୧୪ ଦିନ ମଧ୍ୟରେ ନୂଆ ଦଳ ଗଠନ କରିବେ ଆଜାଦ

ଜମ୍ମୁ: ଖୁବଶୀଘ୍ର ନିଜ ଦଳ ଗଠନ କରିବେ କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ। ୧୪ ଦିନ ମଧ୍ୟରେ ଗଠନ ହେବ ତାଙ୍କ ନୂଆ ଦଳ। ପ୍ରଥମେ ତାଙ୍କର ଏହି ନୂଆ ଦଳ ଜମ୍ମୁ କଶ୍ମୀରରୁ ଅଭିଯାନ ଆରମ୍ଭ କରିବ। ଏ ସମ୍ପର୍କରେ ତାଙ୍କ ଘନିଷ୍ଠ ସହଯୋଗୀ ଜିଏମ ସାରୋରି ସୂଚନା ଦେଇଛନ୍ତି। ଗତକାଲି ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଥିଲା ବେଳେ ଜମ୍ମୁ କଶ୍ମୀରର କିଛି ନେତା କଂଗ୍ରେସ ସହିତ ସମ୍ପର୍କ ଛିନ୍ନ କରି ତାଙ୍କୁ […]

Gulam-nabi-azad

  • Published: Saturday, 27 August 2022
  • , Updated: 27 August 2022, 06:57 PM IST

ଜମ୍ମୁ: ଖୁବଶୀଘ୍ର ନିଜ ଦଳ ଗଠନ କରିବେ କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ। ୧୪ ଦିନ ମଧ୍ୟରେ ଗଠନ ହେବ ତାଙ୍କ ନୂଆ ଦଳ। ପ୍ରଥମେ ତାଙ୍କର ଏହି ନୂଆ ଦଳ ଜମ୍ମୁ କଶ୍ମୀରରୁ ଅଭିଯାନ ଆରମ୍ଭ କରିବ। ଏ ସମ୍ପର୍କରେ ତାଙ୍କ ଘନିଷ୍ଠ ସହଯୋଗୀ ଜିଏମ ସାରୋରି ସୂଚନା ଦେଇଛନ୍ତି।

ଗତକାଲି ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଥିଲା ବେଳେ ଜମ୍ମୁ କଶ୍ମୀରର କିଛି ନେତା କଂଗ୍ରେସ ସହିତ ସମ୍ପର୍କ ଛିନ୍ନ କରି ତାଙ୍କୁ ସାଥ୍‌ ଦେଇଛନ୍ତି। ତେବେ ବିଜେପି ବିରୋଧରେ ଆଜାଦଙ୍କ ବିଚାରଧାରା  ସ୍ପଷ୍ଟ ରହିବ।  କୌଣସି ସମୟରେ ବିଜେପି ସହ ହାତ ମିଳାଇବାର ପ୍ରଶ୍ନ ଉଠୁ ନାହିଁ ବୋଲି ସାରୋରି କହିଛନ୍ତି। ସେହିପରି ଆହୁରି ବହୁ କଂଗ୍ରେସ ନେତା ଦଳ ଛାଡ଼ି ଆଜାଦଙ୍କ ସହିତ ସାମିଲ ହେବେ ବୋଲି ସେ କହିଛନ୍ତି। ଆଜାଦ ନୂତନ ପାର୍ଟି ଗଠନ ପୂର୍ବରୁ ତାଙ୍କ ଶୁଭେଚ୍ଛୁମାନଙ୍କ ସହ ବିଚାରବିମର୍ଶ କରିବାକୁ ସେପ୍ଟେମ୍ବର ୪ରେ ଜମ୍ମୁ ଗସ୍ତ କରିବେ।

ଶୁକ୍ରବାର ଇସ୍ତଫା ଦେବାର କିଛି ଘଣ୍ଟା ପରେ ଆଜାଦ କହିଥିଲେ ଯେ, ସେ ଖୁବ୍ ଶୀଘ୍ର ଏକ ନୂତନ ପାର୍ଟି ଆରମ୍ଭ କରିବେ।  ଜମ୍ମୁ କଶ୍ମୀରରେ ଏହାର ପ୍ରଥମ ୟୁନିଟ୍ ସ୍ଥାପନ ହେବ। ଏକ ଜାତୀୟ ଦଳ ଆରମ୍ଭ କରିବାକୁ ସେ ବର୍ତ୍ତମାନ ପ୍ରସ୍ତୁତ ନୁହନ୍ତି। କିନ୍ତୁ ଜମ୍ମୁ କାଶ୍ମୀରରେ ନିର୍ବାଚନ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସେ ସେଠାରେ ଏକ ୟୁନିଟ୍ ଲଞ୍ଚ କରିବାକୁ ନିଷ୍ପତ୍ତି ନେଇଥିବା କହିଥିଲେ।

୨୦୦୫ ଜୁଲାଇରୁ ୨୦୦୮ ଜୁଲାଇ ୧୧ ପର୍ଯ୍ୟନ୍ତ ଜମ୍ମୁ କଶ୍ମୀରରେ ମୁଖ୍ୟମନ୍ତ୍ରୀ ଥିଲେ ଆଜାଦ। ଲୋକମାନେ ତାଙ୍କ ଶାସନକୁ ଏକ ସୁବର୍ଣ୍ଣ ଯୁଗ ଭାବରେ ଦେଖନ୍ତି। ଜମ୍ମୁ କଶ୍ମୀରକୁ ବର୍ତ୍ତମାନ ସ୍ଥିତିରୁ ସେ ବାହାରକୁ ଆଣିବାକୁ ଚାହୁଁଛନ୍ତି ବୋଲି ତାଙ୍କ ସମର୍ଥକ କହିଛନ୍ତି।

ଜିଏମ୍ ସାରୋରି କହିଛନ୍ତି, ଜମ୍ମୁ କଶ୍ମୀରରେ କଂଗ୍ରେସ ପ୍ରାୟତଃ ସତ୍ତା ହରାଇଛି। ଆଜାଦ ହେଉଛନ୍ତି ଜଣେ ଧର୍ମନିରପେକ୍ଷ ନେତା, ଯିଏ ବିଗତ ପାଞ୍ଚ ଦଶନ୍ଧି ମଧ୍ୟରେ କଂଗ୍ରେସକୁ ମଜବୁତ କରିବା ପାଇଁ କାର୍ଯ୍ୟ କରିଥିଲେ।

Related story