କିନ୍ତୁ ଏହି ଚପଲକୁ ବେଶ୍ ସହଜରେ ଯେକୌଣସି ବି ସ୍ଥାନରେ ସାନିଟାଇଜ୍ କରି ହେବ ବୋଲି କମ୍ପାନୀ ଦାବି କରିଛି।
ଏହି ଚପଲ ଆପଣଙ୍କ ମାଂସପେଶୀ ଉପରେ ଅଢ଼େଇ ଗୁଣ ପ୍ରଭାବ ପାକଇଥାଏ। ଫଳରେ ଏହା ଶରୀରରେ ରକ୍ତ ସଂଚାଳନ ଏବଂ ଅକ୍ସିଜେନ ସ୍ତରକୁ ବଢ଼ାଇଦେଥାଏ। ଚପଲକୁ ତିଆରି କରିବା ପାଇଁ ସ୍ୱତନ୍ତ୍ର ସାମଗ୍ରୀ ବ୍ୟବହାର ହୋଇଛି। ଏ ଗୁଡିକୁ ଖୁବ୍ ସହଜରେ ପାଣିରେ ଧୋଇ ସଫା କରିହେବ। ଏହାକୁ ପିନ୍ଧିବା ଦ୍ୱାରା ଲୋକଙ୍କୁ ଫାଇଦା ମିଳିବ ବୋଲି ଉକ୍ତ ଚପଲକୁ ତିଆରି କରିଥିବା କମ୍ପାନୀର ମୁଖ୍ୟ ଆଶିଷ ଜୈନ କହିଛନ୍ତି।
ଉକ୍ତ କମ୍ପାନୀ ଦେଶରେ କରୋନା ରୋଗୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ଦ୍ୱାରା ୧୦ ହଜାର ଚପଲ ମାଗଣା ଦେବାକୁ ଘୋଷଣା କରିଛି। ଏହି ଚପଲର ଦାମ୍ ପ୍ରାୟ ୫୦ ଲକ୍ଷ ଟଙ୍କା ରହିଛି। ଏବେ ଏହି ଚପଲର ତିଆରି ଚାଲିଛି। ଆଶ୍ୟକତା ମୁତାବକ ଦେଶର ବିଭିନ୍ନ ହସ୍ପିଟାଲଗୁଡିକ ଏହି ଚପଲ ପଠାଯିବ ବୋଲି କମ୍ପାନୀ କହିଛି।