ବିଜେପି ନେତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା, ୨ ଗିରଫ

ପାଣାଜୀ: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟଣାରେ ଗୋଆ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ତାଙ୍କ ବ୍ୟକ୍ତିଗତ ସହାୟକ ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର ଭାସି। ଗତ ଅଗଷ୍ଟ ୨୨ରେ ଫୋଗାଟଙ୍କ ସହ ଏମାନେ ଗୋଆରେ ଥିଲେ। ଅନ୍ୟପଟେ ସୋନାଲିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ଥିବା ଦର୍ଶାଯାଇଛି। ଏହା ପରେ ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର ଭାସିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ […]

sonali

  • Published: Thursday, 25 August 2022
  • , Updated: 25 August 2022, 09:03 PM IST

ପାଣାଜୀ: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟଣାରେ ଗୋଆ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ତାଙ୍କ ବ୍ୟକ୍ତିଗତ ସହାୟକ ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର ଭାସି। ଗତ ଅଗଷ୍ଟ ୨୨ରେ ଫୋଗାଟଙ୍କ ସହ ଏମାନେ ଗୋଆରେ ଥିଲେ। ଅନ୍ୟପଟେ ସୋନାଲିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ଥିବା ଦର୍ଶାଯାଇଛି। ଏହା ପରେ ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର ଭାସିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା। ପୁଲିସ ଉଭୟଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି। ସୋନାଲି ଫୋଗାଟଙ୍କୁ ପୂର୍ବ ଯୋଜନା ଅନୁଯାୟୀ ହତ୍ୟା କରାଯାଇଥିବା ତାଙ୍କ ଭାଇ ରିଙ୍କୁ ଅଭିଯୋଗ କରିଥିଲେ । ସୋନାଲିଙ୍କ ମୃତ୍ୟୁ ପାଇଁ ତାଙ୍କ ପିଏ ସୁଧୀର ସାଙ୍ଗୱାନଙ୍କୁ ସେ ଦାୟୀ କରିଥିଲେ।

ଅଭିଯୋଗ ମୁତାବକ, ପିଏ ସୁଧୀର ସାଙ୍ଗୱାନ ଓ ତାଙ୍କ ବନ୍ଧୁ ସୁଖବିନ୍ଦର ସୋନାଲିଙ୍କ ଖାଦ୍ୟରେ କିଛି ମିଶାଇ ଦେଇଥିଲେ। କେବଳ ସେତିକି ନୁହେଁ ଏ ଦୁହେଁ ଗତ ତିନି ବର୍ଷ ହେଲା ସୋନାଲିଙ୍କୁ ବ୍ଲାକମେଲ୍‌ କରୁଥିଲେ । ସୋନାଲିଙ୍କୁ ନିଶା ଦେଇ ତାଙ୍କର ଅଶ୍ଳୀଳ ଭିଡିଓ ବନାଇ ଥିଲେ। ଏହି ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇ ବ୍ଲାକମେଲ୍‌ କରୁଥିଲେ ବୋଲି ଭାଇ ରିଙ୍କୁ ଅଭିଯୋଗ ଆଣିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି। ୪୨ ବର୍ଷୀୟ ସୋନାଲି ଗୋଆରେ ଥିବା ବେଳେ ହୃଦଘାତର ଶିକାର ହୋଇଥିଲେ। ସୋମବାର ତଥା ଅଗଷ୍ଟ ୨୨ ରାତିରେ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ହେଲେ ସୋନାଲିଙ୍କ ଭଉଣୀ ଓ ପରିବାର ଲୋକ ହୃଦଘାତ ଜନିତ ମୃତ୍ୟୁକୁ ଅଶ୍ୱୀକାର କରିଥିଲେ। ୨୦୧୯ ମସିହାରେ ହରିୟାଣା ନିର୍ବାଚନରେ ବିଜେପି ପକ୍ଷରୁ ଆଦମପୁର ବିଧାନସଭା ଆସନରୁ ଟିକେଟ୍‌ ପାଇଥିଲେ ସୋନାଲି। ସେ ତତ୍କାଳୀନ କଂଗ୍ରେସ ନେତା କୁଲଦୀପ ବିଷ୍ଣୋଇଙ୍କୁ ପରାସ୍ତ ମଧ୍ୟ କରିଥିଲେ। ଗତ ସପ୍ତାହରେ ସୋନାଲି ଫୋଗାଟଙ୍କୁ ବିଷ୍ଣୋଇ ଭେଟିଥିଲ। ମୃତ୍ୟୁର କିଛି ସମୟ ପୂର୍ବରୁ ସୋନାଲି ଏକ ନୂଆ ଭିଡିଓ ପୋଷ୍ଟ କରିଥିଲେ। ଏଥିସହ ଟ୍ୱିଟର ଆକାଉଣ୍ଟରେ ବି ସେ ନିଜ ପ୍ରୋଫାଇଲ ଫଟୋ ବଦଳାଇ ଥିଲେ। ସୋନାଲି ରାଜନୀତିରେ ପାଦ ଦେବା ପୂର୍ବରୁ ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର ଥିଲେ ।

Related story