ଗୋଆ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ କେଜ୍ରିୱାଲ

ପାଣାଜୀ: ୨୦୨୨ ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛି ଆମ୍‌ ଆଦମୀ ପାର୍ଟି। ଗତକାଲି ପଞ୍ଜାବ ପାଇଁ ନିଜ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ଗୋଆ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି ଆପ୍‌। ଏଥର ଗୋଆରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଅମିତ ପାଲେକର ମଇଦାନକୁ ଓହ୍ଲାଇବେ। ଏନେଇ ଆଜି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ପାଣାଜୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି। ଏହି […]

amit-palekar

amit-palekar

Madhupriya Mistry
  • Published: Wednesday, 19 January 2022
  • Updated: 19 January 2022, 02:35 PM IST

Sports

Latest News

ପାଣାଜୀ: ୨୦୨୨ ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛି ଆମ୍‌ ଆଦମୀ ପାର୍ଟି। ଗତକାଲି ପଞ୍ଜାବ ପାଇଁ ନିଜ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ଗୋଆ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି ଆପ୍‌। ଏଥର ଗୋଆରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଅମିତ ପାଲେକର ମଇଦାନକୁ ଓହ୍ଲାଇବେ। ଏନେଇ ଆଜି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି।

ପାଣାଜୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ପାଲେକର ଆପ୍‌ ମୁଖ୍ୟଙ୍କୁ ଆଲିଙ୍ଗନ କରିପକାଇଛନ୍ତି। ଏହି ଅବସରରେ ସେଠାରେ ଆପ୍‌ ବିଧାୟକ ଆତିଶି ମଧ୍ୟ ଉପସ୍ଥିତ ଥିଲେ।

ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଭିଡିଓ ଟ୍ୱିଟ୍‌ କରି ଶାସକ ଦଳକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, 'ଆଜି ଦିନ ଗୋଆ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଗୋଆର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି। ଲୋକମାନେ ଶାସକ ଦଳ ଏବଂ ନେତାଙ୍କୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ଗୋଆ ରାଜନୀତିକୁ କିଛି ନେତା କବ୍‌ଜା କରିନେଇଛନ୍ତି। ସତ୍ତାରୁ ଟଙ୍କା ଏବଂ ଟଙ୍କାରୁ ସତ୍ତାକୁ ଆସନ୍ତି। କ୍ଷମତାକୁ ଆସି ଏମାନେ ପ୍ରଚୁର , ଟଙ୍କା ରୋଜଗାର କରନ୍ତି। ସେହି ଟଙ୍କାକୁ ବ୍ୟବହାର କରି ସେମାନେ ପୁଣି କ୍ଷମତାକୁ ଫେରି ଆସନ୍ତି। ଏହାକୁ ପରିବର୍ତ୍ତନ କରିବାକୁ ପଡିବ। ଗୋଆ ପରିବର୍ତ୍ତନ ଚାହୁଁଛି।'

ଅମିତ ପାଲେକର ପେସାରେ ଜଣେ ଓକିଲ। ସେ ଗତ ବର୍ଷ ଆମ୍‌ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ। ପାଲେକର ଓବିସି କ୍ୟାଟେଗୋରୀରେ ଆସୁଥିବା ବାରିକ ସମ୍ପ୍ରଦାୟର। ଗୋଆରେ ଏହି ସମ୍ପ୍ରଦାୟର ମୋଟ ଜନସଂଖ୍ୟାର ପ୍ରାୟ ୩୫% ଅଛି। ପୁରୁଣା ଗୋଆ ହେରିଟେଜ୍ ସାଇଟରେ ବେଆଇନ ନିର୍ମାଣକୁ ବିରୋଧ କରିବା ପାଇଁ ଅସନସରେ ବସି ପାଲେକର ଚର୍ଚ୍ଚାକୁ ଆସିଥିଲେ।

ସୂଚନା ମୁତାବକ, ଆସନ୍ତା ଫେବ୍ରୁଆରୀ ୧୪ରେ ୪୦ଟି ବିଧାନସଭା ସିଟ୍‌ରେ ଭୋଟିଂ ହେବ। ମାର୍ଚ୍ଚ ୧୦ରେ ଗଣତି ହେବ। ଗୋଆ ସମେତ ଦେଶରେ ଅନ୍ୟ ଚାରୋଟି ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ତ, ମଣିପୁର ଏବଂ ପଞ୍ଜାବରେ ମଧ୍ୟ ମାର୍ଚ୍ଚ ୧୦ଟି ଭୋଟ ଗଣିତ ହେବ।

 

https://twitter.com/ANI/status/1483692076596621312?s=20

https://twitter.com/ANI/status/1483693370942042115?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos