ରେଜଲ୍ଟ ପୂର୍ବରୁ କଂଗ୍ରେସକୁ ଘାରିଲା ଦଳ ବଦଳ ଭୟ, ଦଳୀୟ ପ୍ରାର୍ଥୀଙ୍କୁ ହୋଟେଲକୁ ନେଲା

ନୂଆଦିଲ୍ଲୀ: ଏକଜିଟ ପୋଲ ମତାମତ ପରେ କଂଗ୍ରେସକୁ ଘାରିଛି ଦଳ ବଦଳ ଭୟ। ଏକଜିଟ ପୋଲ ଅନୁଯାୟୀ, ଗୋଆରେ ୨୦୧୭ ଭଳି ଏଥର ମଧ୍ୟ ସରକାର ଗଠନ ପାଇଁ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବେ ନାହିଁ। ଏହାର ଅର୍ଥ ଗୋଆରେ ଝୁଲା ବିଧାନସଭାର ସ୍ଥିତି ଦେଖାଇ ଦେଇପାରେ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପୂର୍ବରୁ ବଡ଼ ପଦକ୍ଷେପ ନେଇଛି। ଗୋଆରେ ବରିଷ୍ଠ କଂଗ୍ରେସ ନେତାମାନେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ସହ […]

congress

congress

Hemant Lenka
  • Published: Tuesday, 08 March 2022
  • Updated: 08 March 2022, 05:54 PM IST

Sports

Latest News

ନୂଆଦିଲ୍ଲୀ: ଏକଜିଟ ପୋଲ ମତାମତ ପରେ କଂଗ୍ରେସକୁ ଘାରିଛି ଦଳ ବଦଳ ଭୟ। ଏକଜିଟ ପୋଲ ଅନୁଯାୟୀ, ଗୋଆରେ ୨୦୧୭ ଭଳି ଏଥର ମଧ୍ୟ ସରକାର ଗଠନ ପାଇଁ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବେ ନାହିଁ। ଏହାର ଅର୍ଥ ଗୋଆରେ ଝୁଲା ବିଧାନସଭାର ସ୍ଥିତି ଦେଖାଇ ଦେଇପାରେ।

ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପୂର୍ବରୁ ବଡ଼ ପଦକ୍ଷେପ ନେଇଛି। ଗୋଆରେ ବରିଷ୍ଠ କଂଗ୍ରେସ ନେତାମାନେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ସହ ଆଲୋଚନା କରିଛନ୍ତି। ଦଳ ବଦଳ ଆଶଙ୍କା ଥିବାରୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ମାନଙ୍କୁ ବିଭିନ୍ନ ହୋଟେଲକୁ ମଧ୍ୟ ନିଆଯାଇଛି।

୨୦୧୭ରେ କଂଗ୍ରେସ ଏଠାରେ ସର୍ବାଧିକ ଆସନ ଜିତିଥିଲେ ମଧ୍ୟ ସରକାର ଗଠନ କରିବାକୁ ସକ୍ଷମ ହୋଇ ନଥିଲା। ଏଥର ଯେମିତି ଏହାର ପୁନରାବୃତ୍ତି ନ ହେବ, ସେଥିପାଇଁ ଦଳ ଏବେ ଠାରୁ ହିଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ କଂଗ୍ରେସ ଦଳ ବଦଳ ସମସ୍ୟାର ସମ୍ମୁଖୀନ ହୋଇଛି। ଏଥର ମଧ୍ୟ ଦଳ ବଦଳ ଆଶଙ୍କା ରହିଛି। ତେଣୁ ଦଳ ପକ୍ଷରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିବା ନେତାମାନଙ୍କୁ ଉତ୍ତର ଗୋଆରେ ଥିବା ଗୋଟିଏ ହୋଟେଲକୁ ନିଆଯାଇଛି। ଏହି ହୋଟେଲରେ ସମସ୍ତେ ଗୁରୁବାର ଭୋଟ ଗଣତି ଶେଷ ହେବା ଯାଏ ରହିବେ। ଚୂଡ଼ାନ୍ତ ରେଜଲ୍ଟ ବାହାରିବା ପରେ ସମସ୍ତଙ୍କୁ ହୋଟେଲରୁ ଯିବାକୁ ଅନୁମତି ମିଳିତ ବୋଲି ଜଣାପଡ଼ିଛି।

ଏ ପ୍ରସଙ୍ଗରେ କଂଗ୍ରେସ ନେତା ତଥା ଗୋଆ ଇନଚାର୍ଜ ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି, “ଆମେ ବିଧାୟକମାନେ ସମସ୍ତେ ଏକାଠି ରହିବାକୁ ନିଷ୍ପତ୍ତି ନେଇଛନ୍ତି। କେହି ବି କୁଆଡ଼େ ଯିବେ ନାହିଁ।”

ଏହାବାଦ ଗୋଆରେ ମେଣ୍ଟ ସରକାର ଗଠନ ହେବାର ସମ୍ଭାବନା ରହିଛି। ତେଣୁ ବରିଷ୍ଠ ନେତା ପି ଚିଦାମ୍ବରମ ଓ ଡିକେ ଶିବ କୁମାରଙ୍କୁ କଂଗ୍ରେସ ହାଇକମାଣ୍ଡ ଛୋଟ ଛୋଟ ଦଳ ଗୁଡ଼ିକ ସହ ବୁଝାମଣା କରିବାର ଦାୟିତ୍ୱ ଦେଇଛନ୍ତି। ରେଜଲ୍ଟ ବାହାରିବା ପୂର୍ବରୁ ଟିଏମସି ଓ ଆପ୍‌ ଭଳି ଦଳର ନେତାଙ୍କ ପାଖରେ ମଧ୍ୟ କଂଗ୍ରେସ ନେତାମାନେ ପହଞ୍ଚି ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରିଛନ୍ତି।

ବେଙ୍ଗଲରେ କଂଗ୍ରେସ ଓ ଟିଏମସି ପରସ୍ପର ବିରୋଧରେ ନିର୍ବାଚନ ଲଢ଼ିଥିଲେ। ସେହିପରି ପଞ୍ଜାବରେ ଆପ୍‌ ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢ଼େଇ ହେଉଛି। ଏପରି ସ୍ଥିତିରେ ଗୋଆରେ କଂଗ୍ରେସ ଏହି ଦୁଇ ଦଳଙ୍କ ସହ ହାତ ମିଳାଇବାକୁ ପ୍ରୟାସ ଆରମ୍ଭ କରିଛି।

ଗୁଣ୍ଡୁରାଓ କହିଛନ୍ତି, “ଗୋଆରେ ବିଜେପି ବିରୋଧରେ ଲଢ଼େଇ କରୁଥିବା ସବୁ ଦଳଙ୍କ ସହ ଆମେ ମେଣ୍ଟ କରିବାକୁ ପ୍ରସ୍ତୁତ ରହିଛୁ। ବିଜେପି ବିରୋଧରେ ଥିବା ଟିଏମସି, ଆପ୍‌ କିମ୍ବା ଅନ୍ୟ ଯେକୌଣସି ଦଳ ସହ ବୁଝାମଣା କରିବାକୁ ଆମେ କେବେ ହେଲେ ପଛଘୁଞ୍ଚା ଦେବୁ ନାହିଁ।

ଗୋଆରେ ଏମଜିପି, ଟିଏମସି, ଆପ୍‌ ଓ ଅନ୍ୟ ଦଳର ନେତା ରହିଛନ୍ତି। ଆମେ ନିଶ୍ଚିତ ଯେ କଂଗ୍ରେସ ଗୋଆରେ ସରକାର ଗଠନ କରିବ। ମାର୍ଚ୍ଚ ୧୦ ପରେ କ’ଣ ଘଟୁଛି, ତା’କୁ ସମସ୍ତେ ଅପେକ୍ଷା କରିବା ଦରକାର।”

ଆପ୍‌ ମଧ୍ୟ ଅଣ ବିଜେପି ମେଣ୍ଟ ସପକ୍ଷରେ ରହିଥିବା କହିଛି। ଆପ୍‌ର ଗୋଆ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅମିତ ପାଲେକର କହିଛନ୍ତି, “କଂଗ୍ରେସ ଆମ ସହ ଯୋଗାଯୋଗ କରିଛି। ଆମେ ଯେ କୌଣସି ଅଣ ବିଜେପି ମେଣ୍ଟ ପାଇଁ ପ୍ରସ୍ତୁତ। ଆମେ କେବେ ହେଲେ ବି କୌଣସି ପରିସ୍ଥିତିରେ ବିଜେପିକୁ ସମର୍ଥନ କରିବୁ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story