ଯୁବ ବର୍ଗଙ୍କୁ ଟିକା ଦିଅ, ମୁଁ ୭୦+: ଖାଡ଼ଗେ

ବେଙ୍ଗାଲୁରୁ: ଆଜିଠୁ ୬୦ରୁ ଅଧିକ ବର୍ଷକ ବୟସ୍କ ବ୍ୟକ୍ତି କରୋନା ଟିକା ନେଉଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ନେଇଛନ୍ତି। ହେଲେ ରାଜ୍ୟସଭାର ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଟିକା ନେଇ ନାହାନ୍ତି। ସେ କହିଛନ୍ତି, ‘ମୋର ବୟସ ୭୦ ହେଲାଣି। ମୁଁ ଆଉ ୧୦-୧୫ ବର୍ଷ କିମ୍ୱା ତାଠୁ ଅଧିକ ଦିନ ଖୁସିରେ ବଞ୍ଚିବାକୁ ଚାହୁଁଛି। ପ୍ରଥମେ ଯୁବକ ମାନଙ୍କୁ […]

malikarjun-khadge

Subhransu Sekhar
  • Published: Monday, 01 March 2021
  • , Updated: 01 March 2021, 02:40 PM IST

ବେଙ୍ଗାଲୁରୁ: ଆଜିଠୁ ୬୦ରୁ ଅଧିକ ବର୍ଷକ ବୟସ୍କ ବ୍ୟକ୍ତି କରୋନା ଟିକା ନେଉଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ନେଇଛନ୍ତି। ହେଲେ ରାଜ୍ୟସଭାର ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଟିକା ନେଇ ନାହାନ୍ତି।

ସେ କହିଛନ୍ତି, ‘ମୋର ବୟସ ୭୦ ହେଲାଣି। ମୁଁ ଆଉ ୧୦-୧୫ ବର୍ଷ କିମ୍ୱା ତାଠୁ ଅଧିକ ଦିନ ଖୁସିରେ ବଞ୍ଚିବାକୁ ଚାହୁଁଛି। ପ୍ରଥମେ ଯୁବକ ମାନଙ୍କୁ ଟିକା ଦେବା ଦରକାର। ଯେଉଁ ମାନଙ୍କ ପାଇଁ ଦୀର୍ଘ ଦିନ ବାକି ରହିଛି’।

ଆଜି ଦିଲ୍ଲୀସ୍ଥିତ ଏମ୍ସକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନେଇଛନ୍ତି। କୋଭାକ୍ସିନ ଟିକାର ପ୍ରଥମ ଡୋଜ ମୋଦି ନେଇଛନ୍ତି। ଟିକା ନେବା ପରେ ମୋଦି ସମସ୍ତ ଡାକ୍ତର ଏବଂ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ବୈଜ୍ଞାନିକ ଏବଂ ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ଭାରତ ଆଜି କୋଭିଡ ବିରୋଧରେ ଭଲ ଭାବେ ଲଢ଼େଇ କରିପାରୁଛି ବୋଲି ମୋଦି କହିଛନ୍ତି। ଏଥିସହ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଟିକା ନେଇ ଭାରତକୁ କୋଭିଡ୍ ମୁକ୍ତ କରିବାକୁ ସେ ଆହ୍ୱାନ କରିଛନ୍ତି। ସେହିପରି ଓଡ଼ିଶା ବିଧାନସଭା ପରିସର ଚିକିତ୍ସାଳୟରେ ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ।

୬୦ ବର୍ଷରୁ ଅଧିକ ବୟସର ଲୋକେ ପରିଚୟପତ୍ର ଦେଖାଇ ଟିକା ନେଉଛନ୍ତି।  ୪୫ ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ୍ ବୟସର ଲୋକେ ଯେଉଁମାନେ କି ବହୁବିଧ ରୋଗରେ ପୀଡ଼ିତ, ସେମାନେ ଡାକ୍ତରୀ ସାର୍ଟିଫିକେଟ ଦେଖାଇବେ।  ଉଭୟ ସରକାରୀ ଓ ପ୍ରାଇଭେଟ ହସ୍ପିଟାଲରେ ଟିକା ଦିଆଯାଉଛି।

ସରକାରୀ ହସ୍ପିଟାଲରେ ଏହି ଟିକା ମାଗଣାରେ ମିଳିବାକୁ ଥିବା ବେଳେ ଘରୋଇ ହସ୍ପିଟାଲରେ ପ୍ରତି ଡୋଜକୁ ଦେବାକୁ ପଡ଼ିବ ୨୫୦ ଟଙ୍କା । ଯିଏ ଟିକା ନେବ, ସେ COWIN ପୋର୍ଟାଲରେ ପଂଜୀକରଣ କରିବେ। ଯିଏ ପଂଜୀକରଣ କରିନଥିବ, ଅନ୍ ସାଇଟ୍ ପଂଜୀକରଣ କରି ଟିକା ନେଇପାରିବେ ।

Related story