ଭାରତ ଯୋଡ଼ୋ ଯାତ୍ରା ବେଳେ ହୃଦୟ ଜିତିଲେ ସୋନିଆ ଓ ରାହୁଲ ଗାନ୍ଧି, ଦେଖନ୍ତୁ ଭିଡିଓ

ମାଣ୍ଡ୍ୟା: କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ବେଳେ ଅନେକ ଘଟଣା ଘଟୁଛି। କେତେବେଳେ ରାହୁଲ ଗାନ୍ଧି ବର୍ଷାରେ ଭିଜି ଲୋକଙ୍କୁ ସମ୍ବୋଧନ କରୁଛନ୍ତି ତ ଆଉ କେତେବେଳେ ଛୋଟ ଛୋଟ ପିଲା ରାହୁଲଙ୍କ ସହ ପଦଯାତ୍ରାରେ ସାମିଲ ହେଉଛନ୍ତି। କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କଶ୍ମୀର ଯାଏ ଚାଲିବ। ବର୍ତ୍ତମାନ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ବିଜେପି ଶାସିତ କର୍ଣ୍ଣାଟକାରେ ଚାଲିଛି। ଆଜି ରାହୁଲ ଗାନ୍ଧିଙ୍କୁ ସାଥ ଦେବା ପାଇଁ […]

congress

  • Published: Thursday, 06 October 2022
  • , Updated: 06 October 2022, 06:41 PM IST

ମାଣ୍ଡ୍ୟା: କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ବେଳେ ଅନେକ ଘଟଣା ଘଟୁଛି। କେତେବେଳେ ରାହୁଲ ଗାନ୍ଧି ବର୍ଷାରେ ଭିଜି ଲୋକଙ୍କୁ ସମ୍ବୋଧନ କରୁଛନ୍ତି ତ ଆଉ କେତେବେଳେ ଛୋଟ ଛୋଟ ପିଲା ରାହୁଲଙ୍କ ସହ ପଦଯାତ୍ରାରେ ସାମିଲ ହେଉଛନ୍ତି। କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କଶ୍ମୀର ଯାଏ ଚାଲିବ।

ବର୍ତ୍ତମାନ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ବିଜେପି ଶାସିତ କର୍ଣ୍ଣାଟକାରେ ଚାଲିଛି। ଆଜି ରାହୁଲ ଗାନ୍ଧିଙ୍କୁ ସାଥ ଦେବା ପାଇଁ ମା’ ସୋନିଆ ଗାନ୍ଧି ମାଣ୍ଡ୍ୟା ଜିଲ୍ଲାରେ ପହଞ୍ଚିଥିଲେ। ଯାତ୍ରା ଆରମ୍ଭ ବେଳେ ସୋନିଆଙ୍କ ଜୋତାର ଲେସ୍‌ ଫିଟିଯିବାରୁ ରାହୁଲ ନିଜେ ଏହାକୁ ବାନ୍ଧି ଦେଇଥିଲେ। ଏବେ ଆଉ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି।

ଯେଉଁ ଭିଡିଓରେ ସୋନିଆ ଓ ରାହୁଲ ଜଣେ ଛୋଟ ଝିଅକୁ ଭିଡ଼ ମଧ୍ୟରେ କେମିତି ସହଯୋଗ କରୁଛନ୍ତି, ତା’ର ଦୃଶ୍ୟ ରହିଛି। ମା’ ଓ ପୁଅଙ୍କ ଏପରି ଆଚରଣକୁ ସୋଶାଲ ମିଡିଆରେ ସମସ୍ତେ ପ୍ରଶଂସା କରୁଛନ୍ତି।

ପ୍ରକୃତ ଘଟଣା ହେଉଛି ଆଜି କର୍ଣ୍ଣାଟକାର ମାଣ୍ଡ୍ୟାରେ ରାହୁଲ ଓ ସୋନିଆ ପଦଯାତ୍ରା କରୁଥିଲେ। ଏହି ସମୟରେ ପ୍ରବଳ ଭିଡ଼ ହୋଇଥିଲା। ଭିଡ଼ ଭିତରେ ଜଣେ ଛୋଟ ଝିଅ ହାତରେ ତ୍ରିରଙ୍ଗା ଧରି ଯାଉଥିବା ବେଳେ ହଠାତ୍‌ ତଳେ ପଡ଼ି ଯାଇଥିଲେ। ଏହା ଦେଖି ରାହୁଲ ଗାନ୍ଧି ତାଙ୍କୁ ଭିଡ଼ ଭିତରୁ ସୁରକ୍ଷାକର୍ମୀ କରିଥିବା କର୍ଡନ ଭିତରକୁ ନେଇ ଆସିଥିଲେ। ସୋନିଆ ମଧ୍ୟ ତୁରନ୍ତ ଝିଅଟିକୁ କୁଣ୍ଢାଇ ପକାଇବା ସହ ପିଠି ବାଡ଼େଇ ଆଉଁସି ଦେଇଥିଲେ। ରାହୁଲ ଗାନ୍ଧି ବେଶ କିଛି ସମୟ ଝିଅଟିର ହାତ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଥିଲେ। ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମା’ ଓ ପୁଅଙ୍କ ଏପରି ଆଚରଣକୁ ଅନେକ ଲୋକ ପ୍ରଶଂସା କରିବାରେ ଲାଗିଛନ୍ତି।

Related story